ପରୀକ୍ଷା ଦେବାକୁ ଯିବା ବେଳେ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ୨୦ ବର୍ଷ ଜେଲ ଦଣ୍ଡରେ…

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ବେତନଟି ଥାନା ଅନ୍ତର୍ଗତ ଅଭିଯୁକ୍ତ ଶୁଭେନ୍ଦୁ ପ୍ରଧାନ(୩୨)ଙ୍କୁ ଦଫା ୩୬୩/୩୬୬/୩୭୬/(୨)(ଏନ୍‌)ଓ ପୋସ୍କୋ ଧାରା ୬ ଅନୁସାରେ ୨୦ବର୍ଷ ସଶ୍ରମ କାରାଦଣ୍ତ ସହ ୧୦ହଜାର ଟଙ୍କା ଜରିମନା ଆଦେଶ କରିଛନ୍ତି। ଜରିମନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ତ ରାୟ ଶୁଣାଇଛନ୍ତି।

ପ୍ରକାଶ ଥାଉ କି, ୨୦୨୩ ମସିହା ଅପ୍ରେଲ ୧୧ରେ ୧୭ବର୍ଷିୟା ନାବାଳିକା କଲେଜକୁ ପରୀକ୍ଷା ଦେବାକୁ ସକାଳ ୭ଟାବେଳେ ଯାଇଥିଲେ। ଏହି ସମୟରେ ଶୁଭେନ୍ଦୁ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ଘରକୁ ନ ଫେରିବା ସହ ନାବାଳିକା ଙ୍କ ସନ୍ଧାନ ନ ମିଳିବାରୁ ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୬୨/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ପୀଡିତାଙ୍କୁ ବାଙ୍ଗାଲୋରରୁ ଉଦ୍ଧାର କରିଥିଲା। ସେହି ସମୟରେ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ପୀଡିତାଙ୍କ ବୟାନ ଅନୁସାରେ,ଅଭିଯୁକ୍ତ ଜଣଙ୍କ ଜୋରଜବରଦସ୍ତ ତାଙ୍କୁ ଭୟଭୀତ କରାଇ ନାବାଳିକାଙ୍କୁ ଅପହରଣ କରି ବିଭିନ୍ନ ସ୍ଥାନରେ ବଳାତ୍କାର କରିଥିବା ଜଣାପଡିଥିଲା। ଏହି ଘଟଣା କାହା ଆଗରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ପୀଡିତା କାହାର ସାହାର୍ଯ୍ୟ ନେଇ ପାରି ନ ଥିଲେ। ପରେ ଭୁବନେଶ୍ବର ରେଳଷ୍ଟେଶନ ନିକଟରୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଥିଲା। ପୀଡିତା ଅଭିଯୁକ୍ତଙ୍କ ତଳଶ୍ରେଣୀ ଛାତ୍ରୀ ବୋଲି ପୋଲିସ ଜାଣିବାକୁ ପାଇଥିଲେ। ଆଜି କେନ୍ଦୁଝର ଫାଷ୍ଟ ଟ୍ରାକ ବିଚାରପତି ୧୫ଜଣ ସାକ୍ଷୀ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଅଭିଯୁକ୍ତ ଶୁଭେନ୍ଦୁ ପ୍ରଧାନ ଙ୍କୁ ଉପରୋକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ କରି ୨୧ସି ଧାରା ୩୬୩ ରେ ୫ବର୍ଷ କାରାଦଣ୍ତ ସହ ୨ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୩ମାସ ସଶ୍ରମକାରାଦଣ୍ତ, ୩୬୬ଧାରା ଅନୁସାରେ, ୭ବର୍ଷ ସହ ୫ହଜାର ଟଙ୍କା ଜରିମାନା, ଜରିମାନା ଅନାଦୟ ଅଧିକ ୬ମାସ କାରାଦଣ୍ତ ସହ ୨୧ସି ଧାରା ୩୭୬(୨)(ଏନ) ଓ ପୋକ୍ସୋ ଆଇନର ଧାରା ୬ରେ ୨୦ବର୍ଷ ସଶ୍ରମ କାରାଦଣ୍ତ ସହ ୧୦ହଜାର ଟଙ୍କା କାରାଦଣ୍ତାଦେଶ ଶୁଣାଇଛନ୍ତି। ପୀଡିତାଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ: ଅଟକିଲା ଆମ୍ବୁଲାନ୍ସ, ଗାଡି ପାଉ ନ ଥିଲେ ଲୋକେ

ନୂଆପଡ଼ା,୮ା୧୧ (ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼...

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri