ପ୍ରକୃତି କୋଳରେ ମଣିଷ

ପ୍ରେମାନନ୍ଦ ନାୟକ

ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳ ହେଉଛି କେତେଗୁଡ଼ିଏ ବାଷ୍ପର ସମଷ୍ଟି। ସେହି ବାଷ୍ପଗୁଡ଼ିକ ମଧ୍ୟରେ ଯବକ୍ଷାରଜାନ, ଅମ୍ଳଜାନ ଓ ଅଙ୍ଗାରକାମ୍ଳ ହେଉଛି ମୁଖ୍ୟ ଉପାଦାନ। ବାୟୁମଣ୍ଡଳରେ ଯବକ୍ଷାରଜାନ ପରିମାଣ ସର୍ବାଧିକ ଶତକଡ଼ା ୭୮ ଭାଗ ଥିବାବେଳେ ଅମ୍ଳଜାନ ୨୧ ଭାଗ ଓ ଅଙ୍ଗାରକାମ୍ଳ ୦.୦୩ ଭାଗ। ଅମ୍ଳଜାନ ହେଉଛି ବାୟୁମଣ୍ଡଳରେ ଦ୍ୱିତୀୟ ସର୍ବାଧିକ ଉପାଦାନ।
ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ଶ୍ୱାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରନ୍ତି। ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ପରିମାଣ ସାଧାରଣତଃ ଅପରିବର୍ତ୍ତନୀୟ ବା ସ୍ଥିର ରହିଥାଏ। ଏହି ବାଷ୍ପ ଦ୍ୱୟର ପରିମାଣରେ ତାରତମ୍ୟ ଦେଖାଦିଏ, ଯେତେବେଳେ ମନୁଷ୍ୟ ବହୁ ସଂଖ୍ୟାରେ ବୃକ୍ଷ ଛେଦନ କରି ବାୟୁମଣ୍ଡଳକୁ କ୍ଷତି ପହଞ୍ଚାଏ। କାରଣ ପୃଥିବୀ ପୃଷ୍ଠରୁ ନିର୍ଗତ ସୂର୍ଯ୍ୟତାପକୁ ଅଙ୍ଗାରକାମ୍ଳ ପୁନର୍ବାର ପୃଥିବୀକୁ ବିକିରଣ କରିଥାଏ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବେଶି ହେଲେ ପୃଥିବୀ ଅଧିକ ଉତ୍ତପ୍ତ ହୁଏ; ଯାହାକୁ ଗ୍ଲୋବାଲ ଓ୍ବାର୍ମିଂ କୁହାଯାଉଛି। ତେଣୁ ବାୟୁମଣ୍ଡଳରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବାଷ୍ପଦ୍ୱୟର ଭାରସାମ୍ୟ ରକ୍ଷା ନିତାନ୍ତ ଆବଶ୍ୟକ, ଯାହା ପୃଥିବୀରେ ଜୀବଜଗତ ତିଷ୍ଠି ରହିବା ପାଇ ଅପରିହାର୍ଯ୍ୟ।
ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ସଂକ୍ରମଣ ଯୋଗୁ ଅନେକ ଆକ୍ରାନ୍ତ ବ୍ୟକ୍ତି ଆବଶ୍ୟକ ଅମ୍ଳଜାନ ନ ପାଇଁ ମୃତ୍ୟୁବରଣ କଲେ। ଉଲ୍ଲେଖଯୋଗ୍ୟ, ଯେଉଁ ରାଜ୍ୟଗୁଡ଼ିକ ସ୍ବଚ୍ଛଳ ଏବଂ ବିକଶିତ, ସେଠାରେ ସଂଖ୍ୟାଧିକ ଲୋକ ଆକ୍ରାନ୍ତ ହୋଇ ଅମ୍ଳଜାନ ଅଭାବରୁ ମୃତ୍ୟୁମୁଖରେ ପଡ଼ିଛନ୍ତି। ଅଥଚ ଓଡ଼ିଶା ଭଳି ଏକ ଗରିବ ଓ ଅବହେଳିତ ରାଜ୍ୟ ସେମାନଙ୍କୁ ଅମ୍ଳଜାନ ଯୋଗାଇ ସେମାନଙ୍କ ପ୍ରାଣ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶାରେ ଅମ୍ଳଜାନର ଅଭାବ ନାହିଁ କିମ୍ବା ଟିକା ମଧ୍ୟ ନଷ୍ଟ ହେବାରେ ନାହିଁ। ବରଂ ଟିକାକରଣରେ ଯେଉଁ ତିନିଟି ରାଜ୍ୟ ବିଯୁକ୍ତାମତ୍କ ସ୍ଥିତିରେ ଅଛନ୍ତି, ସେମାନଙ୍କ ମଧ୍ୟରେ ଓଡ଼ିଶା ରହିଛି।
ଗତବର୍ଷ କରୋନାର ପ୍ରଥମ ସଂକ୍ରମଣ ବେଳେ ଭାରତରେ ସ୍ଥିତି କିଛି ପରିମାଣରେ ନିୟନ୍ତ୍ରଣାଧୀନ ଥିଲା। କିନ୍ତୁ ଏବେ ଦ୍ୱିତୀୟ ଲହର ଆହୁରି ବିପର୍ଯ୍ୟୟ ଘଟାଇଛି । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଅଧିକ ହୋଇଛି। ଜୀବନ ସହିତ ଲୋକମାନଙ୍କ ଜୀବିକା ଅତି ମାତ୍ରାରେ ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ କେତେକ ବିବଦମାନ ଘଟଣା ଏହାକୁ ଆହୁରି ଜଟିଳ କରି ଦେଉଛି। ବାବା ରାମଦେବଙ୍କ ମତରେ ଷ୍ଟେରଏଡ୍‌, ରେମେଡିସିଭର, ଫାଭିପିରାଭୀର, କ୍ଲୋରୋକୁଇନ ଆଦି ଦ୍ୱାରା ଯେଉଁ ଚିକିତ୍ସା କରାଯାଉଛି ତାହା କରୋନାର ଚିକିତ୍ସା ନୁହେଁ। ଏବେ ଏମ୍‌ସର ନିର୍ଦ୍ଦେଶକ ରେମେଡିସିଭର ନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଷ୍ଟେରଏଡ୍‌ର ଅତ୍ୟଧିକ ବ୍ୟବହାର ଶେଷରେ କୃଷ୍ଣକବକ ରୋଗ ସୃଷ୍ଟି କରୁଛି ବୋଲି ଏବେ ଏହା ଉପରେ ରୋକ୍‌ ଲାଗିଲାଣି। ଆଗରୁ ବହୁତ ସଫଳ ହେଉଛି ବୋଲି କୁହାଯାଉଥିବା ‘ପ୍ଲାଜମାଥେରାପି’ ବାସ୍ତବରେ କିଛି କାମ କରୁ ନ ଥିଲା ବୋଲି ଏବେ ଜଣାପଡିବା ପରେ ଆଇସିଏମ୍‌ଆର୍‌ ତାକୁ ସାରା ଦେଶରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ କହିବାକୁ ଗଲେ କରୋନା ଭୂତାଣୁକୁ ନେଇ ଏବେ ବି ଚିକିତ୍ସାବିଜ୍ଞାନ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିନାହିଁ। ଏହାଛଡ଼ା କେତେକ ଲୋକଙ୍କର ସୁବିଧାବାଦୀ ଓ ଲାଭଖୋର ମନୋବୃତ୍ତି ଯୋଗୁ ପରିସ୍ଥିତି ଆହୁରି ଚିନ୍ତାଜନକ ହେବାରେ ଲାଗିଛି। ତାହା ମଧ୍ୟରେ ଅମ୍ଳଜାନ ସିଲିଣ୍ଡରର କଳାବଜାରରେ ଅତ୍ୟଧିକ ମୂଲ୍ୟବୃଦ୍ଧି, ବିଭିନ୍ନ ଔଷଧ ଦୋକାନରୁ ବହୁ ପରିମାଣରେ ଭେଜାଲ କରୋନା ଔଷଧ ଜବତ ହେବା, କେତେକ ଘରୋଇ ଚିକିତ୍ସାଳୟରେ ଟିକା ପାଇଁ ଅଧିକ ମୂଲ୍ୟ ନେବା, କେତେକ ରାଜ୍ୟରେ ଟିକା ବହୁ ପରିମାଣରେ ନଷ୍ଟ ହେବା ଏବଂ ଟିକାକରଣରେ ଅବ୍ୟବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ।
ଏହିଭଳି ଅନିଶ୍ଚିତ ଓ ବିବାଦୀୟ ପରିସ୍ଥିତିରେ ସାରା ଦେଶ ତ୍ରାହି ତ୍ରାହି ଚିତ୍କାର କରୁଥିବା ବେଳେ ଏପରି କିଛି ଗ୍ରାମ ରହିଛି, ଯେଉଁଠାରେ କରୋନାର ପ୍ରଥମ ବା ଦ୍ୱିତୀୟ ଲହର ପହଞ୍ଚତ୍ବାକୁ ସାହସ କରିପାରିନାହିଁ। ଗଞ୍ଜାମ ଜିଲା ସୋରାଡ଼ା ବ୍ଲକର ୨୬ ପଞ୍ଚାୟତ ମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ପ୍ରାୟ ୧୪ଟି ପଞ୍ଚାୟତ ଏପର୍ଯ୍ୟନ୍ତ କରୋନା କବଳରୁ ମୁକ୍ତ ରହିଛନ୍ତି। ଏହି ସବୁ ଗ୍ରାମର ଅଧିବାସୀ ସାନିଟାଇଜର ବ୍ୟବହାର କରନ୍ତି ନାହିଁ କି କୌଣସି ରାସାୟନିକ ପଦାର୍ଥରେ ପ୍ରସ୍ତୁତ ଓଷଧ ସେବନ କରନ୍ତି ନାହିଁ। ଏହି ବ୍ଲକର ଅଧିକାଂଶ ଗ୍ରାମ ଦୁର୍ଗମାଞ୍ଚଳ। ସୁଉଚ୍ଚ ପାହାଡ଼ ସହିତ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଅନେକ ଗ୍ରାମ। ସଂରକ୍ଷିତ ଜଙ୍ଗଲର ଲକ୍ଷ ଲକ୍ଷ ବୃକ୍ଷ ଯୋଗୁ ଏହି ଗ୍ରାମଗୁଡ଼ିକରେ ଅମ୍ଳଜାନର ସ୍ତର ପ୍ରଚୁର ପରିମାଣରେ ଉପଲବ୍‌ଧ। ଏହି ଗ୍ରାମବାସୀ ବିନା କାରଣରେ ସହରକୁ ଯାଇ ନ ଥାନ୍ତି କିମ୍ବା ସହରରେ ରହୁଥିବା ଲୋକଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସି ନ ଥାନ୍ତି। ଏଥି ସହିତ ବହୁ ପୂର୍ବରୁ ହିଁ ଆଦିବାସୀ ଗ୍ରାମରେ ଘରଗୁଡ଼ିକ ମଧ୍ୟରେ ବିଶେଷ ଦୂରତା ରହିଛି। କରୋନାର ଦୃଢ଼ ସଂକ୍ରମଣ ସତ୍ତ୍ୱେ ଆଦିବାସୀଙ୍କର ଦୃଢ଼ ମନୋବଳ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରେ। ସେହିପରି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନସ୍ଥ କୋଟଗଡ଼ ବ୍ଲକ ଯୋଡ଼ାବାଲି ଗ୍ରାମପଞ୍ଚାୟତର କୁଟିଆ କନ୍ଧ ଅଧ୍ୟୁଷିତ ଗଁା ସାକରାଯୋଡ଼ିରେ ଡାକ୍ତର ଦଳ ପହଞ୍ଚି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହିତ ୯୦ ଜଣ ଗ୍ରାମବାସୀଙ୍କର କରୋନା ପରୀକ୍ଷା କରିଥିଲେ। ହେଲେ ପାହାଡ଼ ଜଙ୍ଗଲ ଘେରା ଏହି ଗ୍ରାମରେ ଜଣେ ବି ସଂକ୍ରମିତ ହୋଇ ନ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଅଭୟାରଣ୍ୟର ଘଞ୍ଚ ଅଞ୍ଚଳ ଚେମଚଟାଠାରେ ୨୨ଟି ଲୋଧା ପରିବାର ବସବାସ କରନ୍ତି। ସେମାନଙ୍କର ୧୦୪ ଜଣ ସଦସ୍ୟଙ୍କୁ ଏପର୍ଯ୍ୟନ୍ତ କରୋନା ସ୍ପର୍ଶ କରିପାରିନାହିଁ। ଏମାନେ ପ୍ରକୃତି କୋଳରେ ବିଶୁଦ୍ଧ ଅମ୍ଳଜାନ ପାଇ ଶାନ୍ତିରେ ଜୀବନଯାପନ କରୁଛନ୍ତି। ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକର ବସିବଣୀ ଗଁାରେ ମଧ୍ୟ କରୋନା ଭୂତାଣୁ ପହଞ୍ଚି ପାରିନାହିଁ। ଘଞ୍ଚ ଜଙ୍ଗଲ ଘେରା ଏହି ଗ୍ରାମ ବାହ୍ୟ ଜଗତରୁ ଦୀର୍ଘ ୭୦ ବର୍ଷ ଧରି ପୃଥକ ଜୀବନଯାପନ କରୁଛି।
ପ୍ରକୃତିକୁ ଯିଏ ଭଲପାଏ, ଯନତ୍ ନିଏ ପ୍ରତିଦାନରେ ସେହି ପ୍ରକୃତି ବିପଦ ଆପଦରେ ତାକୁ ସାହା ହୁଏ। କିନ୍ତୁ ମଣିଷ ବିକାଶ ନାମରେ ଅବିଚାରିତ ଭାବେ ପ୍ରକୃତିର ବିନାଶ କରୁଛି। ସେଥିପାଇଁ ପ୍ରକୃତି ଉଗ୍ରରୂପ ଧାରଣ କରି ବାରମ୍ବାର ମଣିଷ ପ୍ରତି ଦଣ୍ଡବିଧାନ କରୁଛି। ପ୍ରକୃତିକୁ ନଷ୍ଟଭ୍ରଷ୍ଟ କରୁଥିବା ବିଜ୍ଞ ମଣିଷ ଉପରେ ଆଜି ସେ ଯେପରି ପ୍ରତିଶୋଧ ନେଉଛି। ଅନ୍ୟପକ୍ଷରେ ସେହି ପ୍ରକୃତି ସମାଜରେ ଅବହେଳିତ କେତେକ ମଣିଷଙ୍କୁ ତା’କୋଳରେ ଆଦରର ସହିତ ସୁରକ୍ଷା ବି ଦେଉଛି। ସହରୀ ମଣିଷର ଅମ୍ଳଜାନ ଅଭାବରୁ ପ୍ରାଣହାନି ଘଟୁଥିବାବେଳେ ପାହାଡ଼ ଜଙ୍ଗଲ ଘେରା ପ୍ରକୃତି କୋଳରେ ତଥାକଥିତ ସଭ୍ୟତାର ଆଲୋକ ଦେଖି ନ ଥିତ୍ବା ଆଦିବାସୀ ମଣିଷ ବିଶୁଦ୍ଧ ଅମ୍ଳଜାନରେ ଶାନ୍ତିରେ ବସବାସ କରିପାରୁଛି; ଯାହା ଫଳରେ ମାରାମତ୍କ କରୋନା ଭୂତାଣୁ ସ୍ପର୍ଶ କରିବାକୁ ଭୟ କରୁଛି।
ଶହୀଦନଗର, ଭୁବନେଶ୍ୱର
ମୋ: ୯୪୩୭୩୮୨୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri