ମମିତା ଝଡ଼ରେ ଗଲା ତୃତୀୟ ଦିନ

ଭୁବନେଶ୍ୱର, ୪।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ବିଧାନସଭା ହୁଲସ୍ଥୂଲ ହେଉଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବିରେ ବିରୋଧୀ ଅଡ଼ି ବସିଥିବାବେଳେ ପ୍ରବଳ ହଟ୍ଟଗୋଳକୁ ନେଇ ବିଧାନସଭା ତୃତୀୟ ଦିନ ପାଇଁ ଅଚଳ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୨ ପର୍ଯ୍ୟାୟରେ ଅପରାହ୍ନ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବିରୋଧୀଙ୍କୁ ଶାନ୍ତ କରିବା ପାଇଁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତା ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବିବୃତି ମଧ୍ୟ ରଖିଥିଲେ। ହେଲେ ତାହା ଫଳପ୍ରଦ ହୋଇନାହିଁ। ବିରୋଧୀ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନ କରି ହଟ୍ଟଗୋଳ ଜାରି ରଖିବାରୁ ଅପରାହ୍ନରେ ମାତ୍ର ୮ ମିନିଟ୍‌ ପରେ ବାଚସ୍ପତି ବିଧାନସଭାକୁ ଶନିବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଛନ୍ତି। ଅନ୍ୟପଟେ ଭାଜପା ସଦସ୍ୟମାନେ ବିଧାନସଭା ଚାରିପାଖରେ ଗୋବର ପାଣି, ଗଙ୍ଗାଜଳ ପକାଇ ଝାଡୁମାରି, ଝୁଣାଧୂଅଁା ଦେଇ ଶୁଦ୍ଧ କରିବା ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି।
ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ଗୃହକୁ ପ୍ରବେଶ କରିବା ମାତ୍ରେ ଆରମ୍ଭ ହୋଇଯାଇଥିଲା ହୋହଲ୍ଲା, ନାରାବାଜି। ଭାଜପା ସଦସ୍ୟ ମୋହନ ଚରଣ ମାଝି, ମୁକେଶ ମହାଲିଙ୍ଗ, ବିଷ୍ଣୁଚରଣ ସେଠୀଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ଭାଜପା ସହିତ ତାଳ ଦେଇ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସୁରେଶ କୁମାର ରାଉତରାୟଙ୍କ ସମେତ ଦଳର ଅନ୍ୟ ସଦସ୍ୟ ହାତରେ ପୋଷ୍ଟର, ବ୍ୟାନର ଧରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ବାଚସ୍ପତି ସଦସ୍ୟଙ୍କୁ ବୁଝାଇବା ଯଥାସାଧ୍ୟ ଉଦ୍ୟମ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଫଳରେ ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ଅପରାହ୍ନ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଦେଇଥିଲେ। ଗୃହ ମୁଲତବୀ ଘୋଷଣା ହେବା ପରେ ଭାଜପା ସଦସ୍ୟମାନେ ବିଧାନସଭା ଚତୁଃପାର୍ଶ୍ୱରେ ଗୋବର ପାଣି, ଗଙ୍ଗାଜଳ ଛିଞ୍ଚତ୍ ଝାଡୁମାରିଥିଲେ। ଝୁଣାଧୂଅଁା ଦେଇ ଶୁଦ୍ଧିକରଣ କରିଥିଲେ। ଅପରାହ୍ନରେ ହୋହଲ୍ଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମିତା ହତ୍ୟା ଘଟଣାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ବିଷୟରେ ଗୃହରେ ୮ ମିନିଟ ଧରି ବିବୃତି ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ମଧ୍ୟ ବିରୋଧୀଙ୍କୁ ଶାନ୍ତ କରିପାରି ନ ଥିଲା। ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଗୃହକୁ ଅପରାହ୍ନ ୪ଟା ୮ରୁ ଶନିବାର ୧୦ଟା ୩୦ ଯାଏ ମୁଲତବୀ ଘୋଷଣା କରିଦେଇଥିଲେ।
ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାମରେ ହତ୍ୟା ଅଭିଯୋଗ ଥିବାବେଳେ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭାକୁ ମନ୍ତ୍ରୀ ଅପବିତ୍ର କରିଛନ୍ତି। ତେଣୁ ବିଧାନସଭା ପରିସରକୁ ଗୋବର ଓ ଗଙ୍ଗାଜଳରେ ପବିତ୍ର କରାଯାଇଥିବା ଭାଜପା ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଭାଜପାର ଏଭଳି କାର୍ଯ୍ୟକୁ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିନ୍ଦା କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଭାଜପା ଏଭଳି ନାଟକ କରୁଛି। ଉତ୍ତରପ୍ରଦେଶ ଏବଂ ଲୋକ ସଭାରେ ଅନେକ ହତ୍ୟାକାରୀ ଅଛନ୍ତି। ତେଣୁ ପ୍ରଥମେ ଭାଜପା ଲୋକସଭା ଓ ଉତ୍ତରପ୍ରଦେଶ ବିଧାନସଭାକୁ ଶୁଦ୍ଧି କରୁ। କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଅଭିଯୋଗ ଥାଇ ଯଦି ସେ ପାର୍ଲାମେଣ୍ଟ ଆସୁଛନ୍ତି, ତା’ହେଲେ ଏଠି ମନ୍ତ୍ରୀ ବିଧାନସଭା ଆସିଲେ ଅସୁବିଧା କେଉଁଠି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କଂଗ୍ରେସ ଖୁବ୍‌ଶୀଘ୍ର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେହିପରି ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ ପାଇଁ ଦଳ ଦାବି କରିଛି। ରାଜ୍ୟ ସରକାର ପଦକ୍ଷେପ ନ ନେଲେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରହିବ ବୋଲି ନରସିଂହ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?