Advertisement

ବିବାହକୁ ନେଇ ଟ୍ରୋଲ ହେଉଛନ୍ତି ମଲାଲା!

ଲଣ୍ଡନ,୧୪ ।୧୧: ନୋବେଲ ପୁରସ୍କାର ବିଜୟୀନି ମଲାଲା ୟୁସୁଫଜାଇ ବିବାହ ପାଇଁ ନେଇଥିବା ନିଜର ନିସ୍ପତ୍ତି ସମ୍ପର୍କରେ ଏକ ନିବନ୍ଧ ଲେଖିଛନ୍ତି । ମଲାଲା ନଭେମ୍ବର ୯ରେ ଇଂଲଣ୍ଡର ବର୍ମିଂହାମରେ ଅସର ମଲିକଙ୍କୁ ବିବାହ କରିଛନ୍ତି । ଯେତେବେଳେ ମଲାଲା ତାଙ୍କ ବିବାହ ସମ୍ପର୍କରେ ଘୋଷଣା କଲେ ତାଙ୍କୁ ମିଳିଲା ଅନେକ ଶୁଭେଚ୍ଛା । ହେଲେ ମଲାଲାଙ୍କ ଏହି ନିଷ୍ପତ୍ତିକୁ ନେଇ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଟୁଇଟରରେ ମଲାଲାଙ୍କୁ ସମାଲୋଚନା କରିଛନ୍ତି । ଚଳିତ ବର୍ଷ ଜୁଲାଇରେ ମଲାଲା ଭୋଗ ମାଗାଜିନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଥିଲେ କି, ମୁଁ ବୁଝି ପାରୁନି ଲୋକେ କାହିଁକି ବିବାହ କରୁଛନ୍ତି । ଯଦି ଆପଣ ଆପଣଙ୍କ ଜୀବନରେ ଜଣେ ବ୍ୟକ୍ତିଙ୍କୁ ଚାହୁଁଛନ୍ତି ତେବେ ବିବାହ କାଗଜପତ୍ରରେ ଦସ୍ତଖତ କରିବାର କ’ଣ ଆବଶ୍ୟକତା ରହିଛି । ଏହା କେବଳ ଏକ ବୁଝାମଣା କାହିଁକି ନ ହେଉଛି । ଏବେ ଏହି ପୁରୁଣା ବୟାନକୁ ନେଇ ବିବାହ ପରେ ଯୁଜର୍ସ ମଲାଲାଙ୍କୁ ଟ୍ରୋଲ କରିଛନ୍ତି । ଏବେ ଏହାର ପ୍ରତିକ୍ରିୟା ସ୍ୱରୂପ ଓ ସାମାନ୍ୟ ଭାବେ ନିଜ ବିବାହ ସମ୍ପର୍କରେ କଥା ହେବାକୁ ଯାଇ ୧୧ ନଭେମ୍ବରରେ ମଲାଲା ଭୋଗ ପାଇଁ ଏକ ନିବନ୍ଧ ଲେଖିଛନ୍ତି, ଯାହାର ଶୀର୍ଷକ ରହିଛି ‘ଆଇ ଫାଉଣ୍ଡ ଏ ବେଷ୍ଟ ଫ୍ରେଣ୍ଡ ଆଣ୍ଡ କମ୍ପାନିୟନ’ । ଏହାକୁ ନେଇ ମଲାଲା କହିଛନ୍ତି, ମୁଁ ବିବାହର ବିରୋଧ କରୁ ନ ଥିଲି କିନ୍ତୁ ବିବାହ ପରେ ଏହାର ଅଭ୍ୟାସକୁ ନେଇ ସତର୍କ ଥିଲି ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ ଖାନଙ୍କ ରାଲିରେ ଗୁଳିକାଣ୍ଡ

ଇସଲାମାବାଦ,୩।୧୧: ପାକିସ୍ତାନର ଗୁଜରାନୱାଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଜାଦି ମାର୍ଚ୍ଚରେ ଗୁଳିକାଣ୍ଡ ଘଟିଛି। ଇମ୍ରାନଙ୍କ କଣ୍ଟେନର ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ଇମ୍ରାନଙ୍କ...

ମହିଳା ସଦସ୍ୟ ସଂସଦରେ ମୁଥ ମରାମରି ସହିତ କେଶ ଟଣାଟଣି ହେଲେ …

ଲା ପାଜ୍‌,୧୦।୬: ସଂସଦରେ ମୁଥ ମରାମରି ହେବା ସହିତ କେଶ ଟଣାଟଣି ହେବା ଭଳି ଅପ୍ରୀତିକର ଘଟଣା ଘଟିଛି। ଏଭଳି ବଲିଭିଆ ସଂସଦରେ ହୋଇଛି। ପୂର୍ବ...

୨୦୩୦ ସୁଦ୍ଧା ରୋବଟ ଯୋଗୁ ୨ କୋଟିରୁ ଅଧିକ ଲୋକ ହରାଇବେ ଚାକିରି

ଓ୍ବାଶିଂଟନ,୨୬।୬: ଆର୍ଥିକ ବିକାଶ ପାଇଁ ଏବେ ପୃଥିବୀର ପ୍ରତି ରାଷ୍ଟ୍ରରେ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ଅଟୋମେଶନ ତଥା ରୋବଟ୍‌ର ଉପଯୋଗ କରାଯାଉଛି। ଏହାଦ୍ୱାରା ନିର୍ମାଣ...

ହମିଦ୍‌ କାରଜାଇ-ଅନସ୍‌ ହକ୍କାନି ବୈଠକ…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନର ଜଣେ କମାଣ୍ଡର ତଥା ହକ୍କାନି ନେଟୱାର୍କ ଆତଙ୍କବାଦୀ ଗୋଷ୍ଠୀର ବରିଷ୍ଠ ନେତା ଅନାସ ହକାନି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କୁ...

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ…

ମସ୍କୋ, ୨୬।୧ : ରୁଷିଆ ଏବଂ ୟୁକ୍ରେନ ସୀମାରେ ଅସ୍ତ୍ରଶସ୍ତ୍ର ସହିତ ସୈନ୍ୟସଂଖ୍ୟା ବଢ଼ିବା ସହିତ ୟୁରୋପରେ ଏକ ଭୟଙ୍କର ଯୁଦ୍ଧର ଆଶଙ୍କା ବୃଦ୍ଧି ପାଉଛି।...

କରୋନାର ତୃତୀୟ ଲହର: ସମସ୍ତ ସ୍କୁଲ କଲେଜ ବନ୍ଦ

ଟୋରଣ୍ଟୋ,୭।୪: କାନାଡ଼ାରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୋରଣ୍ଟୋରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି। ବୁଧବାରଠାରୁ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ...

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ...

ରୁଷିଆ ଦଖଲରେ ମାରିଆପୋଲ, ୧,୪୬୪ ୟୁକ୍ରେନ୍‌ ସୈନ୍ୟଙ୍କ ଆତ୍ମସମର୍ପଣ…

କ୍ୱିଭ୍‌, ୧୭।୪ : ରୁଷିଆର ସୈନ୍ୟବାହିନୀ ପୂର୍ବ ୟୁକ୍ରେନ୍‌ର ମାରିଅପୋଲ ସହରକୁ ନିଜ ଦଖଲକୁ ନେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ ଏହି...

Advertisement
Archives

Model This Week