Posted inଜାତୀୟ

ମୋବାଇଲ ଭାଙ୍ଗିବାରୁ ଯୁବକଙ୍କୁ ହତ୍ୟା

ନାଗପୁର,୨୫।୩: ମହାରାଷ୍ଟ୍ରର ନାଗପୁର ସହରରେ ମୋବାଇଲ ଫୋନ ଭାଙ୍ଗିବାକୁ ନେଇ ଜଣେ ନାବାଳକ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କୁ ସାଲିରାମ ଆଲିଆସ ରିଙ୍କୁ କୁମାର (୩୧) ବୋଲି ଚିହ୍ନଟ କରାଯାଇଛି। ବୁଧବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ପରେ ନାବାଳକଙ୍କୁ ଅଟକ ରଖାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପୀଡ଼ିତ ଏବଂ ଅଭିଯୁକ୍ତ ପ୍ରକୃତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ଜିଲାର ବାସିନ୍ଦା। ମୃତକ ତାଙ୍କ ଗାଁରେ ରହୁଥିବା ସମ୍ପର୍କୀୟଙ୍କ ସହ କଥା ହେବା ପାଇଁ ନାବାଳକଙ୍କଠାରୁ ଫୋନ ନେଇଥିଲେ। କିନ୍ତୁ କଥା ହେବା ପରେ ଫୋନ ଫେରାଇବାକୁ ମନା କରି ଦେଇଥିଲେ। ତା’ ପରେ ସେ ଫୋନକୁ ରାସ୍ତାରେ ପିଟି ଭାଙ୍ଗି ଦେଇଥିଲେ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ନାବାଳକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରି ରିଙ୍କୁଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିନ୍ଦେ ‘ସେନା’ଙ୍କୁ ସଞ୍ଜୟଙ୍କ ଅପିଲ୍‌: ମହାରାଷ୍ଟ୍ରକୁ ଫେରି ଆଲୋଚନା କର

ମୁମ୍ବାଇ,୨୩।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଆସାମର ଗୁଆହାଟୀରେ ବସିଥିବା ତାଙ୍କ ସମର୍ଥକ ବିଧାୟକଙ୍କୁ ମୁମ୍ବାଇ ଫେରିବାକୁ ନିବେଦନ କରିଛି ଶିବସେନାର ବରିଷ୍ଠ...

ନୂଆ କଂଗ୍ରେସର ଅୟମାରମ୍ଭ

ରାୟପୁର , ୨୭ା୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଛତିଶଗଡ଼ର ରାୟପୁରରେ ଚାଲିଥିବା ଏଆଇସିସିର ୮୫ତମ ମହାଧିବେଶନ ରବିବାର ଶେଷ ହୋଇଛି। ଏହି ଅଧିବେଶନ...

ବଦାନତା ଦେଖାଇଲା ଭାରତ: ପାକିସ୍ତାନକୁ ପଠାଇଲା ମୃତଦେହ

ଶ୍ରୀନଗର,୫।୯: ଫିଦାୟିନ ଆକ୍ରମଣକାରୀ ତବାରକ ହୁସୈନ୍‌ଙ୍କ ମୃତଦେହ ପାକିସ୍ତାନକୁ ହସ୍ତାନ୍ତର କର ନିଜର ବଦାନତା ଦେଖାଇଛି ଭାରତ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୬ମିନିଟ୍‌ରେ ହୁସୈନଙ୍କ...

ଟିକା ଦେଇଥିବା ନର୍ସଙ୍କୁ ଏମିତି ପଚାରିଥିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୩: ଦେଶରେ କରୋନା ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଟିକା ନେବା ପାଇଁ ଦିଲ୍ଲୀ...

କୋଭିଡ୍‌ ସଙ୍କଟ କେନ୍ଦ୍ରର ବଡ଼ ବିଫଳତା

ନୂଆଦିଲ୍ଲୀ, ୩୦।୫(ଆଇଏଏନ୍‌ଏସ୍‌): କୋଭିଡ୍‌ ସଙ୍କଟ ନରେନ୍ଦ୍ର ମୋଦଙ୍କ ଦ୍ୱିତୀୟ ପାଳି ସରକାରର ସବୁଠୁ ବଡ଼ ବିଫଳତା ବୋଲି ଏକ ସର୍ଭେରେ କୁହାଯାଇଛି। ମୋଦିଙ୍କ ୭ ବର୍ଷର...

ଟ୍ରେନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ରେଳ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ଟ୍ରେନରେ ଲାଗିଯାଇଛି ନିଆଁ। ପ୍ଲାଟଫର୍ମ ନଂ ୮ରେ ଥିବା ଚଣ୍ଡିଗଡ କୋଚବଲି...

କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟର ଭୋପାଳରେ ଜରୁରୀ ଅବତରଣ

ଭୋପାଳ,୨୫ ।୨: ଭୋପାଳରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ମେଡିକାଲ ଏମରଜେନ୍ସି କାରଣରୁ ଭୋପାଳ ଡାଇଭର୍ଟ କରିବାକୁ ପଡିଛି । ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ...

ଭାଜପାରେ ମିଶିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼,୨।୭: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ଖୁବ୍‌ଶୀଘ୍ର ଭାଜପାରେ ଯୋଗଦେବେ। ୮ ମାସ ତଳେ ସେ କଂଗ୍ରେସ ଛାଡ଼ି ଗଢ଼ିଥିବା ପଞ୍ଜାବ ଲୋକ...

Advertisement
Archives

Model This Week