Posted inଖେଳ

୨୬ ବଲ୍‌ରେ କରିଥିଲେ ୧ ରନ୍‌, ତଥାପି ଏହି କ୍ରିକେଟରଙ୍କୁ ସଲାମ୍‌ କରୁଛି ଦୁନିଆ; କାରଣ ଜାଣିଲେ…

ନୂଆଦିଲ୍ଲୀ,୧୨।୨: ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ ଶତକ କିମ୍ବା ଅର୍ଦ୍ଧଶତକ ହାସଲ କରନ୍ତି, ତାଙ୍କୁ ବହୁତ ପ୍ରଶଂସା କରାଯାଏ। କିନ୍ତୁ ଏହି ସମୟରେ ଜଣେ ଏପରି କ୍ରିକେଟର ଖବରରେ ଅଛନ୍ତି ଯିଏ ୨୬ ବଲ୍‌ରେ ମାତ୍ର ଗୋଟିଏ ରନ୍‌ କରିଥିଲେ। ଏହା ସତ୍ତ୍ୱେ ସେ ହିରୋ ପାଲଟିଛନ୍ତି। ଆପଣ ଭାବୁଥାଇ ପାରନ୍ତି ୨୬ ବଲ୍‌ରେ ୧ ରନ କରିବା ବହୁତ ଖରାପ ପ୍ରଦର୍ଶନ। ହଁ…ବିଲକୁଲ୍‌। ହେଲେ ଏହି ଖେଳାଳି ସେହି ପରିସ୍ଥିତିରେ କ୍ରିଜରେ ରହିଥିଲେ ଯେତେବେଳେ ଦଳ ଏବଂ ଅଧିନାୟକଙ୍କୁ ତାଙ୍କର ସବୁଠାରୁ ଅଧିକ ଆବଶ୍ୟକତା ଥିଲା। ଏଠାରେ ଆମେ ଶ୍ରୀଲଙ୍କାର ବୋଲର ଈଶାନ ମାଲିଙ୍ଗାଙ୍କ ବିଷୟରେ କହୁଛୁ, ଯିଏ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିକିକିଆରେ ଚମତ୍କାର କରିଛନ୍ତି। ଏହି ମ୍ୟାଚ୍‌ରେ ଗୋଟିଏ ପଟେ ତାଙ୍କ ଅଧିନାୟକ ରନ ସଂଗ୍ରହ କରୁଥିଲେ ଏବଂ ଅନ୍ୟ ପଟେ ଏହି ଖେଳାଳି ଆଉଟ୍‌ ନ ହୋଇ କ୍ରିଜ୍‌ରେ ରହିବାକୁ ଚେଷ୍ଟା କରୁଥିଲେ। ଏହି ପ୍ରୟାସ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି।

ମ୍ୟାଚ୍‌ ବିଷୟରେ କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ଶ୍ରୀଲଙ୍କା ଦଳ ମାତ୍ର ୫୫ ରନ୍‌ରେ ୫ ଉଇକେଟ ହରାଇଥିଲା। ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ପୂରା ୫୦ ଓଭର ମଧ୍ୟ ଖେଳିପାରି ନ ଥିଲା। ପୂରା ଟିମ୍‌ ଆଉଟ୍‌ ହୋଇଯାଇଥିଲା। କିନ୍ତୁ ମାଲିଙ୍ଗା ୨୬ ବଲ୍‌ରେ ଗୋଟିଏ ରନ ସଂଗ୍ରହ କରିଥିଲେ ହେଁ ଅପରାଜିତ ରହିଥିଲେ। ଏପରିକି ସେ ଅଧିନାୟକ ଅସଲାଙ୍କାଙ୍କ ସହିତ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ।

ଶ୍ରୀଲଙ୍କା ୧୩୫ ରନ୍‌ରେ ତା’ର ୮ ଉଇକେଟ ହରାଇଥିଲା। ଏହା ପରେ ନବମ ଉଇକେଟ ପାଇଁ ଅସଲାଙ୍କା ଏବଂ ଈଶାନ ମାଲିଙ୍ଗାଙ୍କ ମଧ୍ୟରେ ୭୯ ରନର ଏକ ଚମତ୍କାର ଭାଗୀଦାରି ହୋଇଥିଲା। ଶ୍ରୀଲଙ୍କା କଷ୍ଟକର ପରିସ୍ଥିତିରେ ଥିଲା। ଏପରି ପରିସ୍ଥିତିରେ ମାଲିଙ୍ଗା ତାଙ୍କ ଅଧିନାୟକଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ମାଲିଙ୍ଗା ୭୯ ବଲ୍‌ରେ ୭୯ ରନର ଭାଗୀଦାରିରେ ଗୋଟିଏ ରନ କରିଥିଲେ ମଧ୍ୟ ଉଇକେଟ ହରାଇ ନ ଥିଲେ। ୨୧୪ ରନ୍‌ରେ ଅସଲାଙ୍କା ନବମ ଉଇକେଟ ଭାବରେ ଆଉଟ ହୋଇଥିଲେ। ଶ୍ରୀଲଙ୍କାର ଶେଷ ଉଇକେଟ ମଧ୍ୟ ସମାନ ସ୍କୋରରେ ପଡ଼ିଥିଲା।

ଆସଲାଙ୍କା ୭୯ ରନର ଭାଗୀଦାରୀରେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୫୩ ବଲ୍‌ରେ ୭୭ ରନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସେ ଏକ ଶତକ ମଧ୍ୟ ମାରିଥିଲେ। ଆସଲାଙ୍କା ୧୨୬ ବଲ୍‌ରେ ୧୨୭ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟରୁ ମୋଟ ୧୯ଟି ଚୌକା ଆସିଥିଲା। ଯେଉଁଥିରେ ୧୪ଟି ଚୌକା ଏବଂ ୫ଟି ଛକା ଅନ୍ତର୍ଭୁକ୍ତ ଥିଲା। ତାଙ୍କ ବ୍ୟତୀତ ସମସ୍ତ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଣ୍ଡାଘାଟିରେ ଧସିଲା ମାଟି ଅତଡ଼ା: ୭ ଗାଁ ବିଚ୍ଛିନ୍ନ

ମାଲକାନଗିରି,୬।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ବଣ୍ଡାଘାଟିରେ ରାସ୍ତା ଧସିବା ଯୋଗୁ ୭ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବନ୍ଧଗୁଡ଼ା ନିକଟରେ ମାଟି…

ବାରାହା ଦାଉରୁ ଫସଲ ରକ୍ଷା ପାଇଁ ସୋଲାର ବିଦ୍ୟୁତ୍‌ ତାରବାଡ଼: ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ତାରବାଡ଼କୁ ନେଇ ଚିନ୍ତା, ହଟାଇବାକୁ ବନ ବିଭାଗର…

ମହାକାଳପଡ଼ା, ୬।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚାଷ ଜମିରେ ବାରାହା ପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରାହା…

୪ ବର୍ଷ ବାସନ୍ଦ ହେଲେ ଏହି ଅଲିମ୍ପିକ ବିଜେତା, ଜାଣନ୍ତୁ…

ଲାଉସାନେ,୧୧ା୬: ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଅଲିମ୍ପିକ ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ବିଜେତା ବୋଝିଦାର ଦିମିତ୍ରୋଭ ଆନ୍ଦ୍ରିଭଙ୍କୁ ଶୁକ୍ରବାର ୪ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଫଳରେ ସେ ୨୦୨୮…

ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଲୁଟ୍‌, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, ୬।୧୧ (ସୁନିଲ କୁମାର ମହାନ୍ତି): ସୋଲାର ପ୍ୟାନେଲ୍‌ ଲଗାଇବା ବାହାନାରେ ଘରେ ପଶି ଦୁଇ ମହିଳାଙ୍କୁ ଲାଟ୍ରିନ୍‌ ଓ ବାଥରୁମ୍‌ରେ ବନ୍ଦ କରି ଲୁଟ୍‌ କରିଥିବା…

ଜିଓ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌: ୩ ବର୍ଷ ଯାଏ କରିବାକୁ ପଡିବନି ରିଚାର୍ଜ!

ନୂଆଦିଲ୍ଲୀ,୬।୧୧: ଧନତେରସ ଅବସରରେ ରିଲାଏନ୍ସ ଜିଓ (Reliance Jio) ଏହାର ଗ୍ରାହକମାନଙ୍କ ପାଇଁ ଏକ ଦମଦାର୍‌ ଏବଂ ଧମାକାଦାର୍‌ ରିଚାର୍ଜ ପ୍ଲାନ ଘୋଷଣା କରିଛି। ଜିଓର ଏହି…

ଦୀପାବଳିରେ ୩ ରାଶି ଉପରେ କୃପା କରିବେ ମା’ କାଳୀ-ଶନି ଦେବ, ପ୍ରଚୁର ଧନଲାଭ ସହ ମିଳିବ ବଡ଼ ଚାକିରିର ଅଫର୍‌

ଆସନ୍ତାକାଲି ଅର୍ଥାତ ଶନିବାର ଦିନ ମହାସମାରୋହରେ ପାଳନ କରାଯିବ ମା’ କାଳୀଙ୍କ ପୂଜା । ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥରର କାଳୀ ପୂଜା ଅତ୍ୟନ୍ତ ବିଶେଷ ହେବାକୁ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

ବଡ଼ଗାଁ,୬ା୧୧(ଅଶୋକ ଷଡ଼ଙ୍ଗୀ): ବିଦ୍ୟାଳୟ ନିମନ୍ତେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭିସି ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ…

ଜେଲ୍‌ରେ ଜୀବନ ହାରିଲେ କଏଦୀ

ରଗଡ଼ି,୬।୧୧: ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ଜେଲ୍‌ ପରିସର ମେଡିକାଲ ଗ୍ରିଲ୍‌ରେ ପ୍ୟାଣ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?