Posted inଜାତୀୟ

ମମତାଙ୍କ ଚେତାବନୀ, ଦୁର୍ନୀତିରୁ ଦୂରେଇ ରୁହ…

କୋଲକାତା, ୧୯।୫ : କଡ଼ା ଆଭିମୁଖ୍ୟ ଗ୍ରହଣ କରି ତୃଣମୂଳ କଂଗ୍ରେସ(ଟିଏମସି) ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ । ଦୁର୍ନୀତିରେ ଲିପ୍ତ ଥିବା ନେତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯିବ। ମେଦିନାପୁର କଲେଜ ଗ୍ରାଉଣ୍ଡରେ ଏକ ଦଳୀୟ ସଭାକୁ ସମ୍ବୋଧିତ କରି ମମତା କହିଛନ୍ତି, ମୁଁ ତୃଣମୂଳ ପ୍ରତିଷ୍ଠା ଭାରତର ସର୍ବୋତ୍ତମ ଦଳ ଭାବେ ପରିଣତ କରିବା ସ୍ବପ୍ନ ନେଇ କରିଥିଲି। ସେଥିପାଇଁ ମୁଁ ଦୁର୍ନୀତିକୁ ସହ୍ୟ କରିବି ନାହିଁ।

ଦଳରେ କେହି ଅପରିହାର୍ଯ୍ୟ ନୁହଁନ୍ତି। ଯଦି ମୁଁ ଦୁର୍ନୀତିରେ ଜଡିତ ଥିବା ବିଷୟରେ ଶୁଣେ, ତେବେ ମୁଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପାଞ୍ଚ ମିନିଟ ମଧ୍ୟରେ ଦଳରୁ ବାହାର କରିଦେବି । ତୃଣମୂଳ ସ୍ତରରେ ଦଳର କର୍ମୀଙ୍କୁ ଆମି ନୋଇ, ଆମରା (ମୁଁ ନୁହେଁ, ଆମେ)’ କହିବା ପାଇଁ ନିର୍ଦ୍ଦେଶ ଦେଇ ଟିଏମସି ଅଧ୍ୟକ୍ଷା କହିଛନ୍ତି ଯେ ଦଳର ନେତାମାନେ ଏକାଠି କାମ କରିବା ଉଚିତ। କୌଣସି ଜିଲାକୁ ପ୍ରଶାସନିକ ବୈଠକ ପାଇଁ ଗଲେ, ସେଠାରେ ବୁଥ ସ୍ତରୀୟ ଦଳର କର୍ମୀଙ୍କୁ ମଧ୍ୟ ଭେଟିବେ ବୋଲି ସେ କହିଛନ୍ତି। ଭୂମିରେ ବସିଥିବା କର୍ମୀମାନେ ହିଁ ବଡ, ମଞ୍ଚରେ ବସିଥିବା ଲୋକେ ନୁହଁନ୍ତି।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ବୁଥ ସ୍ତରର କର୍ମକର୍ତ୍ତାଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ମମତା କହିଛନ୍ତି ଯେ ବିଧାନସଭା ନିର୍ବାଚନ ତଥା ପୌରସଂସ୍ଥା ନିର୍ବାଚନରେ ପୁନର୍ବାର ବିଜୟ ସତ୍ତ୍ୱେ ଟିଏମସିର ତୃଣମୂଳ ସ୍ତରର କର୍ମକର୍ତ୍ତା ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନେକ ପାର୍ଟି କାଉନସିଲର ଯେଉଁମାନେ ଟିକେଟ ପାଇନଥିଲେ, ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଲୋକଙ୍କ ପାଇଁ କାମ କରିବାକୁ ଦଳର ନେତାମାନଙ୍କୁ ନିବେଦନ କରି ମମତା କହିଛନ୍ତି ଯେ ଆମେ ଆମର କାର୍ଯ୍ୟକଳାପ ଦ୍ୱାରା ନେତା ହୋଇଥାଉ। ମୁଁ କାର୍ଯ୍ୟ କରୁଥିବା ନେତାମାନଙ୍କୁ ପସନ୍ଦ କରେ। ଆମକୁ ସାଧାରଣ ଲୋକଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିବ ଏବଂ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ପଡିବ। ପ୍ରକୃତ ନେତା ଲୋକଙ୍କ ସହିତ ଛିଡା ହୁଅନ୍ତି ବୋଲି ସେ କହିଛନ୍ତି।

ଏହା ସହିତ ମମତା ଝିଇମାନଙ୍କୁ ଆଗକୁ ଆସି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ବାନ ଦେଇଥିଲେ। ସେ କହିଛନ୍ତି ଯେ ଆଗେଇ ଆସି ଗାଁରେ କାମ କରିବା ଉଚିତ। ଅଧିକରୁ ଅଧିକ ମହିଳା ଆମ ଦଳରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ସେହିଭଳି ଛାତ୍ର ଓ ଯୁବକମାନେ ଦଳର ଭବିଷ୍ୟତ ହୋଇଥିବାରୁ ଆଗକୁ ଆସିବା ଜରୁରୀ। ତାଙ୍କ ସରକାରର ୧୧ ବର୍ଷ ପୂରଣ ହେବା ଅବସରରେ ମେଦିନାପୁରର ଲୋକଙ୍କୁ ଧନ୍ୟବାଦ ଜଣାଇ ମମତା କହିଛନ୍ତି ଯେ ଏହି ଅଞ୍ଚଳ ହେଉଛି ସଂଗ୍ରାମରର ସ୍ଥାନ, ଏହା ବିପ୍ଳବୀଙ୍କ ମାଟି। ମୁଁ ଅଗଷ୍ଟ ୯ ରେ ଏଠାକୁ ପୁଣି ଆସିବି ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri