Posted inଜାତୀୟ

ରୋମ ଯିବାକୁ ମମତାଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୨୫ ।୯: ଇଟାଲି(ରୋମ)ରେ ଆୟୋଜିତ ହେବାକୁ ଯାଉଥିବା ୱାର୍ଲଡ ‘ପିସ୍ କନଫରେନ୍ସ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଯୋଗ ଦେଇ ପାରିବେ ନାହିଁ । ଭାରତ ସରକାର ତାଙ୍କୁ ରୋମ ଯିବାକୁ ଅନୁମତି ପ୍ରଦାନ କଲେ ନାହିଁ । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରାଜନୈତିକ ଦୃଷ୍ଟିକୋଣରୁ ମମତାଙ୍କୁ ରୋମ ଯିବାକୁ ଅନୁମତି ମିଳି ନାହିଁ । ସେଠାରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ପରିସ୍ଥିତିର ଅନୁରୂପ ନୁହେଁ ବୋଲି କୁହାଯାଇଛି । ଏହା ପୂର୍ବରୁ ବି ଦିଦିଙ୍କ ଚାଇନା ଯାତ୍ରାକୁ ରଦ୍ଦ କରି ଦିଆଯାଇଥିଲା । ଅନ୍ୟପଟେ ମମତା ବାନାର୍ଜୀଙ୍କୁ ରୋମ ଯିବାକୁ ଅନୁମତି ନ ମିଳିବାରୁ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପ୍ରତିକ୍ରିୟା ଆସିଛି । ଦଳର ଯୁବ ନେତା ଦିବ୍ୟାଂଶୁ ଭଟ୍ଟାଚାର୍ଯ୍ୟ ଦେବ ଟୁଇଟ୍ କରି କହିଛନ୍ତି କେନ୍ଦ୍ର ସରକାର ଦିଦିଙ୍କୁ ରୋମ ଯିବାକୁ ଅନୁମତି ଦେଲେ ନାହିଁ । ଏହା ପୂର୍ବରୁ ବି ତାଙ୍କର ଚାଇନା ଯାତ୍ରାକୁ ରଦ୍ଦ କରି ଦିଆଯାଇଥିଲା । ଏଥିରେ ଅନ୍ତରାଷ୍ଟ୍ରୀୟ ସମ୍ପନ୍ଧ ଓ ଦେଶର ହିତଦୃଷ୍ଟିରୁ ଏହି ନିଷ୍ପତ୍ତିକୁ ଆମେ ଗ୍ରହଣ କରି ନେଇଥିଲୁ । ଏବେ ଇଟାଲୀ କାହିଁକି ମୋଦି ଜୀ? ପଶ୍ଚିମବଙ୍ଗକୁ ନେଇ ଆପଣଙ୍କର କ’ଣ ଅସୁବିଧା ରହିଛି? ଛି! ସୂଚନାଯୋଗ୍ୟ, ରୋମରେ ଆୟୋଜିତ ହେବାକୁ ଯାଉଥିବା ‘ପିସ୍ କନଫରେନ୍ସ’ରେ ଯୋଗ ଦେବାକୁ ମମତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେ ଏବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ । ଏହା ଅକ୍ଟୋବର ୬-୭ ଦୁଇଦିନ ଧରି ଆୟୋଜିତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri