ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା: ୨ ରାଉଣ୍ଡ ଗୁଳି ଜବତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ବଡ଼ବିଲ,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଏମ୍‌ଡି କମ୍ପାନୀର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକ ହେଲେ ଦୁଃଶାସନ ବାରିକ (୫୫)। ଦାମୁ ହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ଏକ ହାଇ ଟେନସନ ଟାଓ୍ବାର ତଳେ ପଡ଼ିଥିବା ଦୁଃଶାସନଙ୍କ ମୃତଦେହକୁ ପୋଲିସ ଠାବ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଭିଡିଓ ରେକର୍ଡିଂ ସହ ନମୁନା ସଂଗ୍ରହ କରିଛି। ଘଟଣାସ୍ଥଳରୁ ପୋଲିସ ୨ଟି ୯ ଏମ୍‌ଏମ୍‌ ଜୀବନ୍ତ ଗୁଳି ଜବତ କରିଥିଲାବେଳେ ଜମିଜମା ସଂକ୍ରାନ୍ତୀୟ ବିବାଦରୁ ସମ୍ପର୍କୀୟମାନେ ହତ୍ୟା କରିଥିବା ସନ୍ଦେହ ଉପୁଜିଛି।

ସୂଚନାନୁଯାୟୀ, ଓଏମ୍‌ଡି କମ୍ପାନୀରେ କାର୍ଯ୍ୟରେ କର୍ମଚାରୀ ଦୁଃଶାସନ ଶୁକ୍ରବାର ମଧ୍ୟାହ୍ନ ବିରତି ପରେ ଡ୍ୟୁଟିକୁ ଯାଇ ଆଉ ଫରି ନ ଥିଲେ। ସନ୍ଧ୍ୟା ସୁଦ୍ଧା ଦୁଃଶାସନ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ନ ପାଇ ପୋଲିସକୁ ରାତିରେ ସୂଚନା ଦେଇଥିଲେ। ଶନିବାର ସକାଳେ ଦୁଃଶାସନଙ୍କ ମୃତଦେହ ଦାମୁ ହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ଏକ ହାଇ ଟେନ୍‌ସନ୍‌ ଟାଓ୍ବାର ତଳେ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଃଶାସନଙ୍କ ପରିବାରକୁ ମୃତଦେହ ଚିହ୍ନଟ ନିମନ୍ତେ ଜଣାଇଥିଲେ। ଦୁଃଶାସନଙ୍କ ପୁଅ ଯଶୋବନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ଦୁଃଶାସନଙ୍କର ବୋଲି ଚିହ୍ନଟ କରିଥିଲେ। ମୃତ ଦୁଃଶାସନଙ୍କ ମୁଣ୍ଡରେ ଗୁଳି ବାଜିଥିବା ଚିହ୍ନ ରହିଥିଲାବେଳେ ଅଳ୍ପ ଦୂରରେ ତାଙ୍କ ବାଇକ୍‌ଟି ଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ପଡ଼ିଥିବା ୩ଟି ବିୟର ବୋତଲ ଓ ଦୁଇଟି ୯ ଏମ୍‌ଏମ୍‌ ଜୀବନ୍ତ ଗୁଳିକୁ ପୋଲିସ ଜବତ କରିଛି। ପୋଲିସକୁ ତଦନ୍ତରେ ସହାୟତା ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟାଳୟରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରିଛନ୍ତି। ଜମି ପାର୍ଟିସନ ନିମନ୍ତେ ଗତ କିଛି ଦିନ ତଳେ ଦୁଃଶାସନ ଆବେଦନ କରିଥିଲାବେଳେ ଏହାକୁ ତାଙ୍କ ଭଉଣୀ, ଭିଣୋଇ ଓ ଭଣଜାଙ୍କ ସହ ବିବାଦ ରହିଥିଲା ଓ ବିବାଦ ତୁଟାଇବା ନିମନ୍ତେ ଆପୋଷ ବୁଝାମଣା ହୋଇ ୨୦ ଲକ୍ଷ ଟଙ୍କା ଦେବାକୁ ଦୁଃଶାସନ ସହମତି ପ୍ରକାଶ କରିଥିଲେ। ସେଥି ନିମନ୍ତେ ୪ ଲକ୍ଷ ଟଙ୍କା ଅଗ୍ରୀମ ମଧ୍ୟ ଭଉଣୀ, ଭିଣୋଇଙ୍କୁ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ୫ ତାରିଖ ବୁଧବାର ପୁଣି ବିବାଦ ଉପୁଜିବାରୁ ଅଗ୍ରୀମ ଟଙ୍କା ଫେରାଇବାକୁ ଦୁଃଶାସନ କହିଥିଲେ ଓ ତିକ୍ତତା ବଢ଼ିବାରେ ଲାଗିଥିଲା। ଯାହାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ମୃତକଙ୍କ ପରିବାର ପକ୍ଷରୁ ଏ ନେଇ ବଡ଼ବିଲ ଥାନାରେ ଲିଖିତ ଏତଲା ଦେବା ପରେ କେସ୍‌ ନଂ ୧୦୯/୨୩ରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri