ଜି ସଲାମ ଟିଭି ଚାନେଲରେ ଚମକିବେ ମାଲକାନଗିରି ଝିଅ

ମାଲକାନଗିରି, ୧୦।୭(ଡି.ଏନ.ଏ.)- ନୃତ୍ୟ କ୍ଷେତ୍ରରେ ନିଜର ପରିଦର୍ଶିତା ଯୋଗୁଁ ବର୍ତ୍ତମାନ ଟିଭିରେ ଚମକିବେ ମାଲକାନଗିରି ଜିଲାର ଝିଅ। ସେ ହେଉଛନ୍ତି ସୁମନ୍ତ ବୈରାଗିଙ୍କ ଝିଅ ସୌମ୍ୟା। ସବୁଠି ଏବେ ତାଙ୍କ ପ୍ରଶଂସା। ସୌମ୍ୟାଙ୍କ ଘର ମାଲକାନଗିରି ଜିଲା ସଦର ମହକୁମାରେ। ପିଲାଟି ବେଳୁ ତାଙ୍କର ନୃତ୍ୟ ପ୍ରତି ଦୁର୍ବଳତା ଥିଲା। ତାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମାଆବାପା ତାଙ୍କୁ ଉତ୍ସାହିତ କରିଥିଲେ। ତାଙ୍କୁ ନୃତ୍ୟ ଶିଖିବା ନିମନ୍ତେ ପଠାଇଥିଲେ। ପରେ ସୌମ୍ୟା ବିଭିନ୍ନ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଥିଲେ। ନିଜର ନିଷ୍ଠା ଓ ପରିଶ୍ରମ ଯୋଗୁ ଖୁବ୍‌ ଶୀଘ୍ର ସେ ଟିଭିରେ ନିଜ ନୃତ୍ୟ କଳାର ପ୍ରଦର୍ଶନ କରିବେ। ଜି ସଲାମ ଟିଭି ଚ୍ୟାନେଲର ଆରମ୍ଭ ହେବାକୁ ଥିବା ଡ୍ୟାନ୍ସ ଆଇକନ ନାମକ ରିଆଲିଟି ଶୋରେ ସୌମ୍ୟା ନିଜ ପ୍ରତିଭା ପ୍ରଦର୍ଶନ କରିବେ। ୧୦ ତାରିଖ ରବିବାର ଜି ସଲାମ ଚ୍ୟାନେଲରେ ସୌମ୍ୟା ସମସ୍ତଙ୍କ ନଜରକୁ ଆସିବେ। ଏ କ୍ଷେତ୍ରରେ ନିଜ ସଫଳତା ପାଇଁ ସେ ମାଆବାପା ଏବଂ ମାଲକାନଗିରିବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ଶ୍ରେୟ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri