ବିଶ୍ୱାସର ମଣିଷ

ଡା. ବିରଞ୍ଚତ୍ ନାରାୟଣ ମଲ୍ଲିକ

 

ଯେଉଁ ବିଶ୍ୱାସୀ ସର୍ବକାଳୀନ ନୁହେଁ, ଯାହାକୁ ପ୍ରମାଣିତ କରିହୁଏ ନାହିଁ ଏବଂ ଯାହା ଯୁକ୍ତି ଓ ଆହ୍ବାନର ସମ୍ମୁଖୀନ ହୋଇ ନ ଥାଏ, ଅନେକଙ୍କ ମତରେ ତାହା ହିଁ ଅନ୍ଧବିଶ୍ୱାସ। କିନ୍ତୁ ଏହା ସତ ଯେ ସାଧାରଣ ବିଶ୍ୱାସରେ ମଧ୍ୟ ଯୁକ୍ତି ଓ ପ୍ରମାଣ ଖୋଜିବା ନିରର୍ଥକ, ଯେହେତୁ ବିଶ୍ୱାସ ହିଁ, ମନ ବିବେକ ଓ ବିଚାରଶୀଳତାକୁ ନେଇ ମଣିଷକୁ ମାର୍ଗଦର୍ଶନ କରିଥାଏ। ପୁଣି ଏହାକୁ ସର୍ବକାଳନ ନୁହେଁ ବୋଲି କୁହାଯାଇପାରିବ ନାହିଁ । ସବୁ ବିଶ୍ୱାସକୁ, ଅନ୍ଧବିଶ୍ୱାସ କହି ଏଡ଼ାଇ ଯିବା ମଧ୍ୟ ଅନୁଚିତ। ବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ଥିବା ବ୍ୟବଧାନ ଓ ସାମଞ୍ଜସ୍ୟକୁ ବିଶ୍ଲେଷଣ କରିବା ଖୁବ୍‌ କଷ୍ଟସାଧ୍ୟ। ତେବେ ଅଧିକାଂଶରେ, ଅଜ୍ଞତା ଓ ନିରକ୍ଷରତା ହିଁ ଅନ୍ଧବିଶ୍ୱାସ ସୃଷ୍ଟି କରିଥାଏ ମଣିଷଠାରେ। ଆଣି ଦେଇଥାଏ ବିଭ୍ରାନ୍ତି ଓ ବିକୃତ ମାନସିକତା। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଣିଗାରେଡ଼ି ଓ ଡାହାଣୀର ବିଶ୍ୱାସ, ଉଜାଡ଼ି ଦେଇଛି ବି ଅନେକ ପରିବାର। କେତେକ ଲୋକଙ୍କ ବିଶ୍ୱାସ ଯଦି ସମାଜର ଅହିତ ତଥା କ୍ଷତି ସାଧନ କରୁଛି, ତାହାକୁ ହିଁ କୁହାଯିବ ଅନ୍ଧବିଶ୍ୱାସ। ଘରୁ ବାହାରିବାବେଳେ ଆଗରେ ବିଲେଇ ଦେଖିଲେ ବା କେହି ପଛରୁ ଡାକିବା କି କେହି ଛିଙ୍କିବା, ରାତିରେ କୁକୁର କାନ୍ଦିବା, ହାତରୁ ଲୁଣ ପଡ଼ିଯିବା ଓ ୧୩ ନମ୍ବରକୁ ଅଶୁଭ ବୋଲି ଭାବିବା ପ୍ରଭୃତି ଲୋକଙ୍କ ଭିତରେ ଯେଉଁ ବିଶ୍ୱାସ ରହିଛି- ସେଥିରୁ କେତେକ ଅନ୍ଧବିଶ୍ୱାସ ଭାବେ ଗ୍ରହଣ କରାଯିବ। ବିଶ୍ୱାସର ଅନ୍ୟ ଏକ ଦିଗକୁ ଦେଖିଲେ ୧୩ ନମ୍ବର ଓ ଶୁକ୍ରବାରକୁ କେତେକ ଦେଶରେ ଅଶୁଭ ମନେ କରିବାର ଏକ ଧର୍ମୀୟ ଦିଗ ମଧ୍ୟ ରହିଛି। ଯିଶୁଙ୍କୁ ଶୁକ୍ରବାର କ୍ରୁଶବିଦ୍ଧ କରାଯାଇଥିବାରୁ ଏହି ବାରକୁ ପରବର୍ତ୍ତୀ ସମୟରେ ଅଶୁଭ ବୋଲି ଧରାଯାଇଛି। ଲୋକଙ୍କ ମନରେ ଏହି ଧର୍ମୀୟ ବିଶ୍ୱାସକୁ ଅନ୍ଧବିଶ୍ୱାସ ବୋଲି କୁହାଯାଇପାରିବ ନାହିଁ। ତେବେ ଯଦି ବିଶ୍ୱାସ କହି ମଣିଷ ଘାତକ ସାଜେ, ସମାଜର ଅନିଷ୍ଟ କରେ, ତାହା ହିଁ ଅନ୍ଧବିଶ୍ୱାସ। ନର ଓ ପଶୁବଳି, ହଇଜାକୁ ଠାକୁରାଣୀ ଭାବିବା, ସାପକାମୁଡ଼ାଠୁ ଆରମ୍ଭ କରି କେତେକ ରୋଗରେ ରୋଗୀକୁ ଡାକ୍ତରଖାନା ନ ନେଇ ଠାକୁରଙ୍କ ପାଖରେ ପାଣି ଢାଳିବା, ଧନୀ ହେବା ଆଶାରେ ଲୋକଙ୍କୁ ଭୁଆଁ ବୁଲାଉଥିବା ତନ୍ତ୍ର ସାଧକଙ୍କ ଆଶ୍ରୟ ନେବା ଓ ଅଯଥା ଖର୍ଚ୍ଚାନ୍ତ ହେବା ପ୍ରଭୃତିକୁ ରୋକାଯାଇପାରିଲେ, ସମାଜରୁ ଅନ୍ଧବିଶ୍ୱାସକୁ ହଟାଯାଇପାରିବ।
କିନ୍ତୁ ମଣିଷ ମନରେ ଈଶ୍ୱରଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ କେବେ ଅନ୍ଧବିଶ୍ୱାସ ନୁହେଁ। କାହାର ବିଶ୍ୱାସରେ ଈଶ୍ୱର ଥାଆନ୍ତୁ ବା କାହାର ବିଶ୍ୱାସରେ ଈଶ୍ୱର ନ ଥାଆନ୍ତୁ, କିନ୍ତୁ ଈଶ୍ୱର ଯେ ସତ୍ୟ ଶିବ ଓ ସୁନ୍ଦର ଏହା ମାନିବାକୁ ହିଁ ପଡ଼ିବ। ଈଶ୍ୱରଙ୍କୁ ଅନ୍ଧବିଶ୍ୱାସ କହି, କେହି ତାଙ୍କୁ ଏଡ଼ାଇ ଦେଇପାରିବେ ନାହିଁ। ପୂଜା ପର୍ବପର୍ବାଣି, କର୍ମକାଣ୍ଡ, ଈଶ୍ୱରବିଶ୍ୱାସ ଓ ଜ୍ୟୋତିଷ ବିଜ୍ଞାନ ପ୍ରଭୃତି ପରମ୍ପରାଗତ କାର୍ଯ୍ୟ ମଣିଷର କୌଣସି ଅନିଷ୍ଟ ଘଟାଏ ନାହିଁ। କିନ୍ତୁ ଏକଥା ସତ ଯେ- ଅନେକ ଲୋକବିଶ୍ୱାସ ତାତ୍ତ୍ୱିକ ମର୍ମାର୍ଥ ବହନ କରୁଥିବାବେଳେ – ସମାଜର କେତେକ ସ୍ବାର୍ଥାନ୍ବେଷୀ ବ୍ୟକ୍ତି ଏହାକୁ କଦର୍ଥ କରି ବ୍ୟବହାର ତଥା ଅପପ୍ରୟୋଗ କରି ସମାଜର ଅମଙ୍ଗଳ କରିଥାନ୍ତି। ଏହି ପ୍ରକ୍ରିୟାରେ ଅନେକ ଲୋକ ବିଶ୍ୱାସକୁ ମଧ୍ୟ ଅନ୍ଧବିଶ୍ୱାସ ଭାବେ ଗ୍ରହଣ କରାଯାଇସାରିଛି। ମଣିଷ କରୁଥିବା କୌଣସି କାର୍ଯ୍ୟ ଓ ତାହା ପଛରେ ଥିବା ସୂକ୍ଷ୍ମ ତତ୍ତ୍ୱକୁ ତର୍ଜମା ନ କରି ସବୁକଥାକୁ ଅନ୍ଧବିଶ୍ୱାସ ବୋଲି କୁହାଯାଇପାରିବ ନାହିଁ। ଅନେକସ୍ଥଳେ ନିର୍ଦ୍ଦିଷ୍ଟ ସମୟ, ଜାଗା ଓ ପରିବେଶରେ ସୃଷ୍ଟି ଲୋକବିଶ୍ୱାସ ପରିସ୍ଥିତି ଓ ପରିବେଶ ବଦଳାଇଲେ, ତାହାକୁ ଲୋକେ ଅନ୍ଧବିଶ୍ୱାସ କହିଥାନ୍ତି ତାହା ସହଜରେ ମଧ୍ୟ ଗ୍ରହଣ କରାଯାଇ ନ ଥାଏ। ମଣିଷ ମନର ବିଶ୍ୱାସକୁ ଧର୍ମବିଶ୍ୱାସ, ଲୋକବିଶ୍ୱାସ ଓ ଅନ୍ଧବିଶ୍ୱାସ ଏମିତି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇପାରେ । ବିଶ୍ୱାସ-ଅବିଶ୍ୱାସ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କିଏ କେଉଁକଥାକୁ ବିଶ୍ୱାସ କରିବ ବା କିଏ ବିଶ୍ୱାସ କରିବ ନାହିଁ ତାହା ଉପରେ କେହି ହସ୍ତକ୍ଷେପ କରିପାରିବେ ନାହିଁ । କିନ୍ତୁ ବିଶ୍ୱାସ ଯେତେବେଳେ ଅନ୍ଧବିଶ୍ୱାସର ରୂପ ନେଇ ସମାଜକୁ ଅସଜଡ଼ା କରିବସିବ ସେତେବେଳେ ତା’ ଉପରେ ନାନା କଟକଣା ଜାରିହେବା ସ୍ବାଭାବିକ। କିନ୍ତୁ ସାଧାରଣ ଭାବରେ ଦେଖିଲେ ଘରୁ ପୂର୍ଣ୍ଣ କଳସ ଦେଖି ବାହାରିବା ମଣିଷ ମନରେ ଯେଉଁ ସାତ୍ତ୍ୱିକ ଭାବନା ସୃଷ୍ଟି କରିଥାଏ ତାହା ଯେ କୌଣସି ଯାତ୍ରାକୁ ଶୁଭଙ୍କର କରିଥାଏ। ସେହିପରି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରିଥିଲେ- କେହି ପଛରୁ ଡାକିଲେ ଏକାଗ୍ରଚିତ୍ତରେ ଥିବା ବ୍ୟକ୍ତି ମାନସିକ ସନ୍ତୁଳନତା ହରାଏ ଅଥବା ତା’ର ଚିନ୍ତା ଓ ଭାବନା ଚହଲିଯାଏ। ସବୁଠୁ ବଡ଼ କଥା ହେଲା ମଣିଷର ସକାରାତ୍ମକ ମନ ତା’ ପାଇଁ ଶୁଭ ଆଉ ନକାରାତ୍ମକ ମନ ହିଁ ଅଶୁଭ ଆଣି ଦେଇଥାଏ। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ମନକୁ ସକାରାତ୍ମକ ରଖିଲେ କୌଣସି ଅସୁବିଧା ସୃଷ୍ଟି ହୋଇ ନ ଥାଏ। ମଣିଷର ବିଶ୍ୱାସ କିପରି ଆମ ସଂସ୍କୃତି ଓ ସାହିତ୍ୟରେ ଦୃଷ୍ଟାନ୍ତ ହୋଇ ରହିଛି ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ପଲ୍ଲୀଶ୍ରୀରେ ତାହା ଦେଖିବାକୁ ମିଳେ- ”ଆସିଲା ଧାନକଟା ହୋଇଲା ସେ ଆକୁଳ, ସଦେଇ ଭାବେ ବସି କରିବି ଅନୁକୂଳ“। ଉତ୍ତମ ବାର ଦେଖି, ବଚନ ପରା ଗାଇ, ବୁଧରେ ଠିଆବୁଣା, ଶୁକ୍ରରେ ବସି ପହି, ବଢ଼ାଇ ଦେବ କ୍ଷେତ ମଙ୍ଗଳବାର ଦେଖି। ଏକଥା ମିଛ କି ହେ ପୋଥିରେ ଅଛି ଲେଖି? ହୋଇବ ଧାନକଟା, ସକାଳ କାଲି ହେଉ, ଅଟଇ ଶୁଭଦିନ, ନାହାକ କଥା ଏହୁ।
ଗ୍ରାମୀଣ ଜୀବନଧାରାରେ ଏହି ଶୁଭ ଓ ଅଶୁଭ ଦିନ ନିର୍ଦ୍ଧାରଣ ଲୋକ ମନର ବିଶ୍ୱାସ ରହିଛି, କାହିଁ କେଉଁ କାଳରୁ । ଜ୍ୟୋତିଷ ଶାସ୍ତ୍ର, ବିଜ୍ଞାନ ସମ୍ମତ, ଏଥିରେ ସବୁ କିଛିକୁ ଅନ୍ଧବିଶ୍ୱାସ କହି ଏଡ଼ାଇଯାଇ ହେବନି। ଆମ ସମାଜରେ ଦେଢ଼ଶୂର ନାଁ ନ ଧରିବା ବା ତାଙ୍କର ସାମ୍ନାକୁ ନ ଆସିବାର ପରମ୍ପରା ଯାହା ପ୍ରଚଳିତ ଅଛି, ତାହାକୁ ଅନେକେ ଅନ୍ଧବିଶ୍ୱାସ କହିଥାନ୍ତି। କିନ୍ତୁ ଏହା ପଛରେ ସାମାଜିକ ଶୃଙ୍ଖଳାର ଦିଗଟି ନିହିତ ରହିଛି । ସାଧାରଣତଃ ଭାଇବୋହୂ ବୟସରେ ସାନ ହେତୁ ତା’ ପ୍ରତି ବଡ଼ଭାଇଙ୍କର ଯେପରି କୌଣସି କୁଦୃଷ୍ଟି ନ ପଡ଼େ, ସେଥିପ୍ରତି ଦୃଷ୍ଟି ରଖି ଏହି ପରମ୍ପରାଟି ଆମ ସମାଜ ବ୍ୟବସ୍ଥାରେ ସତର୍କତାର ସହ ରଖି ଦିଆଯାଇଛି କାହିଁ କେଉଁକାଳରୁ। ଏହାକୁ କ’ଣ ଅନ୍ଧବିଶ୍ୱାସ କୁହାଯିବ? ପୁଣି କେତେକ ସମୟରେ ନୀଳରଙ୍ଗର ଶାର୍ଟ ପିନ୍ଧିବା କି ବୃକ୍ଷକୁ ବିବାହ କରିବା କିମ୍ବା ଲେଖାପୂର୍ବରୁ ଓ ଲେଖିବା ଆଙ୍ଗୁଠିରେ ଏକାଧିକ ମୁଦି ପିନ୍ଧିବା ଏବଂ ନିର୍ଦ୍ଦିଷ୍ଟ ଅକ୍ଷର କିମ୍ବା ସଂଖ୍ୟାକୁ ଭଲପାଇବା ଆଦୌ ଅନ୍ଧବିଶ୍ୱାସ ନୁହେଁ। ଆଜିର ସମୟ କଥା ଦେଖନ୍ତୁ ମଣିଷ ଚନ୍ଦ୍ରପୃଷ୍ଠରେ ଭ୍ରମଣ କରିବା ପାଇଁ ଅଭିଯାନ ଆରମ୍ଭ କରି ସଫଳ ହୋଇସାରିଲାଣି। ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ କାରଣ ସେ ଜଣେ ମୁମୂର୍ଷୁକୁ ମୃତ୍ୟୁ ମୁହଁରୁ ଫେରାଇ ଆଣିଥାନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ବି ଅନେକ ନକଲି ଡାକ୍ତର ବା କ୍ୱାକ୍‌ ବା ଦେହଖରାପ ପାଇଁ ଡାକ୍ତରୀ ପରାମର୍ଶ ନ ନେଇ ଗୁଣିଗାରେଡ଼ିର ସାହାଯ୍ୟ ନେଇ ପରବର୍ତ୍ତୀ ସମୟରେ ଅଭାବନୀୟ ଘଟଣା ଘଟୁଛି। ବାସ୍ତବରେ ରାମକୃଷ୍ଣ ପରମହଂସ କହିଥିଲେ- ବିଶ୍ୱାସ ତ ବିଶ୍ୱାସ, ବିଶ୍ୱାସରେ ଅନ୍ଧତ୍ୱ ଆସିଲା କୁଆଡ଼ୁ?
ସର୍ଜରି ବିଶେଷଜ୍ଞ, ଫ୍ଲାଟ ନଂ-୪୦୩, କିରଣ ପାରିଜାତକ ଏନ୍‌କ୍ଲେଭ, କ୍ୟାଣ୍ଟନମେଣ୍ଟ ରୋଡ୍‌, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?