ଏକ ମିନିଟ୍‌ରେ ୬୮ ବୋତଲର ଠିପି ଖୋଲି ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡରେ ନାଁ ଲେଖାଇଲେ ବ୍ୟକ୍ତି

ହାଇଦ୍ରାବାଦ,୨୩।୧୧: ପ୍ରାୟ ସମୟରେ ଦେଖାଯାଏ, କୋଲ୍ଡ ଡ୍ରିଙ୍କ୍ସ ଖୋଲିବାକୁ ଓପ୍‌ନର ନ ମିଳିଲେ, ଲୋକେ ନିଜ ଦାନ୍ତରେ ଖୋଲିଥାନ୍ତି। ହେଲେ କେବେ କାହାକୁ ମୁଣ୍ଡରେ ବୋତଲର ଠିପି ଖୋଲିବା ଦେଖିଛନ୍ତି କି? ବୋଧେ ନୁହେଁ। ଭାବୁଥିବେ କେହି ମୁଣ୍ଡରେ ବୋତଲ କିଭଳି ଭାବେ ଖୋଲିପାରିବେ। ଆଜ୍ଞା ହଁ, କଥାଟି ସତ। କିଛି ଏଭଳି କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର ନେଲୋରରେ ରହୁଥିବା ପ୍ରଭାକର ରେଡ୍ଡୀ ନାମକ ଜଣେ ବ୍ୟକ୍ତି।

 

 

ମାତ୍ର ୧ ମିନିଟ୍‌ରେ ପ୍ରଭାକର ୬୮ ସୋଢ଼ା ବୋତଲର ଠିପିକୁ ନିଜ ମୁଣ୍ଡ ସାହାଯ୍ୟରେ ଖୋଲିଛନ୍ତି। ଏଭଳି କରି ସେ ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡରେ ନିଜର ନାଁ ଲେଖାଇଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡର ଅଫିସିଆଲ ସାଇଟ୍‌ରେ ମଧ୍ୟ ଶେୟାର କରାଯାଇଛି। ଏଥିସହ କ୍ୟାପଶନ୍‌ରେ ଲେଖାଯାଇଛି, ଘରେ ଏଭଳି କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହି ରେକର୍ଡ କରିବାରେ ପ୍ରଭାକରଙ୍କୁ ସୁଜିତ କୁମାର ଓ ରାକେଶ ସାହାଯ୍ୟ କରିଛନ୍ତି। ଏହି ଭିଡିଓକୁ ନଭେମ୍ବର ୧୯ରେ ଶେୟାର କରାଯାଇଥିବା ବେଳେ ଏହାକୁ ଏପର୍ଯ୍ୟନ୍ତ ୧୮ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏଥିସହ ଏହାକୁ ଶତାଧିକ ଲାଇକ୍ସ ଓ ରିଟୁଇଟ କରାଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri