ନଦୀ ପ୍ରଦୂଷଣ ମାନବକୃତ: ପ୍ରଫୁଲ୍ଲ ସାମନ୍ତରା

ଝାରସୁଗୁଡ଼ା ଅଫିସ,୨୨।୧୦: ସେପ୍ଟେମ୍ବର ୨୩ରୁ ଲୋକଶକ୍ତି ଓ ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ (ଏନ୍‌ଏପିଏମ୍‌) ଓଡିଶା ତରଫରୁ ନଦୀ ଓ ଜଳ ଉତ୍ସ ସୁରକ୍ଷା ଅଭିଯାନ ଯାତ୍ରା ଆରମ୍ଭ ହୋଇଛି। ଏହାର ଆବାହକ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚତ୍ ଇବ୍‌ ଓ ଭେଡେନ ନଦୀ ଆଦି ବୁଲି ଦେଖିବାପରେ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସେ ସହରର ଏକ ହୋଟେଲରେ ଖବରଦାତା ସମ୍ମିଳନୀ କରି କହିଥିଲେ, କେବଳ ଭାରତବର୍ଷ ନୁହେଁ ସାରା ବିଶ୍ୱରେ ନଦୀ, ନାଳ ଆଦି ଜଳଉତ୍ସ ପ୍ରଦୂଷିତ ହେବାରେ ଲାଗିଛି। ଏହା ମାନବକୃତ ହୋଇଥିବାବେଳେ ଏଥିପାଇଁ ସରକାରୀ ବିଧିବ୍ୟବସ୍ଥା ଦାୟୀ। ଦେଶରେ ଶିଳ୍ପନୀତି ରହିଥିଲେ ବି କାର୍ଯ୍ୟକାରୀ ହେଉନାହିଁ। କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଠିକ୍‌ଭାବେ ପରିଚାଳନା ହେଉନାହିଁ। ଏହାର ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି। ଏଥିରେ ନଦୀଜଳ ପ୍ରଦୂଷିତ ହେବାରେ ଲାଗିଛି। ଏହାର ପ୍ରଭାବ ସିଧାସଳଖ ମାନବ ସମାଜ ଉପରେ ପଡୁଛି। ଏହାକୁ ନେଇ ଦେଶ ଓ ରାଜ୍ୟ ମଧ୍ୟରେ ନଦୀଜଳ ବିବାଦ ଦେଖାଦେଉଛି। ଏଥିମଧ୍ୟରେ କାବେରୀ ଓ ମହାନଦୀ ରହିଛି। ଏହାକୁ ନେଇ ସରକାର ଟ୍ରିବ୍ୟୁନାଲ ଗଠନ କରିଥିବାବେଳେ ଅଦ୍ୟାବଧି ଏହାର ସମାଧାନ ହୋଇପାରିନାହିଁ। ନଦୀର ନିରନ୍ତର ପ୍ରବାହ ହିଁ ତାହାର ଅତୁଟ ଜୀବନ। ଏହାକୁ ଯଦି ପ୍ରଭାବିତ କରାଯାଏ ତା’ହେଲେ ପ୍ରାକୃତିକ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ ା ସେତେବେଳେ ନଦୀର ଅତୁଟ ଜୀବନର ଅପମୃତ୍ୟୁ ହୋଇଥାଏ। ତେଣୁ ନଦୀ ସୁରକ୍ଷା ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଦେଶରେ ଛତୁ ଫୁଟିଲାପରି ତାପଜ ବିଦ୍ୟୁତ୍‌ କେନ୍ଦ୍ର ପ୍ରତିଷ୍ଠା ହୋଇଚାଲିଛି। ଏଥିରୁ ନିର୍ଗତ ଉତ୍ତପ୍ତ ଗ୍ୟାସ୍‌ ଓ ବର୍ଜ୍ୟବସ୍ତୁ ଜଳବାୟୁକୁ ପ୍ରଦୂଷିତ କରୁଛି। ଏହାର ବିକଳ୍ପ ଭାବେ ସୌରଶକ୍ତି ଉପତ୍ାଦନ ହୋଇପାରିଲେ ବହୁମାତ୍ରାରେ ପ୍ରଦୂଷଣ ରୋକାଯାଇପାରିବ। ଝାରସୁଗୁଡା ଜିଲାରେ ଅନେକ କଳକାରଖାନା ଗଢିଉଠିଛି। ଏଥିରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଠିକ୍‌ରେ ପରିଚାଳନା ନ ହୋଇ ଏଣେତେଣେ ପଡିରହୁଛି ା ଏହାର ପ୍ରଭାବ ସିଧାସଳଖ ହୀରାକୁଦ ଜଳଭଣ୍ଡାର, ମହାନଦୀ ଓ ଆଖପାଖରେ ଥିବା ନଦୀ ଉପରେ ପଡୁଛି। ଏଥିରେ ଜନଜୀବନ ପ୍ରଭାବିତ ହେଉଛି। ଏହାକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରହିଛି। ହେଲେ ଏହା ସ୍ଥାଣୁ ପାଲଟିଯାଇଛି। ଏହାକୁ ନିୟନ୍ତ୍ରଣ କରା ନ ଗଲେ ପରିସ୍ଥିତି ଭୟାବହ ହେବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍‌ ସତ୍ୟନାରାୟଣ ରାଓ, ରତ୍ନାକର ପ୍ରଧାନ, ବିଜୟ ଦାସ ପ୍ରମୁଖ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri