Posted inଜାତୀୟ

ବୁଲାଇ ନେବା ବାହାନାରେ ସ୍ତ୍ରୀଙ୍କୁ ପାହାଡ଼ରୁ ଦେଲେ ଠେଲି

ନୂଆଦିଲ୍ଲୀ,୨୭।୭: ସ୍ତ୍ରୀଙ୍କୁ ଉତ୍ତରାଖଣ୍ଡର ନେନିତାଲର ଏକ ପାହାଡ଼ରୁ ଠେଲି ଦେବା ଅଭିଯୋଗରେ ୨୪ ବର୍ଷୀୟ ସେଲ୍ସମ୍ୟାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଗତ ବର୍ଷ ଜୁନରେ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ଆଣିଥିଲେ ୨୯ ବର୍ଷୀୟା ବବିତା। ଏହାକୁ ଭିତ୍ତି କରି ଦିଲ୍ଲୀ ପୋଲିସ ରାଜେଶ ରାଇ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ଗତ ଅକ୍ଟୋବରରେ ଅଭିଯୁକ୍ତ ବିବାହ ପାଇଁ ରାଜି ହେବା ପରେ ବବିତା ଅଭିଯୋଗ ଫେରାଇ ନେଇଥିଲେ। ଦିଲ୍ଲୀର ତିହାର ଜେଲରୁ ମୁକୁଳିବା ପରେ ରାଜେଶଙ୍କୁ ବିବାହ କରିଥିଲେ ବବିତା।

ସ୍ବାମୀ ଶାରୀରିକ ନିର୍ଯାତନା ଦେଉଥିବାରୁ ଘର ଲୋକଙ୍କ ପାଖକୁ ଫେରି ଯାଇଥିଲେ ବବିତା। ବହୁ ବୁଝାଶୁଝା କରିବା ପରେ ବବିତା, ରାଜେଶଙ୍କ ପାଖକୁ ଫେରିଥିଲେ। ବୁଲାଇ ନେବା ବାହାନରେ ଜୁନ ୧୧ ତାରିଖରେ ବବିତାଙ୍କୁ ନେଇ ଯାଇଥିଲେ ରାଜେଶ ତାଙ୍କ ଗାଁ ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲାକୁ। ଏହାପରଠୁ ବବିତାଙ୍କ ଫୋନ ଲଗାତାର ସୁଇଚ୍‌ ଅଫ୍‌ ଦେଖାଇଥିଲା। ଏଥି ଯୋଗୁ ସନ୍ଦେହ ସୃଷ୍ଟି ହୋଇଥିଲା ଦିଲ୍ଲୀରେ ଥିବା ବବିତାଙ୍କ ପରିବାର ଲୋକଙ୍କ ମନରେ। ଏହାପରେ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ପଚରାଉଚୁରା ବେଳେ ନେନିତାଲ ପାହଡ଼ରୁ ଠେଲି ଦେଇଥିବା ସ୍ବୀକାର କରିଥିଲା ଅଭିଯୁକ୍ତ ରାଜେଶ।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଅଧିବେଶନ ଅବଧି କମ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୮।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ...

ଦିଲ୍ଲୀରୁ ଖୁସି ଖବର, ୨ ସପ୍ତାହ ମଧ୍ୟରେ ପିଲାଙ୍କ ପାଇଁ ଭାକ୍ସିନ୍‌…

ନୂଆଦିଲ୍ଲୀ,୪।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମରରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି।...

‘ଆମ ସରକାର ଆସୁଛି, ଛାଡିବା ନାହିଁ ପ୍ରତିଶୋଧ ନେବା’

ଲକ୍ଷ୍ନୌ,୨୫।୧: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ କଥା କଟାକଟି ଚାଲିଛି। ମିରଟ୍‌ ସାଉଥ ଆସନରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ମାଓବାଦୀ ନିହତ

ରାୟପୁର,୧୪।୭: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଦନ୍ତେ ଓ୍ବାଡ଼ା ଜିଲାର ଗୁମିୟାପାଲ ଗାଁ ନିକଟରେ ଥିବା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା...

ଜମ୍ମୁ-କଶ୍ମୀର ପ୍ରସଙ୍ଗ: ଶାନ୍ତିଦୂତ ହେବାକୁ ଚାହାଁନ୍ତି ମୋଗଲ ବଂଶଜ ୟାକୁବ୍‌; ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି ଚିଠି

ହାଇଦ୍ରାବାଦ୍‌,୨୦।୮: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଶାନ୍ତିଦୂତ ହେବା ପାଇଁ ମୋଗଲ ବଂଶଜ ୟାକୁବ୍‌ ହବିବୁଦ୍ଦିନ୍‌ ତୁସି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ...

ମୋଦି-ମୋରିସନ୍‌ ଭର୍ଚୁଆଲ୍‌ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, ୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ୍‌ ମୋରିସନ୍‌ଙ୍କ ମଧ୍ୟରେ ଭର୍ଚୁଆଲ୍‌ ଶିଖର ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ...

ଖସିପଡିଲା ଛାତ, ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୭।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଘରେ ଏକ ବଡ ଦୁର୍ଘଟଣା ଘଟିଛି। ସିଭିଲ ଲାଇନ୍ସରେ ଥିବା ତାଙ୍କ ଘରର ଛାତର ଏକ ଅଂଶ ପ୍ରବଳ...

କମ୍ପ୍ୟୁଟର-ଟୁଇଟ-ମେସେଜ ନୁହେଁ କଠିନ ପରିଶ୍ରମରେ ଗଠନ ହୋଇଥିଲା କଂଗ୍ରେସ ଦଳ: ଆଜାଦ…

ଜମ୍ମୁ, ୪।୯ : ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଜମ୍ମୁରୁ ତାଙ୍କର ନୂତନ ରାଜନୈତିକ କ୍ୟାରିୟରର ନୂତନ ଇନିଂସ ଆରମ୍ଭ କରିଛନ୍ତି। ସେ ରବିବାର...

Advertisement
Archives

Model This Week