Posted inରାଜ୍ୟ

ପ୍ରେମିକାଙ୍କ ଘରକୁ ଡାକି ପ୍ରେମିକଙ୍କୁ ପିଟିଲେ

ଭଦ୍ରକ ଅଫିସ, ୨୪।୧୨- ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ପ୍ରତାରଣା ଦେଲେ ପ୍ରେମିକା। ଘରକୁ ଡକାଇ ପରିବାର ବର୍ଗଙ୍କ ହାତରେ ଧରା ପକାଇ ଦେଲେ ପ୍ରେମିକଙ୍କୁ। ପ୍ରେମିକାଙ୍କ ପ୍ରତାରଣାର ଶିକାର ହୋଇଥିବା ପ୍ରେମିକ ଶେଷରେ ମାଡ଼ ଖାଇ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଯୁବକଙ୍କ ପରିବାର ଲୋକେ ଏଠାରେ ପହଞ୍ଚି ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଗୁରୁତର ଯୁବକ କୋରାପୁଟ ଜିଲା ଜୟପୁରର ସମୀର ସାମଲଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା (ନଂ.୪୬୭/୨୧) ରୁଜୁ କରିିଛି।

ଅଭିଯୋଗରେ ସମୀର ଦର୍ଶାଇଛନ୍ତି ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ୪ ବର୍ଷ ପୂର୍ବେ ସେମାନେ ଭଦ୍ରକର ଏକ ମନ୍ଦିରରେ ପ୍ରେମବିବାହ କରିଥିଲେ। ଯୁବତୀ ଜଣଙ୍କ ବାପଘରେ ରହୁଥିବା ବେଳେ ସେ ଜୟପୁରରେ ରହୁଥିଲେ। ତିନିମାସ ହେଲା ମୋବାଇଲ ଯୋଗେ କଥା ହେବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା ଏବଂ ପ୍ରେମିକା ଭଦ୍ରକ ଆସି ତାଙ୍କୁ ନେଇଯିବା ପାଇଁ କହିଥିଲେ। ସେ ଗୁରୁବାର ଭଦ୍ରକରେ ପହଞ୍ଚିଥିଲେ। ହେଲେ ପୂର୍ବ ଯୋଜନା ମୁତାବକ ପ୍ରେମିକାଙ୍କ ଭିଣୋଇ ଓ ଭାଇ ମିଶି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଏକ ଅଟୋରେ ନେଇ ବନ୍ତ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ରଖି ରାତିସାରା ନିର୍ଧୂମ ମାଡ଼ ମାରିଥିଲେ। ଖବର ପାଇ ସେଠାକାର ଗ୍ରାମବାସୀ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri