Posted inଜାତୀୟ

ସୁରକ୍ଷା ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପଶିଲେ ଯୁବକ

କୋଲକତା,୩।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି। କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶନିବାର ଜଣେ ଅଜ୍ଞାତ ଯୁବକ ପାଚେରି ଡେଇଁ ଘରେ ପଶିଥିଲେ। ରାତିସାରା ଘର ପରିସରରେ ରହିଥିଲେ। ସକାଳେ ତାଙ୍କୁ ସରକ୍ଷାକର୍ମୀ ଦେଖି ଗିରଫ କରି କରିଥିଲେ। ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ସୂଚନା ପାଇବା ମାତ୍ରେ କମିଶନର ଭିନେଟ ଗୋୟଲଙ୍କ ସମେତ କୋଲକାତା ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ତେବେ ଜେଡ୍‌-ବର୍ଗର ସୁରକ୍ଷା ଜୋନ୍‌ରେ ଯୁବକ ଜଣଙ୍କ କିପରି ପ୍ରବେଶ କରିଥିଲେ ପୋଲିସ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି। ଉଲ୍ଲଂଘନ ପଛରେ ସମ୍ଭାବ୍ୟ କାରଣ ଖୋଜିବାକୁ ମଧ୍ୟ ଅନୁସନ୍ଧାନକାରୀମାନେ ଚେଷ୍ଟା କରୁଛନ୍ତି। ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଡବଲ ହତ୍ୟାକାଣ୍ଡ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋପୱେ ଦୁର୍ଘଟଣା: ୨ ଦିନ ହେବ ଫସି ରହିଥିବା ଲୋକଙ୍କ ନିକଟକୁ ଡ୍ରୋନ ସାହାଯ୍ୟରେ ପଠାଯାଉଛି ଖାଦ୍ୟ ସାମଗ୍ରୀ

ଦେବଘର,୧୨ ।୪: ଝାଡଖଣ୍ଡର ଦେବଘର ରୋପୱେରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ପର୍ଯ୍ୟନ୍ତ ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିବା...

ସାମ୍ବିଧାନିକ ପୀଠରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ, ୧୭ା୩(ପି.ଟି.):ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦରୁ ସୃଷ୍ଟ ରାଜନୈତିକ ସଙ୍କଟକୁ ନେଇ...

ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ବି ଚିନ୍ତା କରି ନ ଥିଲି: ରାଷ୍ଟ୍ରପତି…

ଲକ୍ଷ୍ନୌ/କାନପୁର/ଦେହାତ୍‌,୨୭।୬: ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି। ରବିବାର ଉତ୍ତରପ୍ରଦେଶ କାନପୁରର ଦେହାତ୍‌ ଜିଲାର ନିଜ ଜନ୍ମସ୍ଥଳୀ...

ଉଦୟପୁର ଘୋଷଣାନାମା କାର୍ଯ୍ୟକାରୀ କରିବି: ଖାର୍ଗେ

ନୂଆଦିଲ୍ଲୀ/ଭୋପାଳ,୧୩।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଦଳରେ ଉଦୟପୁର ବୈଠକର ଘୋଷଣାନାମା କାର୍ଯ୍ୟକାରୀ କରାଇବା ତାଙ୍କର ପ୍ରାଥମିକ ଦାୟିତ୍ୱ ହେବ ବୋଲି ବରିଷ୍ଠ ନେତା...

ରାହୁଲଙ୍କ ପରାଜୟକୁ ନେଇ ମୁହଁ ଖୋଲିଲେ ମାନେକା: କହିଲେ, ‘ରାଜନୀତି ପିଲାଖେଳ ନୁହେଁ’

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପରମ୍ପରାଗତ ଆସନ ଅମେଠିରୁ ପରାଜିତ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଖୁଡୀ ତଥା ଭାଜପା...

ଉଦ୍ଧବ ଠାକରେଙ୍କ ଚା’ ପାର୍ଟିକୁ ଯିବାକୁ ମନାକଲେ ଫଡନବୀସ୍‌

ମୁମ୍ବାଇ,୧୫।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୀର ସଭରକରଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଭାଜପା ଏ ଘଟଣାରେ...

ପଡ଼ିଲା ତେଜସ୍ବୀଙ୍କ ହାତଗଣ୍ଠି

ନୂଆଦିଲ୍ଲୀ,୧୦।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବୀ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ସମ୍ପର୍କରେ ତେଜସ୍ବୀ ଯାଦବଙ୍କ ପୁରା...

ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ: ୪ ସହରରେ ୨୫୮୪ ଜଣ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୫।୪: ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶର ୩୮୮ ଜିଲାରେ କରୋନା...

Advertisement
Archives

Model This Week