ପୂରଣ ହେବ ବିଦ୍ୟୁତ୍‌ ଅଭାବ, ନିର୍ମାଣ କରାଯିବ ୧୦ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ, ୨୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ପ୍ରତି ଘରେ ବିଦ୍ୟୁତ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତରେ ନୂଆ ବିଦ୍ୟୁତ୍‌ ଉତ୍ପାଦନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ଅନ୍ତର୍ଗତ ୨୦୨୩ ଠାରୁ ଭାରତ ୧୦ଟି ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ ହେବ। ଏହା ଦ୍ୱାରା ୭୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ। ଏହି ପ୍ରୋଜେକ୍ଟ ଫ୍ଲିଟ ମୋଡରେ କାମ କରୁଛି। ଶୀଘ୍ର ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି।

ପରମାଣୁ ଶକ୍ତି ବିଭାଗର (ଡିଏଇ) ଅଧିକାରୀମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସଦୀୟ କମିଟିକୁ କହିଛନ୍ତି ଯେ କାଇଗା ୟୁନିଟ ୫ ଏବଂ ୬ର ନିର୍ମାଣ ୨୦୨୩ରୁ ଆରମ୍ଭ ହେବ। ଅପରପକ୍ଷରେ ଗୋରଖପୁର ହରିୟାଣା ଆଣବିକ ଶକ୍ତି ପ୍ରକଳ୍ପ ୟୁନିଟ ୩ ଏବଂ ୪ ତଥା ମାହି ବଂଶଓ୍ବାଡା ରାଜସ୍ଥାନ ଆଣବିକ ଶକ୍ତି ୟୁନିଟ ୧ ରୁ ୪ର ନିର୍ମାଣ ୨୦୨୪ କରାଯିବ। ସେହିପରି ଚୁଟକା ମଧ୍ୟପ୍ରଦେଶ ଆଣବିକ ଶକ୍ତି ପ୍ରକଳ୍ପ ୟୁନିଟ ୧ ଏବଂ ୨ର ନିର୍ମାଣ କାର୍ଯ୍ୟ ୨୦୨୫ରେ ଆରମ୍ଭ ହେବାର ସମ୍ଭାବନା ଅଛି।

କେନ୍ଦ୍ର ସରକାର ଜୁନ ୨୦୧୭ରେ ପ୍ରତ୍ୟେକ ୭୦୦ ମେଗାୱାଟର ୧୦ ଟି ସ୍ବଦେଶୀ ବିକଶିତ ପ୍ରେସରାଇଜଡ ଭାରୀ ଜଳ ରିଆକ୍ଟର ନିର୍ମାଣକୁ ଅନୁମୋଦନ କରିଥିଲେ। ଏହି ରିଆକ୍ଟର ଗୁଡିକ ୧.୦୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ଖର୍ଚ୍ଚ ହ୍ରାସ କରିବା ଏବଂ ନିର୍ମାଣ ସମୟକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ସରକାର ପ୍ରଥମ ଥର ପାଇଁ ୧୦ଟି ଆଣବିକ ଶକ୍ତି ରିଆକ୍ଟର ନିର୍ମାଣକୁ ଅନୁମୋଦନ କରିଛନ୍ତି।

ଡିଏଇ ଅଧିକାରୀ କହିଛନ୍ତି ଯେ ‘ଫ୍ଲିଟ ମୋଡ’ ପ୍ରୋଜେକ୍ଟଗୁଡିକ ପାଇଁ ବଲ୍କ କ୍ରୟ କରାଯାଉଛି ଯେଉଁଥିରେ ଷ୍ଟିମ ଜେନେରେଟର, ଏସ ୩୦୪ ଏଲ ଜାଲି ଟ୍ୟୁବ ଏବଂ ଏଣ୍ଡ ସିଲ୍ଡ ପାଇଁ ପ୍ଲେଟ, ପ୍ରେସରାଇଜର୍‌ ଫର୍ଜିଙ୍ଗ୍ସ, ବ୍ଲେଡ କଣ୍ଡେନ୍ସର ଫୋର୍ଜିଙ୍ଗସ, ୪୦ ଟି ଷ୍ଟିମ ଜେନେରେଟର ପାଇଁ ଇନକୋଲାୟ-୮୦୦ ଟ୍ୟୁବ, ରିଆକ୍ଟର ହେଡର୍‌ ଉତ୍ପାଦନ ଲାଗି ଠିକା ପ୍ରଦାନ କରାଯାଇଛି। ଗୋରଖପୁର ୟୁନିଟ ୩ ଏବଂ ୪, କାଇଗା ୟୁନିଟ ୫ ଓ ୬ ଟର୍ବାଇନ ଆଇଲାଣ୍ଡ ପାଇଁ ଇଞ୍ଜିନିୟରିଂ, କ୍ରୟ ଏବଂ ନିର୍ମାଣ ପ୍ୟାକେଜ ଯୋଗାଇ ଦିଆଯାଇଛି।

ଗୋଟିଏ ପରମାଣୁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ’ଫ୍ଲିଟ ମୋଡ’ ଅଧୀନରେ ପାଞ୍ଚ ବର୍ଷ ମଧ୍ୟରେ ନିର୍ମାଣ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଭାରତରେ ୬୭୮୦ ମେଗାୱାଟ କ୍ଷମତା ବିଶିଷ୍ଟ ୨୨ ଟି ରିଆକ୍ଟର କାର୍ଯ୍ୟକ୍ଷମ।

ଗତ ବର୍ଷ ଜାନୁୟାରୀ ୧୦ରେ ଗୁଜୁରାଟର କାକରାପାରରେ ଥିବା ୭୦୦ ମେଗାୱାଟ ରିଆକ୍ଟରକୁ ଗ୍ରୀଡ ସହିତ ସଂଯୁକ୍ତ କରାଯାଇଥିଲା। କିନ୍ତୁ ଏହାର ବ୍ୟବସାୟିକ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୮୩ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଅନୁସନ୍ଧାନ ପାଇଁ ସିବିଆଇ ଲୋଡିଛି ୩୮ ଥର ଅନୁମତି…

ନୂଆଦିଲ୍ଲୀ,୨୩।୨ : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମୋଟ ୮୩ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ତଦନ୍ତ ଆରମ୍ଭ କରିବାକୁ ଅନୁମତି ପାଇଁ...

ନିର୍ବାଚନରେ ପରାସ୍ତ ହେବାପରେ କାନ୍ଦିଲେ ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି

ଚଣ୍ଡିଗଡ,୨୫।୧୦: ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ନିର୍ବାଚନ ମୈଦାନରେ ଫେଲ୍‌ ମାରିବା ପରେ ଚିରାଚରିତ ଟିକ୍‌ଟକ୍‌ ଭିଡିଓ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ପରାଜୟ ପରେ...

ସୋମବାରଠୁ ବାରାଣାସୀରେ ଜି-୨୦ କୃଷି ବୈଜ୍ଞାନିକ ବୈଠକ

ଲକ୍ଷ୍ନୌ,୧୬।୪: ଜି-୨୦ କୃଷି ବୈଜ୍ଞାନିକ ବୈଠକ ଏପ୍ରିଲ ୧୭ରୁ ୧୯ ତାରିଖ ଯାଏ ବାରାଣାସୀରେ ଅନୁଷ୍ଠିତ ହେବାକୁ ଯାଉଛନ୍ତି। ଏହି ବୈଠକରେ ବିଶ୍ୱର ୨୦ଟି ଦେଶର...

୧୦ ଟିକିଆ ମୋବାଇଲ ନମ୍ବର ଜାରି ରହିବ

ନୂଆଦିଲ୍ଲୀ,୧।୬: ଘରୋଇ ବଜାରର ଉପଭୋକ୍ତାଙ୍କ ଲାଗି ୧୧ ଟିକିଆ ମୋବାଇଲ ନମ୍ବର ଜାରି କରିବା ଲାଗି କୌଣସି ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ଦିଆଯାଇ ନାହିଁ। ଭାରତୀୟ...

କିଏ ପ୍ରଧାନମନ୍ତ୍ରୀ ହେବେ ତାହା ବିରୋଧୀ ଜାଣିବା ଜରୁରୀ: ଶତ୍ରୁଘ୍ନ ସିହ୍ନା…

ନୂଆଦିଲ୍ଲୀ,୨୩।୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି। ତଥାପି, ଏପର୍ଯ୍ୟନ୍ତ...

୧୦ ରାଜ୍ୟରେ ପହଞ୍ଚିଲା ନିପା ସଂକ୍ରମଣ, ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୯ : ଭାରତରେ ରିପୋର୍ଟ ହୋଇଥିବା ନିପା ସଂକ୍ରମଣର ଜେନୋମ କ୍ରମରେ ପ୍ରକାଶ ପାଇଛି ଭାଇରସର ଷ୍ଟ୍ରେନ ବାଂଲାଦେଶ ଏବଂ ମାଲେସିଆରେ ବ୍ୟାପିଥିବା ଷ୍ଟ୍ରେନ ସହିତ...

ଉଦ୍ଧବଙ୍କ ପୂର୍ବରୁ ସୁପ୍ରିମ୍‌କୋର୍ଟରେ ପହଞ୍ଚିଲେ ଶିନ୍ଦେ…

ମୁମ୍ବାଇ,୧୯।୨ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳ ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନକୁ ଉଦ୍ଧବ ଠାକରେଙ୍କ ହାତରୁ ଛଡ଼ାଇ ନେବା ପରେ ମଧ୍ୟ ଚୁପ...

ଅଭିଯୋଗ ଦାଖଲ ପାଇଁ ଆୟକର ବିଭାଗର ୩ ମେଲ୍‌

ନୂଆଦିଲ୍ଲୀ, ୯।୮: ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ ସ୍କିମ ଅଧିନରେ ଅଭିଯୋଗ ଦାଖଲ ପାଇଁ ୩ଟି ଇମେଲ ଠିକଣା ଜାରି କରାଯାଇଛି। ଏହି ମେଲ୍‌...

Advertisement
Archives

Model This Week