Posted inଫୁରସତ

କ୍ୟାନ୍‌ସର ବେଡ୍‌ରୁ ଚାକିରି ପାଇଁ ସାକ୍ଷାତକାର ଦେଲେ ଆଇଟି ପ୍ରଫେସନାଲ୍‌

ନିକଟରେ ଜଣେ କ୍ୟାନ୍‌ସର ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ରୋଗୀ ଜଣକ ହସ୍ପିଟାଲ ବେଡ ଉପରେ ବସି ଚାକିରି ପାଇଁ ସାକ୍ଷାତକାର ଦେଉଥିବାର ଦେଖାଯାଇଛି। କେମୋଥେରାପି ସେସନରେ ରୋଗୀଟି ଚାକିରି ପାଇଁ ଅନଲାଇନ ସାକ୍ଷାତକାର ଦେଇଥିଲେ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଇଟି ପ୍ରଫେସନାଲ ଅର୍ଶ ନନ୍ଦନ ପ୍ରସାଦ। ସେ ଲିଙ୍କଡିନ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ନିଜ ଚାକିରି ଏବଂ କ୍ୟାନ୍‌ସର୍‌ ଜୀବନର ସଂଘର୍ଷ ବିଷୟରେ କହିଛନ୍ତି।
ଲିଙ୍କଡିନରେ ମେଡିକାଲ ଗାଉନ ପିନ୍ଧି ଡାକ୍ତରଖାନା ଶଯ୍ୟାରେ ନିଜର ଏକ ଫଟୋ ଶେୟାର କରି ଅର୍ଶ ନନ୍ଦନ ପ୍ରସାଦ କହିଛନ୍ତି, କ୍ୟାନ୍‌ସର୍‌ ଚିକିତ୍ସା ଅବସ୍ଥା ହେତୁ ଚାକିରି ପାଇବା ପାଇଁ ସେ ସଂଘର୍ଷ କରୁଛନ୍ତି। ତଥାପି ତାଙ୍କୁ ସହାନୁଭୂତିର ଆବଶ୍ୟକତା ନାହିଁ, କିନ୍ତୁ ସେ ନିଜକୁ ପ୍ରମାଣ କରିବାକୁ ଚାହୁଁଛନ୍ତି।
ବିଭିନ୍ନ ସଂସ୍ଥା ତାଙ୍କୁ କାହିଁକି ପ୍ରତ୍ୟାଖ୍ୟାନ କରୁଛନ୍ତି ପ୍ରସାଦ ତାହା ମଧ୍ୟ କହିଥିଲେ। ଜୀବନର କଠିନ ସମୟ ଦେଇ ଗତି କରୁଥିବାରୁ ମୋତେ ମନୋନୀତ କରାଯାଉ ନାହିଁ ବୋଲି ସେ କହିଛନ୍ତି। ସାକ୍ଷାତକାରରେ ନିଜର ଶ୍ରେଷ୍ଠତା ଦେବା ସତ୍ତ୍ୱେ କ୍ୟାନ୍‌ସର୍‌ ଯୋଗୁ ତାଙ୍କୁ ଚାକିରି ହରାଉଛି। ମୋର ସହାନୁଭୂତିର ଆବଶ୍ୟକତା ନାହିଁ। ମୁଁ ନିଜକୁ ପ୍ରମାଣ କରିବାକୁ ଏଠାରେ ଅଛି ବୋଲି ସେ କହିଛନ୍ତି।
ଏହି ପୋଷ୍ଟରେ ଲୋକମାନେ ବହୁତ କମେଣ୍ଟ କରୁଛନ୍ତି। କିଛି ଲୋକ ତାଙ୍କୁ ଯୋଦ୍ଧା ବୋଲି କହୁଛନ୍ତି। ଏଥିସହ ତାଙ୍କ ଅନେକ କମ୍ପାନୀ ପକ୍ଷରୁ ଚାକିରି ଅଫର୍‌ ମଧ୍ୟ ଆସୁଛି। ସେ ଏହି ପୋଷ୍ଟ ଶେୟାର ହେବା ପରଠାରୁ ୬୦୦ରୁ ଅଧିକ ଥର ଶେୟାର କରାଯାଇଛି। ଏହା ୯୮ ହଜାରରୁ ଅଧିକ ଲାଇକ ଏବଂ ୩ ହଜାରରୁ ଅଧିକ କମେଣ୍ଟ ଆସିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri