Posted inଜାତୀୟ

ମ୍ୟାଜିକ୍‌ ଦେଖାଇଲେ ମମତା

କୋଲକାତା,୫।୬:ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମ୍ୟାଜିକ୍‌ ଭାଜପାର ସବୁ ଆକଳନକୁ ଭୁଲ୍‌ ସାବ୍ୟସ୍ତ କରିଛି। ତାଙ୍କ ଜଲଓ୍ବା ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଫିକା ପଡ଼ିଯାଇଛି। ରାଜ୍ୟର ୪୨ ଲୋକ ସଭା ଆସନ ମଧ୍ୟରୁ ମମତାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୯ ଆସନ ଦଖଲ କରିଥିବାବେଳେ ଭାଜପା ୧୨ଟିରେ ସୀମିତ ରହିଯାଇଛି। ଅଧିକ ଆସନ ହାତେଇବା ଲକ୍ଷ୍ୟ ରଖିଥିବା ଗୈରିକ ଦଳକୁ ଏଠାରେ ଶକ୍ତ ଝଟକା ଲାଗିଛି। ଡାଇମଣ୍ଡ ହାର୍ବର ଆସନରୁ ଲଢ଼ୁଥିବା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଜାତୀୟ ସ୍ତରରେ ଟିଏମ୍‌ସି ଇଣ୍ଡିଆନ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ (ଇଣ୍ଡିଆ)ର ସହଯୋଗୀ ଦଳ ହୋଇଥିବାବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଆସନ ବୁଝାମଣା ହୋଇ ନ ପାରିବାରୁ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ମମତା ନିଷ୍ପତ୍ତି ନେଇଥିଲେ। ନିର୍ବାଚନରେ ଇଣ୍ଡିଆ ବ୍ଲକ୍‌ ବିଜୟୀ ହୋଇ ସରକାର ଗଢ଼ିଲେ ଟିଏମ୍‌ସି ବାହାରୁ ସମର୍ଥନ ଯୋଗାଇଦେବ ବୋଲି ଏକ ନିର୍ବାଚନୀ ରାଲିରେ କହିଥିଲେ। ପଶ୍ଚିମବଙ୍ଗରେ ଭାଜପା ଧ୍ରୁବୀକରଣ ଅସ୍ତ୍ର ପ୍ରୟୋଗ ପାଇଁ ପଛାଇ ନ ଥିଲା। ବିଶେଷକରି ସନ୍ଦେଶଖାଲିରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଭାଜପା ଚଳାଇଥିବା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ରାଜନୀତିକୁ ବଙ୍ଗୀୟ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଲଗାଇ ଟିଏମ୍‌ସି ନେତାଙ୍କୁ ଭାଜପା ଅପଦସ୍ଥ କରୁଥିବା ନେଇ ଅଭିଯୋଗ ବଢ଼ିବାରେ ଲାଗିଥିଲା। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଡଜନ୍‌ରୁ ଅଧିକ ଥର ପଶ୍ଚିମବଙ୍ଗ ଯାଇ ହାଇଭୋଲ୍‌ଟେଜ୍‌ ପ୍ରଚାର ଚଳାଇଥିଲେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେଠାରେ ଡେରା ପକାଇଥିଲେ। ମଙ୍ଗଳବାର ଆସିଥିବା ଫଳାଫଳ ସେମାନଙ୍କ ସବୁ ରଣକୌଶଳକୁ ଭୁଲ୍‌ ପ୍ରମାଣିତ କରିଛି। ପଶ୍ଚିମବଙ୍ଗରେ କଂଗ୍ରେସ ଗୋଟିଏ ଆସନ ହାତେଇଛି। ଭୋଟ ହାରକୁ ଦେଖିଲେ ଟିଏମ୍‌ସି ପାଖାପାଖି ୪୬ ପ୍ରତିଶତ ଭୋଟ ପାଇଥିବାବେଳେ ଭାଜପାକୁ ୩୮.୩୬ ପ୍ରତିଶତ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?