Posted inଫୁରସତ

ଲୁଙ୍ଗି ପିନ୍ଧି ଫୁଟ୍‌ବଲ୍‌ ଖେଳୁଛନ୍ତି ଜେଜେ, ଭିଡିଓ ଦେଖିଲେ…

ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ ଫୁଟବଲ ଉତ୍ସାହୀଙ୍କୁ ଦେଖିଥିବେ। ଏପରିକି ଭାରତରେ ମଧ୍ୟ ଫୁଟବଲର ଭୂତ ଲୋକଙ୍କ ମୁଣ୍ଡରେ ରହିଥାଏ। ମେସି-ରୋନାଲଡୋଙ୍କ ପରି କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖି ଦେଶର ପ୍ରତ୍ୟେକ ପିଲା ଫୁଟବଲର୍‌ ହେବାକୁ ଚାହିଁଥାନ୍ତି। କିନ୍ତୁ କେବଳ ଯୁବକମାନେ ଫୁଟବଲ ବିଷୟରେ ଯେ ପାଗଳ, ତାହା ନୁହେଁ; ବୃଦ୍ଧମାନେ ମଧ୍ୟ ଏହା ପାଇଁ କ୍ରେଜ କରନ୍ତି। ଆଜିକାଲି ଏପରି ଜଣେ ବୃଦ୍ଧିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ପ୍ରଦୀପ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌ ପ୍ରସିଦ୍ଧ। ସେ ଜଣେ ଫ୍ରିଷ୍ଟାଇଲ ଫୁଟବଲ ଭିଡିଓ ପ୍ଲେୟାର। ଯିଏକି ଫୁଟବଲ ସହିତ ଜଡ଼ିତ ସମସ୍ତ କାର୍ଯ୍ୟକଳାପକୁ ଶେୟାର କରିଥାନ୍ତି। ନିକଟରେ ପ୍ରଦୀପ ନିଜ ଇନ୍‌ଷ୍ଟାଗ୍ରାମରେ ଜଣେ ବ୍ୟକ୍ତି (୬୪ ବର୍ଷୀୟ ବ୍ୟକ୍ତି ଫୁଟବଲ ଖେଳୁଥିବା)ର ଏକ ଭିଡିଓ ଶେୟାର କରିଛନ୍ତି।

ଯେଉଁଥିରେ ଜଣେ ବୃଦ୍ଧ ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି। ପ୍ରଥମେ ପ୍ରଦୀପ ତାଙ୍କର ଦକ୍ଷତା ପ୍ରଦର୍ଶନ କରନ୍ତି ଯାହା ପ୍ରକୃତରେ ପ୍ରଶଂସନୀୟ, କିନ୍ତୁ ବୃଦ୍ଧ ବ୍ୟକ୍ତି ନିଜର ଦକ୍ଷତା ଦେଖାଇବା ଆରମ୍ଭ କରିବା ମାତ୍ରେ ପ୍ରଦୀପଙ୍କ ଆଖି ଲାଖିଯାଏ। ସେ ଫ୍ରିଷ୍ଟାଇଲ ଫୁଟବଲର ଯାଦୁକର ବୋଲି ପ୍ରମାଣ କରୁଥିବା ଦେଖାଯାଏ। ପ୍ରଦୀପ କ୍ୟାପ୍‌ଶନରେ ଲେଖିଛନ୍ତି, ତାଙ୍କ ସହ ଉପସ୍ଥିତ ଥିବା ବ୍ୟକ୍ତି ୬୪ ବର୍ଷ ବୟସରେ ଏକ ଟ୍ରକ୍‌ ଚଳାନ୍ତି କିନ୍ତୁ ସେ ଫୁଟବଲକୁ ବହୁତ ଭଲ ପାଆନ୍ତି। ସେଥିପାଇଁ ସେ ତାଙ୍କ ଟ୍ରକ୍‌ରେ ଏକ ଫୁଟବଲ କିଟ୍‌ ନେଇଥାନ୍ତ। ସେ ଓ୍ବାୟାନାଡ୍‌ ଫୁଟବଲ ଦଳର ସଦସ୍ୟ ମଧ୍ୟ ଥିଲେ। ଏହି ବୟସରେ ମଧ୍ୟ ସେ ଫୁଟବଲ ଖେଳିବାକୁ ଭଲ ପାଆନ୍ତି।

ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେଉଛି। ଏହାକୁ ୪୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୫ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍‌ କରିଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତି କିମ୍ବଦନ୍ତୀଠାରୁ କମ୍‌ ନୁହନ୍ତି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତି ତାଙ୍କ ପାଇଁ ପ୍ରେରଣାଠାରୁ କମ୍‌ ନୁହନ୍ତି। ଅନେକ ୟୁଜର ଜେଜେଙ୍କ ଏପରି ପ୍ରତିଭାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

IPL ୨୦୨୭ ପୂର୍ବରୁ CSKରେ ଲାଗିଲା ଜୋରଦାର ଝଟ୍‌କା: ୧୫ ବର୍ଷ ପରେ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍‌ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଏହି ଫ୍ରାଞ୍ଚାଇଜ ନିଜର କିମ୍ବଦନ୍ତୀ ବ୍ୟାଟିଂ କୋଚ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ସଫେଇ କଲେ ଧର୍ମେନ୍ଦ୍ର: ସମ୍ବଲପୁର ସହରକୁ ପରିଷ୍କାର ରଖିବା ଲକ୍ଷ୍ୟ

ସମ୍ବଲପୁର,୧୦।୧୦ (ପ୍ରମୋଦ ବହିଦାର):ସ୍ବଚ୍ଛତା ହିଁ ସେବା ଏବଂ ଏହା ସମାଜର ମୂଳମନ୍ତ୍ର ହେବା ଉଚିତ। ସୁସ୍ଥ ଜୀବନ ପାଇଁ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି କହିଛନ୍ତି ସମ୍ବଲପୁର ଏମ୍‌ପି…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?