Posted inଜାତୀୟ

ମମତାଙ୍କ କାର୍ଟୁନ୍‌: ୧୧ ବର୍ଷ ପରେ ପ୍ରଫେସର ଦୋଷମୁକ୍ତ

କୋଲକାତା,୨୧।୧: ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏବଂ ଦଳୀୟ ନେତା ମୁକୁଲ ରାୟଙ୍କ ବ୍ୟଙ୍ଗଚିତ୍ର ଶେୟାର କରିଥିବା ଯାଦବପୁର ୟୁନିଭର୍ସିଟି ପ୍ରଫେସର ଅମ୍ବିକେଶ ମହାପାତ୍ର ୧୧ ବର୍ଷର ଆଇନଗତ ଲଢ଼େଇ ପରେ ଦୋଷମୁକ୍ତ ହୋଇଛନ୍ତି। କାର୍ଟୁନ ଶେୟାର କରି ମର୍ଯ୍ୟାଦା ହାନି କରିଥିବା ଅଭିଯୋଗରେ ମହାପାତ୍ରଙ୍କ ବିରୋଧରେ ୨୦୧୨ ଏପ୍ରିଲ ୧୨ରେ ଇଷ୍ଟ ଯାଦବପୁର ଥାନାରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଫୌଜଦାରି ମାମଲାରୁ ତାଙ୍କୁ ମୁକ୍ତ କରିବାକୁ ଆଲିପୁର ଜିଲା କୋର୍ଟ ତଳକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ସ୍ବରକୁ ଚାପିଦେବା ପାଇଁ ପଶ୍ଚିମବଙ୍ଗ ସରକାର, ପୋଲିସ ପ୍ରଶାସନ ଏବଂ ଶାସକ ଦଳର ଗୁଣ୍ଡାମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ବୋଲି ପ୍ରଫେସର କହିଛନ୍ତି। ପ୍ରଫେସରଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ଏ ଏବଂ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେହଲଟଙ୍କ ଚିନ୍ତନ ବନାମ ପାଇଲଟଙ୍କ ମିଶନ…

ଜୟପୁର,୧୬।୧ : ବିଧାନସଭା ନିର୍ବାଚନର ପ୍ରାୟ ୧୦ ମାସ ପୂର୍ବରୁ ରାଜସ୍ଥାନରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରାଜସ୍ଥାନ ସରକାର ‘ଚିନ୍ତନ’ ଶିବିର...

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ସୁଦ୍ଧା ଶୁଣାଣି; ନଭେମ୍ବର ୧୭ ପୂର୍ବରୁ ରାୟ; ନ ହେଲେ ପୁଣି ଲଟକି ରହିବ

ନୂଆଦିଲ୍ଲୀ,୨୬।୯: ଅଯୋଧ୍ୟା ମାମଲାରେ ଅକ୍ଟୋବର ୧୮ ସୁଦ୍ଧା ଶୁଣାଣି କରାଯିବ। ସେହିପରି ନଭେମ୍ବର ୧୭ ପୂର୍ବରୁ ଏହାର ରାୟ ପ୍ରକାଶ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।...

ବର୍ଦ୍ଧିତ ପିଆଜ ଦରକୁ ନେଇ ବୈଠକ ଡକାଇଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୧୧।୧୨: ଲଗାତାର ଭାବେ ପିଆଜ ଦର ହ୍ରାସ ହେଉ ନ ଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବିଭିନ୍ନ ସହରରେ ପିଆଜ...

ବାରାମୁଳାରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ଆତଙ୍କବାଦୀ ନିହତ, ଲାହୋର ସହ ଥିଲା ସମ୍ପର୍କ

ଜମ୍ମୁ,୭ ।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ବାରାମୁଳା ଜିଲାର ସୋପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଇଜିପି...

କେଜରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବହୁ ରାଜନେତା, ଦଳିୟ କର୍ମୀ ଓ ଶୁଭେଚ୍ଛୁ ଜନ୍ମଦିନର...

କ୍ଷମତା ନିଶାରେ ଧାରା ୩୭୦କୁ ହଟାଇଛି ଭାଜପା: ଗୁଲାମ୍‌ ନବୀ ଆଜାଦ୍‌

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଇବା ନେଇ କଂଗ୍ରେସର ବରିଷ୍ଠ ନେତା ଗୁଳାମ୍‌ ନବୀ ଆଜାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ଷମତା...

ନକଲି ନର୍ସିଂହୋମରେ ୭ ଶିଶୁଙ୍କୁ ଜୀବନ ଗଲା: ଡାକ୍ତରଙ୍କ ନାହିଁ ଡିଗ୍ରୀ, ନର୍ସ ୧୦ମ ଫେଲ୍‌

ଭୋପାଳ,୨୩।୫: ମଧ୍ୟପ୍ରଦେଶ ରାଜଗଡ଼ରେ କରୋନା ସମୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନକଲି ନର୍ସିଂହୋମ ଏବଂ ଡାକ୍ତରଙ୍କ ଯୋଗୁ ୭ ଶିଶୁ...

ରେଳ ଲାଇନ କଡ଼ରୁ ହଟିବ ୪୮ ହଜାର ଝୁମ୍ପୁଡ଼ି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି...

Advertisement
Archives

Model This Week