ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ ଚାଲିବ। ତେଣୁ ସେ ନିଜର ମିତ୍ର ହେବା ସହ ସଂସାରର ଆଶୀର୍ବାଦ ପାଲଟି ଯାଇପାରିବ। ଏକଥା ସବୁ ମଣିଷ ବୁଝି ନ ଥିଲେ ବି କେହି ନା କେହି ତ ଅବଶ୍ୟ ବୁଝେ ଏବଂ ତା’ର ଜୀବନଯାପନ ତଦନୁଯାୟୀ ହୋଇଥାଏ। ସେଇ ଭିନ୍ନ କାଟର ପ୍ରାଣୀଟି ସର୍ବଦା ବୁଝିଥାଏ ଯେ, ତା’ର ସ୍ବାଧୀନତା କେବଳ ତା’ ପାଇଁ ନୁହଁ। ପୁଣି ଏପରି ମହାର୍ଘ ସମ୍ପଦର ଯଥାବିଧି ଉତ୍ସର୍ଗ କରାଯିବା ଉଚିତ, ଅର୍ଥାତ୍‌ ଯେଉଁ ସ୍ବାଧୀନତା ସେ ପାଇଛି ତାହା ପାଇଁ ତା’ର ମଧ୍ୟ କିଛି କର୍ତ୍ତବ୍ୟ ରହିଛି। ଆଉ ସେଇ କର୍ତ୍ତବ୍ୟ ହେଉଛି ସ୍ବାଧୀନତାର ଆହ୍ବାନ ପ୍ରତି ଅବିରତ ଅବିଚଳିତ ଏବଂ ଅକୁଣ୍ଠ ସମର୍ପିତ ହେବା। ଏହା ନିର୍ଭର କରେ ବ୍ୟକ୍ତିର ଆନ୍ତରିକତା ଉପରେ। ସ୍ବାଧୀନତା ରୂପକ ଶାଶ୍ୱତ ସମ୍ବଳ ଲାଭ କରିଛି ବୋଲି ବ୍ୟକ୍ତି ସବା ଆଗ କୃତଜ୍ଞ ହେବ, ଭଗବାନଙ୍କ ପ୍ରତି କିମ୍ବା ତାର ମାନବ ଜନ୍ମ ପ୍ରତି। ସେ ପୁଣି ଲକ୍ଷ୍ୟ କରିବ ତା’ ସହ ପୁଣି ତା’ ଚାରିପାଖରେ ଅସଂଖ୍ୟ ମଣିଷ ଆତଯାତ ହେଉଥିଲେ ହେଁ ସେମାନେ ନା ଏହି ସମ୍ବଳ ପ୍ରତି ସଚେତନ ନା ତା’ର ମର୍ଯ୍ୟାଦା ରକ୍ଷା କରିବାରେ ସକ୍ରିୟ। ସେମାନେ ତେଣୁ ଖୁବ୍‌ ଚଳପ୍ରଚଳ ହେଉଥିବାର ଦେଖାଯାଉଥିଲେ ବି ଯେ ସେମାନେ କୂଳରେ ବନ୍ଧାଯାଇ ତଥାପି ନଦୀଗର୍ଭରେ ହଲ୍‌ଚଲ ହୋଇ ଏପାଖ ସେପାଖ ହେଉଥିବା ନାଆଟିଏ ପରି ଯାହାର ଦୃଶ୍ୟମାନ ଚଳମାନତାର ଆଦୌ ମୂଲ୍ୟ ନ ଥାଏ। କାରଣ ପ୍ରକୃତରେ ତାହା ବଂଧା ହୋଇଥାଏ। ଏପରି ମଣିଷମାନେ ସଂଖ୍ୟାଧିକ ହୋଇଥିଲେ ବି ସମଗ୍ରର ସାମର୍ଥ୍ୟ ବଢ଼ାଇବାରେ ସହାୟକ ହୋଇପାରନ୍ତି ନାହିଁ। ଆପଣାର ସ୍ବାଧୀନତା ବିଷୟରେ ସେମାନଙ୍କର ବେପରବାୟ ଓ ଅଜ୍ଞତା ସେମାନଙ୍କ ଦୃଶ୍ୟମାନ ଗତିଶୀଳ ଜୀବନକୁ ମଧ୍ୟ ବିପର୍ଯ୍ୟସ୍ତ କରି ଅଧୋଗତି କରାଇଥାଏ।
ଯେଉଁବ୍ୟକ୍ତି ସ୍ବ ଅଧୀନତା କଥା ଠିକ୍‌ ଠିକ୍‌ ଅନୁଭବିଥାଏ, ସେ କାହିଁକି ଆଶୀର୍ବାଦଟିଏ ପାଲଟିଯାଏ ସଂସାରରେ? ତା’ର କାରଣ ହେଉଛି ସେ ସେହି ମହାଦାନ ଭିତରୁ ଏକ ମହାବାକ୍ୟ ଶୁଣେ। ତାହା ହେଉଛି ”ତୁ ମୁକ୍ତ, କାରଣ ତୋତେ ତୋ ଭୂମିକାଟିକୁ ଯଥାର୍ଥଭାବେ ନିଭେଇବାକୁ ପଡ଼ିବ।“ ଏଇ ଚେତନା ଉଦ୍ଭୁତ ଚେତାବନୀ ଦ୍ୱାରା ସେ ବ୍ୟକ୍ତି ଅନୁକ୍ଷଣ ଶକ୍ତିଶାଳୀ ହେଉଥାଏ ଏବଂ ତା’ର କ୍ରମବର୍ଦ୍ଧମାନ ଶକ୍ତି ତାକୁ ଅଧିକରୁ ଅଧିକ ଉନ୍ମୋଚିତ କରିଆଣୁଥାଏ। ଉନ୍ମୋଚନର ସୂର୍ଯ୍ୟୋଦୟରେ ଯାହା ବି କିଛି ତା’ ଭିତରେ ଅନ୍ଧାରଥାଏ, ତାହା କଟିକଟି ଯାଉଥାଏ। ଫଳରେ ତାକୁ ପରାଧୀନ କରିବାକୁ ଉଦ୍ୟତ ଅପଶକ୍ତିମାନେ ତା’ଠାରେ ବଶ୍ୟତା ସ୍ବୀକାର କରନ୍ତି ଏବଂ ତା’ର ସତ୍‌ସଙ୍ଗରେ ପରାଶକ୍ତି ଅଭିମୁଖୀ ହୁଅନ୍ତି। ସେଇ କଥା ତ ଘଟିଥିଲା ଦସ୍ୟୁ ରନତ୍ାକରର। ସେ ଦୁଷ୍ଟରୁ ଶିଷ୍ଟ, ସୀମାବଦ୍ଧରୁ ସୀମାହୀନ, ଅସମର୍ଥରୁ ସମର୍ଥ ଏବଂ ସର୍ବୋପରି ନିଃସ୍ବରୁ ସୁସଂପନ୍ନ ହୋଇପାରିଥିଲା। ତେଣୁ ସ୍ବାଧୀନତା ପରି ଅପରିମିତ ଶକ୍ତି ସହ ସଖ୍ୟ ରଖିବା ଆବଶ୍ୟକ। ସ୍ବାଧୀନତା ଶ୍ରଦ୍ଧା ଚାହେଁ, ଚାହେଁ ମଧ୍ୟ ବିବେକପୂର୍ଣ୍ଣତା, ଚାହେଁ ମଧ୍ୟ ଉଦାରତା; ଯାହା ଶକ୍ତ ହୋଇଥିଲେ ବି ଅନମନୀୟତାରେ ଆବିଳ ହୋଇ ନ ଥାଏ।
ପୃଥିବୀ ଇତିହାସରେ ଏଇ ସ୍ବାଧୀନତାକୁ ଧର୍ଷଣ କରାଯାଇ କିପରି ତା’ର ମର୍ଯ୍ୟାଦା ହାନି କରାଯାଇଛି, ତା’ର ସଂଖ୍ୟାହୀନ ଦୃଷ୍ଟାନ୍ତ ଅଛି। ଯେଉଁ ଯେଉଁ ବ୍ୟକ୍ତିମାନେ ଏହି ବିୟୋଗାନ୍ତକ ନାଟକର ଖଳନାୟକ ପାଲଟିଛନ୍ତି, ସେମାନେ ସ୍ବାଧୀନତା ବିଷୟରେ ଜୀବନରେ ଥରେ ହେଲେ ବି ଗଭୀର ହୋଇ ନାହାନ୍ତି। ଅହଂର ବୋଲକରା ଏଇ ଅମାନିଆ ଓ ଅକାଣ୍ଡିଆ ଅଶାନ୍ତମାନେ ତେଣୁ ନିଜ ପ୍ରତି ଅବିଶ୍ୱସ୍ତ ହୋଇ ସଂସାରର ସକଳ କଳା ହରଣ କରିଛନ୍ତି। ଫଳରେ ସଂସାରର ଅଗ୍ରଗତି ଯଥେଷ୍ଟ ପ୍ରଭାବିତ ହୋଇଛି, ଯଦିଓ ବନ୍ଦ ହୋଇଯାଇନାହିଁ। ତଥାପି ଏଇମାନଙ୍କୁ ସଂସାର ସ୍ବୀକାର କରି ନ ଥିଲେ ବି ସହିଛି। ପକ୍ଷାନ୍ତରେ ସ୍ବାଧୀନତାର ମୂର୍ତ୍ତିମାନ୍‌ମାନେ ଏଇ ପଥହରାମାନଙ୍କୁ ବାଟକୁ ଆଣିବାକୁ ପ୍ରୟାସ କରିବାରେ ପଛେଇ ଯାଇନାହାନ୍ତି। ସ୍ବଶକ୍ତିର ଉପଯୋଗ କରି ସେମାନେ ଏଇ ପତିତମାନଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି। ଫଳରେ ଯିଶୁରୂପରେ ବାହାରିପଡ଼ିଛି ସେଇ ଶାନ୍ତିର ପ୍ରଲେପ ଦେଉଥିବା ମହାବାକ୍ୟ ”ହେ ବିଶ୍ୱପିତା! ଏମାନେ କ’ଣ କରୁଛନ୍ତି ଜାଣିନାହାନ୍ତି, ଏମାନଙ୍କୁ କ୍ଷମାକର।“ କେଡ଼େ ଶକ୍ତିଶାଳୀ ଏ ଉଚ୍ଚାରଣ ଆଧ୍ୟାମତ୍ିକତାର, ଆମତ୍ିକତାର, ଅନ୍ତରଙ୍ଗତାର, ଅକୈତବତାର ଓ ଅନ୍ତରୀଣତାର! ଭୁଲ୍‌ କରୁଥିବା ଭାଇ ପାଇଁ ଭାଇର ଏତ ସର୍ବୋଚ୍ଚ, ସର୍ବୋତ୍ତମ, ସର୍ବଶ୍ରେଷ୍ଠ ସର୍ବକାଳୀନ ସାରକଥା। ସ୍ବାଧୀନତାର ସଖାହେଲେ ଏଇ ପ୍ରକାର ମହନୀୟତା ଝରିଆସେ ବ୍ୟକ୍ତିର ଅଭ୍ୟନ୍ତରରୁ। ସେପରି ବ୍ୟକ୍ତି ସ୍ବାଧୀନତା ସଦୃଶ ମହାନତା ଓ ମହିମାର ଧ୍ରୁବତାରା।
ସେଇ ସ୍ବାଧୀନତା ପୁଣି ଏବେ ଅନିକେତ, ଅନାଦୃତ ଏବଂ ଅନାଶ୍ରିତ। ସକଳ ବିପର୍ଯ୍ୟୟର କାରଣ ପାଲଟିଛି ଏହା ପ୍ରତି ମଣିଷର ବିମୁଖତା। ମଣିଷ ଥରେ ହେଲେ ବି ଗଭୀରଭାବେ ଭାବୁନାହିଁ ତାକୁ ମିଳିଥିବା ସ୍ବାଧୀନତାକୁ ସେ ସଯନତ୍, ସଶ୍ରଦ୍ଧ, ସପ୍ରେମ ଓ ସରାଗରେ ରକ୍ଷା କରିବାର ଅଛି, ଧାରଣ କରିବାର ଅଛି। ତା’ ପରିବର୍ତ୍ତେ ତାଠାରୁ ବିଚ୍ଛିନ୍ନ ହୋଇ ବ୍ୟକ୍ତି ବଞ୍ଚତ୍ପାରେନା କି ଆଉ କାହାକୁ ବଞ୍ଚତ୍ବାକୁ ଦିଏନା। ସତରେ ବଞ୍ଚତ୍ବାଠାରୁ ଆଉ ବୃହତ୍ତର ସତ୍ୟ ଅବା ବାସ୍ତବତା କ’ଣ ଅଛି? ସେଇଥିପାଇଁ ସ୍ବାଧୀନତା ବ୍ୟକ୍ତିର ଶ୍ରେୟ ହେଉ। ଏଇ ମରମୀ ସତ୍ୟପ୍ରତି ବିଶ୍ୱସ୍ତ ହେବାକୁ ସେ ବିନୟୀ ଓ ବିବେକୀ ହେଉ, ଯାହାହେଲେ ମଧ୍ୟ ସେ ଏ ଆଧ୍ୟାମତ୍ିକ ସମ୍ପଦକୁ କଦାଚ ବିସ୍ମରିତ ହୋଇ ଅବହେଳା ନକରୁ।
ଭଦ୍ରକ, ମୋ:୮୦୧୮୦୮୭୮୬୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?