Posted inଖେଳ

ବୋଲିଂ କରିବା ପୂର୍ବରୁ ବଲ୍‌କୁ ‘ଚୁମ୍ବନ’ ଦେଉଥିଲେ ମାଲିଙ୍ଗା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଲମ୍ବୋ,୧୫।୯: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଭେଟେରାନ ଫାଷ୍ଟ ବୋଲର ଲାସିଥ ମାଲିଙ୍ଗା ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଲାସିଥ ମାଲିଙ୍ଗା ୨୦୨୧ ଟି-୨୦ ବିଶ୍ୱକପ ଖେଳିବାକୁ ଚାହୁଁଥିଲେ, କିନ୍ତୁ ଶ୍ରୀଲଙ୍କା ଚୟନକର୍ତ୍ତା ତାଙ୍କୁ ଟୁର୍ନାମେଣ୍ଟ ପାଇଁ ଚୟନ କରି ନ ଥିଲେ। ଏହାପରେ ମାଲିଙ୍ଗା ଅବସର ଘୋଷଣା କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ୨୦୧୪ରେ ଆଇସିସି ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଲାସିଥ ମାଲିଙ୍ଗା ସହିତ ଜଡିତ ଏକ ମଜାଦାର ତଥ୍ୟ ହେଉଛି ଯେ, ଯେତେବେଳେ ସେ ବୋଲିଂ କରୁଥିଲେ, ସେ ବଲକୁ ଚୁମ୍ବନ କରୁଥିଲେ, ଏହା ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ଥିଲା ଲାସିଥ ମାଲିଙ୍ଗାଙ୍କ କୌଶଳ। ମାଲିଙ୍ଗାର ଏହି କୌଶଳ ତାଙ୍କ କ୍ୟାରିୟର ଆରମ୍ଭରୁ ଥିଲା। ମାଲିଙ୍ଗା ବଲ ଫିଙ୍ଗିବା ପୂର୍ବରୁ ଚୁମ୍ବନ ଦେଉଥିଲେ। ଯେତେବେଳେ ମାଲିଙ୍ଗା ନିଜର ରନ ଅପ ଆରମ୍ଭ କରୁଥିଲେ, ସେ ଚୁମ୍ବନ ଦେବା ପରେ ହିଁ ବଲ ଫିଙ୍ଗିଥା’ନ୍ତି। ଏକ ସାକ୍ଷାତକାରରେ ମାଲିଙ୍ଗଙ୍କୁ ଏହାର କାରଣ ପଚରାଯାଇଥିଲା, ସେ କହିଥିଲେ ଯେ ସେ ପ୍ରକୃତରେ ବଲକୁ ସମ୍ମାନ କରନ୍ତି। ମାଲିଙ୍ଗା କହିଥିଲେ, କ୍ରିକେଟ ମୋର କାମ ଏବଂ ମୋ ଜୀବନ ଏଥିରେ ଚାଲିଥାଏ। ଜଣେ ବୋଲର ଭାବରେ ମୁଁ ବଲକୁ ସମ୍ମାନ କରେ। ବଲକୁ ଚୁମ୍ବନ ଦେବା ମୋର ଅଭ୍ୟାସ, ଯାହା ମୁଁ ମୋର କ୍ୟାରିୟର ଆରମ୍ଭରୁ କରିଆସୁଛି। ସୂଚନାଯୋଗ୍ୟ, ଲାସିଥ ମାଲିଙ୍ଗା ହେଉଛନ୍ତି ବିଶ୍ୱର ଏକମାତ୍ର ବୋଲର, ଯିଏ ବିଶ୍ୱକପରେ ଦୁଇଥର ହ୍ୟାଟ୍ରିକ ନେବାରେ ସଫଳତା ହାସଲ କରିଛନ୍ତି।

୨୦୦୭ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ୪ଟି ବଲରେ ମାଲିଙ୍ଗା ୪ ଉଇକେଟ ନେଇଥିଲେ। ଏହା ପରେ ମାଲିଙ୍ଗା ମଧ୍ୟ ୨୦୧୧ ବିଶ୍ୱକପରେ କେନିଆ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ। ମାଲିଙ୍ଗା ହେଉଛନ୍ତି ବିଶ୍ୱର ଏକମାତ୍ର ବୋଲର ଯିଏ ଦିନିକିଆ ରେ ତିନିଥର ହ୍ୟାଟ୍ରିକ ନେଇଛନ୍ତି। ୨୦୧୧ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମାଲିଙ୍ଗା ମଧ୍ୟ ୧୫୫.୭ କିଲୋମିଟର ବଲ୍‌ ପକାଇଥିଲେ।
ଲାସିଥ ମାଲିଙ୍ଗାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏହି ବୋଲର ତାନିଆ ମିନୋଲି ପେରେରାଙ୍କ ହସରେ ‘ବୋଲ୍ଡ’ ହୋଇଗଲେ।ଲାସିଥ ମାଲିଙ୍ଗା ଏକ ବିଜ୍ଞାପନ କରିବାକୁ ଆସିଥିଲେ, ସେହି ଇଭେଣ୍ଟର ମ୍ୟାନେଜର ତାନିଆ ଥିଲେ। ଏହି ସମୟରେ ଉଭୟଙ୍କର ପ୍ରେମ ଏବଂ ପରେ ବିବାହ ହୋଇଥିଲା। ଲାସିଥ ମାଲିଙ୍ଗା ଅଗଷ୍ଟ ୨୮, ୧୯୮୩ରେ ଗଲରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମାରାତ୍ମକ ବୋଲିଂ ହେତୁ ମାଲିଙ୍ଗାଙ୍କୁ ‘ସ୍ଲିଙ୍ଗା ମାଲିଙ୍ଗା’ ମଧ୍ୟ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?