Posted inଜାତୀୟ

୨୦୨୪ ନିର୍ବାଚନ ଏକାଠି ଲଢ଼ିବାକୁ ମମତାଙ୍କ ଆହ୍ବାନ

କୋଲକାତା,୧୨ା୩(ପି.ଟି.): ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନକୁ ଭାଜପା ୪:୧ରେ ଜିତିଯିବା ପରେ ଫଳାଫଳ ୨୦୨୪ ଲୋକ ସଭାର ସଙ୍କେତ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାଜପା ମୁଖ୍ୟାଳୟଠାରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି କହିଥିଲେ। ଏହାର ଦିନକ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିରୋଧୀ ମେଣ୍ଟକୁ ସୁଦୃଢ଼ କରିବାକୁ ପୁଣିଥରେ ଅଣ୍ଟା ଭିଡ଼ିଛନ୍ତି। ବିରୋଧୀ ମେଣ୍ଟରେ କଂଗ୍ରେସକୁ ସାମିଲ କରିବା ଲାଗି ସେ ଆମନ୍ତ୍ରଣ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ବିରୋଧୀ ଦଳଗୁଡ଼ିକ ଏକାଠି ଲଢ଼ିପାରିବା। ଏଥର ନିର୍ବାଚନରେ କଂଗ୍ରେସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଆଗାମୀ ଦିନରେ ଭାଜପାକୁ ବଡ଼ ବ୍ୟବଧାନରେ ପରାଜିତ କରିବା ଲାଗି ବର୍ତ୍ତମାନର ଫଳାଫଳକୁ ସକାରାତ୍ମକ ଭାବେ ନେବା ଉଚିତ। ୨୦୨୪ ନିର୍ବାଚନ ଏକାଠି ଲଢ଼ିବା ପାଇଁ କଂଗ୍ରେସ ଯଦି ଚାହେଁ, ତେବେ ବର୍ତ୍ତମାନ ଆକ୍ରମଣାତ୍ମକ ନ ହୋଇ ସକାରାତ୍ମକ ହେଉ। ବର୍ତ୍ତମାନର ଫଳାଫଳ ୨୦୨୪ର ସଙ୍କେତ ଦେଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଟିଏମ୍‌ସି ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି। ଏହା ବାସ୍ତବତା ନୁହେଁ। ଇଭିଏମ୍‌ରେ ଜାଲିଆତି ହୋଇଥିବା ମମତା ଅଭିଯୋଗ କରିଛନ୍ତି।
ବାରାଣସୀର ଏକ କେନ୍ଦ୍ରରୁ ଇଭିଏମ୍‌ ଚୋରି ହୋଇଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ କରିଥିଲେ। ଉତ୍ତରପ୍ରଦେଶ ସମେତ ୪ ରାଜ୍ୟରେ ଭାଜପାର ବିଜୟକୁ ନେଇ ମମତା ସନ୍ଦେହ ପ୍ରକାଶ କରିଛନ୍ତି। ଭାଜପା ନିର୍ବାଚନ କଳ, କେନ୍ଦ୍ରୀୟ ବଳ ଏବଂ ସଂସ୍ଥାର ଅପବ୍ୟବହାର କରି ଜିତିଯାଇଛି। ସେମାନେ ନାଗରା ବଜାଉଛନ୍ତି। ଏଥିରେ ମ୍ୟୁଜିକ୍‌ ହୋଇପାରିବ ନାହିଁ। ମ୍ୟୁଜିକ୍‌ ପାଇଁ ହାରମୋନିୟମ ଦରକାର ବୋଲି ଟିଏମ୍‌ସି ନେତ୍ରୀ କହିଛନ୍ତି। ଇଭିଏମ୍‌ ସ୍ଥାନାନ୍ତର ଲାଗି ବାରାଣସୀର ଏଡିଏମ୍‌ଙ୍କୁ ନିଲମ୍ବନ କରାଯିବ ଏକ ବଡ଼ ଘଟଣା। ଅଖିଳେଶଙ୍କୁ ହରାଇ ଦିଆଯାଇଥିବା ସେ ଅନୁଭବ କରୁଛନ୍ତି ବୋଲି ମମତା କହିଛନ୍ତି। ଏସ୍‌ପି ନେତା ବିଚଳିତ ନ ହୋଇ ଲୋକଙ୍କ ପାଖକୁ ଯାଆନ୍ତୁ ଓ ଏହାର ଚ୍ୟାଲେଞ୍ଜ କରନ୍ତୁ ବୋଲି ଟିଏମ୍‌ସି ନେତ୍ରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri