ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ କେପିଏସି ଲଲିତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୪ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ କେପିଏସି ଲଲିତା ଅସୁସ୍ଥ ଥିଲେ। ସେ ମଙ୍ଗଳବାର ବିଳମ୍ବିତ ରାତିରେ କେରଳର ଥ୍ରିପୁନିଥୁରାସ୍ଥିତ ତାଙ୍କ ଘରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
କେପିଏସି ଲଲିତା ପ୍ରାୟ ୫ ଦଶନ୍ଧି ଧରି ସାଉଥ ସିନେମାରେ କାମ କରିଥିଲେ। ସେ ୫୫୦ରୁ ଅଧିକ ମାଲାୟାଲମ ଏବଂ ତାମିଲ ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ଥିଏଟରରେ ଅଭିନୟ ଆରମ୍ଭ କରିଥିଲେ। ଲଲିତା ୧୯୬୯ମସିହାରେ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କେ.ସ ସେଥୁମାଧବନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର କୁଟୁକୁଡୁମ୍ବମ ଜରିଆରେ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ ସେ ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ଦୁଇଥର ଜାତୀୟ ପୁରସ୍କାର ଜିତିଥିଲେ। ତାଙ୍କୁ ଚାରିଥର କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ ମାମଲାରେ ଆଉ ଦୁଇ ଷ୍ଟାରଙ୍କ ନାମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ଏହି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା...

ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ

ବମ୍ବେ: ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହୋଇଛନ୍ତି ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାଁ। ସୋମବାର ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ସେ ଖାସ୍‌ ପୋଷ୍ଟ କରିଛନ୍ତି।...

ଫିଲ୍ମ ରିଲିଜ ପରେ ଆହୁରି ବୋଲ୍ଡ ହେଲେ ଦୀପିକା

ବମ୍ବେ: ବୋଲ୍ଡ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଅଭିନୀତ ‘ଗେହରାଇୟାଁ’। ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ସେ ଅନେକ ଚୁମ୍ବନ...

ଭାଉଜଙ୍କୁ ସମର୍ଥନ, ଭାଇଙ୍କୁ ଅନ୍‌ଫଲୋ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଭାଉଜ। ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ ପରେ ସେମାନେ ଛାଡ଼ପତ୍ର ନେବେ।...

ପିଆଜର ଦରବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଟ୍ବିଙ୍କିଲ

ମୁମ୍ବାଇ,୭।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖାନ୍ନା ଯଦିଓ ଏବେ ବଡ ପରଦାଠାରୁ ବହୁ ଦୂରରେ ରହିଛନ୍ତି ହେଲେ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଏମିତିକି...

ଜିତିବା ପରେ ମଧ୍ୟ ସଂସଦରେ ଏକାଠି ବସିବେନି ହେମାମାଳିନୀ-ସନ୍ନି ଦେଓଲ

ନୂଆଦିଲ୍ଲୀ,୨୮।୫: ଭାଜପା ଟିକେଟରୁ ଏଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଓ ଅଭିନେତା ସନ୍ନି ଦେଓଲ। ଏମାନେ ସମ୍ପର୍କରେ ମା’ପୁଅ। ହେଲେ...

ଫେବୃୟାରୀ ୧ରେ ନେହା କକ୍କରଙ୍କ ମେହେନ୍ଦୀ ଉତ୍ସବ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଆଜିକାଲି ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ବିବାହ ଖବରକୁ ନେଇ ସମସ୍ତଙ୍କ ନଜର ତାଙ୍କ ଉପରେ। ଶୁଣିବାକୁ ମିଳୁଛି...

କ୍ୟାଟ୍ରିନା କୈଫ୍‌ଙ୍କ ଫଟୋକୁ ଜୁମ୍‌ କରି ଦେଖିଥାନ୍ତି ଏହି ଅଭିନେତା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇଥିବା କ୍ୟାଟ୍‌ ଆଜି ଯାହା କିଛି ହାସଲ କରିଛନ୍ତି...

Advertisement
Archives

Model This Week