ପୂରଣ ହେବ ବିଦ୍ୟୁତ୍‌ ଅଭାବ, ନିର୍ମାଣ କରାଯିବ ୧୦ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ, ୨୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ପ୍ରତି ଘରେ ବିଦ୍ୟୁତ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତରେ ନୂଆ ବିଦ୍ୟୁତ୍‌ ଉତ୍ପାଦନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ଅନ୍ତର୍ଗତ ୨୦୨୩ ଠାରୁ ଭାରତ ୧୦ଟି ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ ହେବ। ଏହା ଦ୍ୱାରା ୭୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ। ଏହି ପ୍ରୋଜେକ୍ଟ ଫ୍ଲିଟ ମୋଡରେ କାମ କରୁଛି। ଶୀଘ୍ର ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି।

ପରମାଣୁ ଶକ୍ତି ବିଭାଗର (ଡିଏଇ) ଅଧିକାରୀମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସଦୀୟ କମିଟିକୁ କହିଛନ୍ତି ଯେ କାଇଗା ୟୁନିଟ ୫ ଏବଂ ୬ର ନିର୍ମାଣ ୨୦୨୩ରୁ ଆରମ୍ଭ ହେବ। ଅପରପକ୍ଷରେ ଗୋରଖପୁର ହରିୟାଣା ଆଣବିକ ଶକ୍ତି ପ୍ରକଳ୍ପ ୟୁନିଟ ୩ ଏବଂ ୪ ତଥା ମାହି ବଂଶଓ୍ବାଡା ରାଜସ୍ଥାନ ଆଣବିକ ଶକ୍ତି ୟୁନିଟ ୧ ରୁ ୪ର ନିର୍ମାଣ ୨୦୨୪ କରାଯିବ। ସେହିପରି ଚୁଟକା ମଧ୍ୟପ୍ରଦେଶ ଆଣବିକ ଶକ୍ତି ପ୍ରକଳ୍ପ ୟୁନିଟ ୧ ଏବଂ ୨ର ନିର୍ମାଣ କାର୍ଯ୍ୟ ୨୦୨୫ରେ ଆରମ୍ଭ ହେବାର ସମ୍ଭାବନା ଅଛି।

କେନ୍ଦ୍ର ସରକାର ଜୁନ ୨୦୧୭ରେ ପ୍ରତ୍ୟେକ ୭୦୦ ମେଗାୱାଟର ୧୦ ଟି ସ୍ବଦେଶୀ ବିକଶିତ ପ୍ରେସରାଇଜଡ ଭାରୀ ଜଳ ରିଆକ୍ଟର ନିର୍ମାଣକୁ ଅନୁମୋଦନ କରିଥିଲେ। ଏହି ରିଆକ୍ଟର ଗୁଡିକ ୧.୦୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ଖର୍ଚ୍ଚ ହ୍ରାସ କରିବା ଏବଂ ନିର୍ମାଣ ସମୟକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ସରକାର ପ୍ରଥମ ଥର ପାଇଁ ୧୦ଟି ଆଣବିକ ଶକ୍ତି ରିଆକ୍ଟର ନିର୍ମାଣକୁ ଅନୁମୋଦନ କରିଛନ୍ତି।

ଡିଏଇ ଅଧିକାରୀ କହିଛନ୍ତି ଯେ ‘ଫ୍ଲିଟ ମୋଡ’ ପ୍ରୋଜେକ୍ଟଗୁଡିକ ପାଇଁ ବଲ୍କ କ୍ରୟ କରାଯାଉଛି ଯେଉଁଥିରେ ଷ୍ଟିମ ଜେନେରେଟର, ଏସ ୩୦୪ ଏଲ ଜାଲି ଟ୍ୟୁବ ଏବଂ ଏଣ୍ଡ ସିଲ୍ଡ ପାଇଁ ପ୍ଲେଟ, ପ୍ରେସରାଇଜର୍‌ ଫର୍ଜିଙ୍ଗ୍ସ, ବ୍ଲେଡ କଣ୍ଡେନ୍ସର ଫୋର୍ଜିଙ୍ଗସ, ୪୦ ଟି ଷ୍ଟିମ ଜେନେରେଟର ପାଇଁ ଇନକୋଲାୟ-୮୦୦ ଟ୍ୟୁବ, ରିଆକ୍ଟର ହେଡର୍‌ ଉତ୍ପାଦନ ଲାଗି ଠିକା ପ୍ରଦାନ କରାଯାଇଛି। ଗୋରଖପୁର ୟୁନିଟ ୩ ଏବଂ ୪, କାଇଗା ୟୁନିଟ ୫ ଓ ୬ ଟର୍ବାଇନ ଆଇଲାଣ୍ଡ ପାଇଁ ଇଞ୍ଜିନିୟରିଂ, କ୍ରୟ ଏବଂ ନିର୍ମାଣ ପ୍ୟାକେଜ ଯୋଗାଇ ଦିଆଯାଇଛି।

ଗୋଟିଏ ପରମାଣୁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ’ଫ୍ଲିଟ ମୋଡ’ ଅଧୀନରେ ପାଞ୍ଚ ବର୍ଷ ମଧ୍ୟରେ ନିର୍ମାଣ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଭାରତରେ ୬୭୮୦ ମେଗାୱାଟ କ୍ଷମତା ବିଶିଷ୍ଟ ୨୨ ଟି ରିଆକ୍ଟର କାର୍ଯ୍ୟକ୍ଷମ।

ଗତ ବର୍ଷ ଜାନୁୟାରୀ ୧୦ରେ ଗୁଜୁରାଟର କାକରାପାରରେ ଥିବା ୭୦୦ ମେଗାୱାଟ ରିଆକ୍ଟରକୁ ଗ୍ରୀଡ ସହିତ ସଂଯୁକ୍ତ କରାଯାଇଥିଲା। କିନ୍ତୁ ଏହାର ବ୍ୟବସାୟିକ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri