୧୨ ବର୍ଷ ହେଲା ଛୁଇଁନାହାନ୍ତି ଖାଦ୍ୟ: ଗୋଡ଼ି, ପଥର ଖାଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

ଛତିଶଗଡ଼ର ଯଶପୁର ଜିଲାର ଉଦ୍ୟାନ ବିକାଶ ବ୍ଲକ ଛିପତାଲା ବାସିନ୍ଦା ସନ୍ତୋଷ ଲାକ୍ରାଙ୍କ ନାମ ଏବେ ବେଶ୍‌ ଚର୍ଚ୍ଚାରେ। କାରଣ ସନ୍ତୋଷ ଦୀର୍ଘ ୧୨ ବର୍ଷ ହେଲା ଅନ୍ନ ସ୍ପର୍ଶ ନ କରି କେବଳ ଗୋଡ଼ି, ପଥର ଖାଇ ଜୀବନ ବଞ୍ଚାଇଛନ୍ତି। ଈଶ୍ୱରଙ୍କ ନାମ ପ୍ରାର୍ଥନା କରି ସେ ଏପରି ଖାଉଛନ୍ତି ବୋଲି କହିଛନ୍ତି। ତାଙ୍କର ବିଶ୍ୱାସ ଗୋଡ଼ି ପଥର ଖାଇଲେ କୌଣସି ରୋଗ ବ୍ୟାଧି ହେବ ନାହିଁ। ଖାଲି ସେତିକି ନୁହେଁ, ସେ ଅନେକ ରୋଗରେ ପୀଡ଼ିତ ଲୋକଙ୍କୁ ଏପରି ଗୋଡ଼ି ପଥର ଖାଇବାକୁ ପରାମର୍ଶ ଦେଇ ଭଲ କରିଥିବା ବି ଦାବି କରନ୍ତି।

ସେ କହିଛନ୍ତି, ତାଙ୍କର ଏପରି କଳା ପଛରେ ଏକ ଐଶ୍ୱରୀୟ ଶକ୍ତି ଅଛି। ଫଳରେ ଏହାକୁ ଖାଇବା ଦ୍ୱାରା କୌଣସି ଅସୁବିଧା ହୁଏ ନାହିଁ। ପଥର ଖାଇବା ଦ୍ୱାରା ତାଙ୍କୁ ଅନ୍ୟ ଖାଦ୍ୟ ଦରକାର ପଡ଼େ ନାହିଁ। ତାଙ୍କ ପେଟ ପଥରରେ ପୂରିଯାଏ ଆଉ ପଥରଗୁଡିକ ସହଜରେ ହଜମ ମଧ୍ୟ ହୋଇଯାଏ ବୋଲି ସନ୍ତୋଷ କୁହନ୍ତି।

ସେ ଦୀର୍ଘ ୧୨ ବର୍ଷ ଧରି କ୍ରମାଗତ ଭାବରେ ଏହି ପଥର ଖାଇ ଆସୁଛନ୍ତି। ତାଙ୍କର ପଥର ଖାଇବା କଳା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ କୁହନ୍ତି, ଜୀବନରେ ଆଜି ପର୍ଯ୍ୟନ୍ତ ଏମିତି ପଥର ଖାଉଥିବା କେବେ କାହାକୁ ଦେଖିନାହାନ୍ତି।

ପ୍ରଥମେ ପରିବାର ଲୋକେ ଭୟ କରୁଥିଲେ। କାରଣ ପଥର ଖାଇବା କାଳେ କ’ଣ ଅଘଟଣ ଘଟିବ। କିନ୍ତୁ ବର୍ତ୍ତମାନ ସେ ଏହାକୁ ଅଭ୍ୟାସରେ ପରିଣତ କରିଛନ୍ତି। ସନ୍ତୋଷଙ୍କ ସ୍ତ୍ରୀ ଆଲିଶା କୁହନ୍ତି, ଥରକରେ ସେ ୧ ହଜାରରୁ ଅଧିକ ପଥର ଖାଇପାରନ୍ତି। ତଥାପି ତାଙ୍କର କିଛି ଅସୁବିଧା ହୋଇନାହିଁ କିମ୍ବା ଆଜି ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯାଇନାହିଁ।

ଅବସରପ୍ରାପ୍ତ ସିଏମ୍‌ଏଚ୍‌ଓ ଡାକ୍ତର ସିଡି ବାଖ୍‌ଲା ପଥର ଖାଉଥିବା ସନ୍ତୋଷଙ୍କୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହା ସାଂଘାତିକ ହୋଇପାରେ ବୋଲି ସେ କହିଛନ୍ତି। ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍‌। କିଛି ଲୋକ କହିଛନ୍ତି, ପ୍ରଶାସନ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଉଚିତ ଏବଂ ଏହାକୁ ବନ୍ଦ କରିବା ଉଚିତ୍‌। କାରଣ ଏହାକୁ ଅନ୍ୟ ଲୋକମାନେ ଅନୁସରଣ କରିବେ ଏବଂ ଏହା ସେମାନଙ୍କ ଜୀବନକୁ ବିପଦରେ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ରହିଗଲା ସ୍ବପ୍ନ, ଏବେ ବଞ୍ଚିବାକୁ ସଂଘର୍ଷ

ବାଲିଆପାଳ, ୩୦।୩(ଅମୂଲ୍ୟ କୁମାର ଦାସ): କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘିପାରେ। ଯାହା ପ୍ରମାଣିତ କରି ଦେଖାଇଛନ୍ତି ସିଂଲା...

ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ

ବ୍ରହ୍ମପୁର,୩୦ା୩(ଅଶୋକ କୁମାର ସାହୁ): ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ପକ୍ଷରୁ ଚିତ୍ର...

ବଙ୍ଗୀୟ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ

ମହାକାଳପଡ଼ା, ୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ୩୧ ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ନେଇ ୨୦୦୯ରେ ମହାକାଳପଡ଼ା ବିଧାନସଭା...

ପୁରୁଣା ଢଳେଇ ଭାଙ୍ଗି ତଳେ ବିଛାଚାଲିଛି

ଜଗତ୍‌ସିଂହପୁର,୩୦ା୩(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟରୁ ବଡ଼ବଜାର ରଶ୍ମି ହଲ ଛକ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିରେ ୬ କୋଟି...

ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି

ରସୁଲପୁର,୩୦ା୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଗନ୍ଧଣ ପଞ୍ଚାୟତର ମଧୁବନ ଲକ୍ଷ୍ମୀ ବଜାର ଛକରୁ ଏକତଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୂଳ ଖରସ୍ରୋତା ନଦୀରେ...

ଅନ୍ତଃ କନ୍ଦଳରେ ବୁଡ଼ି ରହିଛି ଭାଜପା

ପଟ୍ଟାମୁଣ୍ଡାଇ ୩୦ା୩ ( କଳ୍ପତରୁ ନାୟକ): ନିର୍ବାଚନ କମିଶନର ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ...

ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି

ଆଳି,୩୦ା୩ (ବନମାଳୀ ସେନାପତି): ସମସ୍ତ ପ୍ରକାର ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ଆଳି ଅଞ୍ଚଳର ବିଭିନ୍ନ ନଦୀ କୂଳବର୍ତ୍ତୀ ସ୍ଥାନ ଓ ରାସ୍ତାର ଦୁଇପାର୍ଶ୍ୱରେ ମାଲିକମାନେ...

କଂଗ୍ରେସ ନେତାଙ୍କ ଭରସା ପାଉନି

ଚଣ୍ଡିଖୋଲ,୩୦ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ଏକ ପ୍ରମୁଖ ନିବାଚନମଣ୍ଡଳୀ ଭାବେ ବଡ଼ଚଣା ବିଧାନସଭା କ୍ଷେତ୍ର ପରିଗଣିତ। ଯାଜପୁର ଜିଲାର ପ୍ରବେଶ ଦ୍ୱାର ଭାବରେ ସଦାସର୍ବଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri