Posted inଜାତୀୟ

ସରକାରୀ ବାବୁଙ୍କୁ ମମତାଙ୍କ ତାଗିଦ, କାମ ନ କରିପାରିଲେ ଚାକିରି ଛାଡିଦିଅ…

କୋଲକାତା,୨୯।୧୧ : ମଙ୍ଗଳବାର ଉତ୍ତର ୨୪ ପରଗଣାର ହିଙ୍ଗାଲଗଞ୍ଜ ଠାରେ ଏକ ସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ରୋଧିତ ହୋଇ ସସରକାରୀ ବାବୁଙ୍କ ଉପରେ ବର୍ଷିଥିଲେ। କ୍ରୋଧିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମକୁ ମଧ୍ୟଭାଗରେ ବନ୍ଦ କରି ପ୍ରାୟ ୧୫ ମିନିଟ ଚୁପ୍‌ଚାପ ବସିଥିଲେ। ସେ ଜନସାଧାରଣଙ୍କ ଆଡକୁ ହାତ ବୁଲାଇ ଇଶାରା କରି କହିଥିଲେ ଯେ, ବସିଯାଅ, ମୁଁ ମଧ୍ୟ ବସୁଛି।

ସୂଚନା ଅନୁଯାୟୀ, ଦେବୀ ପୂଜା ଅବସରରେ ସେ ସାଧାରଣ ଲୋକଙ୍କୁ ୧୫ ହଜାର ଶୀତ ବସ୍ତ୍ର ଦେବାକୁ ଘୋଷଣା କରିଥିଲେ। କିନ୍ତୁ ପୋଷାକ ମଞ୍ଚରେ ଉପସ୍ଥିତ ନଥିଲା, ଯାହା ତାଙ୍କୁ କ୍ରୋଧିତ କରିଥିଲା । ପୋଷାକ ନ ଆସିବା ପର୍ଯ୍ୟନ୍ତ ସେ ତାଙ୍କର ସଭା ଆରମ୍ଭ କରିବେ ନାହିଁ ବୋଲି କହିଥିଲେ।

କ୍ରୋଧିତ ମୁଖ୍ୟମନ୍ତ୍ରୀ ଶୀତଦିନିଆ ପୋଷାକ ନ ପାଇ ବିଡ଼ଓ ଏବଂ ଡିଏମଙ୍କୁ ତାଗିଦ କରିଥିଲେ । ସେ କହିଛନ୍ତି, ମୁଁ ଯେଉଁ କାମ ପାଇଁ ଆସିଛି, ତାହା କରିପାରୁ ନାହିଁ। ତେଣୁ ଭାଷଣ ଦେବାର କୌଣସି ଅର୍ଥ ନାହିଁ। ବିଡ଼ଓ ଏବଂ ଡିଏମ ଅବହେଳା କରୁଛନ୍ତି। ସେଥିପାଇଁ ମୋତେ କ୍ଷମା ମାଗିବାକୁ ପଡୁଛି। ବିଡ଼ଓ ଏବଂ ଡିଏମଙ୍କୁ ଭର୍ତ୍ସନା କରି କହିଥିଲେ, ଯଦି ତୁମେ ସଠିକ ଭାବରେ କାମ କରିପାରିବ ନାହିଁ, ତେବେ ଚାକିରି ଛାଡିଦିଅ ।

ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ ମିନିଟ ମଞ୍ଚରେ ଚୁପ୍‌ଚାପ ବସିଥିଲେ। ଏହା ପରେ କମ୍ବଳ ଅଣାଯାଇଥିଲା। ପ୍ରାୟ ୧୦୦୦ କମ୍ବଳ ବଣ୍ଟନ କରାଯାଇଥିଲା। ସେ କହିଥିଲେ, ଲୋକଙ୍କ ପାଇଁ ଉପହାର ଆଣିଥିଲି, ଯଦି ତାହା ନ ମିଳିବ ତେବେ ମୁଁ କ୍ରୋଧିତ ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri