Posted inଜାତୀୟ

ପୁଣି ବିବାଦରେ ଦିଦି

କୋଲକତା,୨୪।୩: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ଭାଜପା, କଂଗ୍ରେସ ସମେତ ଅନେକ ବିରୋଧୀଦଳ ନେତା ଟିଏମସି ସରକାର ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ମମତା ବାନାର୍ଜୀ ଗୁରୁବାର ବୀରଭୂମରେ ପହଞ୍ଚି ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିଛନ୍ତି। ଏହାସହ ହିଂସା ଘଟଣାରେ ଅଭିଯୁକ୍ତମାନଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। ମମତା କହିଛନ୍ତି, ରାମପୁରହାଟ ହତ୍ୟାକାଣ୍ଡର ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଖୋଜିବାକୁ ପଡ଼ିବ। ସମସ୍ତେ ଆତ୍ମସମର୍ପଣ କରନ୍ତୁ ନଚେତ୍‌ ପୋଲିସ ଗିରଫ କରିବ।
ବୀରଭୂମ ହିଂସାରେ ମୃତକଙ୍କ ପରିବାରକୁ ଭେଟିବା ପୂର୍ବରୁ ମମତା ମଧ୍ୟ ବିବାଦ ଭିତରକୁ ଆସିଛନ୍ତି। ଦଳୀୟ କର୍ମୀମାନେ ତାଙ୍କୁ ସ୍ବାଗତ କରିବା ପାଇଁ ତୋରଣ ଲଗାଇଥିଲେ। ଏହାକୁ ସମାଲୋଚନା କରାଯାଉଛି। ତୁମେ ଶୋକ କରିବାକୁ ଯାଇଛ କି ଉତ୍ସବ ପାଳନ କରିବାକୁ ଯାଉଛ ବୋଲି ଭାଜପା ପ୍ରଶ୍ନ କରିଛି। ଭାଜପା ନେତା ଅମିତ ମାଲଭିଆ ଟୁଇଟ୍‌ କରି କହିଛନ୍ତି ଯେ, ଲଜ୍ଜାଜନକ! ଏପଟେ ବୀରଭୂମର ରାମପୁରହାଟରେ ଟିଏମସି ୟୁନିଟ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ମୁଖ୍ୟ ଫାଟକରେ ତୋରଣ ଲଗାଯାଇଛି। ସେପଟେ କୁହାଯାଉଛି ମମତା ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନକୁ ଶୋକ ବ୍ୟକ୍ତ କରିବା ପାଇଁ ଯାଉଛନ୍ତି। ଏହା ନିଷ୍ଠୁର, ଅମାନବୀୟ।
ସୂଚନାଯୋଗ୍ୟ, ନିକଟରେ ଟିଏମ୍‌ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଡଜନେରୁ ଅଧିକ ଘର ଜାଳି ଦିଆଯାଇଛି। ଏଥିରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୭ରୁ ଖୋଲିବ ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ଅହମଦାବାଦ,୧୪।୧୦-ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଅକ୍ଟୋବର ୧୭ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ମହାମାରୀ କରୋନା ସକାଶେ ଗୁଜୁରାଟ ସରକାର ଏହାକୁ ମାର୍ଚ୍ଚ...

୨୦୨୩ରେ କରୋନା ପରେ ସବୁଠାରୁ ବଡ ବିପଦ ହେବ ସୁପରବଗ, ପ୍ରତିବର୍ଷ  ୧ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ

ନୂଆଦିଲ୍ଲୀ,୩ ।୧: ପ୍ରାୟ ୨ ବର୍ଷ ହେବ କରୋନା ମାହାମାରୀ ଲୋଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରି ଦେଇଥିବା ବେଳେ ଏବେ ଏହାର...

ଇ-ଫାର୍ମାସି ନିୟମ : ବନ୍ଦ ହେବ ଏସବୁ ଔଷଧ ଦୋକାନ, ସରକାର ଆଣିବେ ନୂଆ ଆଇନ…

ନୂଆଦିଲ୍ଲୀ,୧୫।୩ : ଯଦି ଆପଣ ଅନଲାଇନରେ ଔଷଧ କିଣୁଛନ୍ତି କିମ୍ବା ବିକ୍ରୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଅନଲାଇନରେ ଔଷଧ ବିକ୍ରୟ କରୁଥିବା ସମସ୍ତ ଔଷଧ...

‘ତୁମେ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଛ’

ନୂଆଦିଲ୍ଲୀ,୭।୨: କଂଗ୍ରେସ ତା’ର ବୟାନ ଏବଂ କାର୍ଯ୍ୟ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ଫେରିପାରିବ ନାହିଁ। ଲୋକସଭାରେ ସୋମବାର ଏଭଳି କହି କଂଗ୍ରେସକୁ ସମାଲୋଚନା...

ଦାଦନଙ୍କ ପାଇଁ କେନ୍ଦ୍ରର ଯୋଜନା: ଏକ ଦେଶ ଏକ ରାଶନ କାର୍ଡ

ନୂଆଦିଲ୍ଲୀ,୧୫।୫: କରୋନା ଭାଇରସ୍‌ ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଦେଶର ଅର୍ଥନୀତିକୁ ଉଜାଡ଼ିଦେଇଛି। ଏଥିଯୋଗୁ ସହରଗୁଡ଼ିକରେ ଜୀବିକା ହରାଇ ଗାଁମୁହାଁ ହୋଇଥିବା ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା...

ଆତଙ୍କବାଦୀ ଆକ୍ରମଣ ଯୋଜନା: ପ୍ରୟାଗରାଜରୁ ଗିରଫ ହେଲେ ଓସାମାଙ୍କ ଚାଚା

ନୂଆଦିଲ୍ଲୀ,୧୮ ।୯: ଦେଶରେ ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଜଣାପଡିବା ପରେ ଦିଲ୍ଲୀ ପୋଲିସ ହୁମୈଦ ଉର ରହମାନଙ୍କୁ ଖୋଜୁଥିଲା । ଶେଷରେ ଶୁକ୍ରବାର ତାଙ୍କୁ...

୧୧ବର୍ଷର ଝିଅକୁ ୩୩ବର୍ଷୀୟ ଯୁବକଙ୍କୁ ବିକିଦେଲେ ପିତା: ୩ ଦିନ ବଳାତ୍କାର କରି ଛାଡ଼ିଦେଲେ ଯୁବକ

ଭୋପାଳ, ୨୦।୫: ମଧ୍ୟ ପ୍ରଦେଶର ଛତରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମଦୁଆ ନିଜ ୧୧ବର୍ଷ ଝିଅଙ୍କୁ ୫୦ ହଜାର ଟଙ୍କାରେ...

କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେକଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ...

Advertisement
Archives

Model This Week