ମାଲାବାରର ‘ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍‌’ ଜୁଏଲାରୀ ପ୍ରଦର୍ଶନ

ଭୁବନେଶ୍ୱର,୧୩।୨: ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଳଙ୍କାର ପ୍ରତିଷ୍ଠାନ ‘ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ୍‌ସ’ ପକ୍ଷରୁ ‘ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍‌’ ଜୁଏଲାରୀ ପ୍ରଦର୍ଶନର ଶୁଭାରମ୍ଭ କରାଯାଇଛି। ଉକ୍ତ ପ୍ରଦର୍ଶନରେ ସୁନା, ହୀରା ଏବଂ ମୂଲ୍ୟବାନ ରତ୍ନ ଅଳଙ୍କାରର ଏକ ସ୍ବତନ୍ତ୍ର ଶୋ’ ସାଙ୍ଗକୁ ବିକ୍ରୟ ବ୍ୟବସ୍ଥା ମଧ୍ୟ ରହିଛି। ଏହି ବୈଶିଷ୍ଟ୍ୟ ଅଳଙ୍କାରଗୁଡ଼ିକର କାଳଜୟୀ ଚମତ୍କାରିତା ହେଉଛି ମାଷ୍ଟର କାରିଗରଙ୍କ ସୃଷ୍ଟି। ଅଳଙ୍କାରଗୁଡ଼ିକ ସେମାନଙ୍କ ପାରଦର୍ଶିତା ଏବଂ ଚତୁର କୌଶଳର ଉଜ୍ଜ୍ୱଳ ଉଦାହରଣ। ଏହି ଶୋ ‘ଏକ୍ସପେରିଏନ୍ସ ୱାରାବଲ୍‌ ଆର୍ଟ’ର ବିଷୟବସ୍ତୁକୁ ଯଥାର୍ଥ କରୁଛି। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସ ପକ୍ଷରୁ ‘ମାଇନ’, ‘ଏରା’, ‘ପ୍ରେସିଆ’, ‘ଏଥେନିକ୍ସ’, ‘ଡିଭାଇନ’, ‘ଷ୍ଟାରଲେଟ’ ଏବଂ ‘ଜୁଲ’ ଭଳି ହୀରା ଗହଣାର ସମ୍ଭାର ପ୍ରଦର୍ଶନୀରେ ସାମିଲ ହୋଇଛି। ଏହିସବୁ ହୀରା ଅଳଙ୍କାର ସାଙ୍ଗକୁ ଅନେକ ସୁନା ଗହଣାର ସ୍ବତନ୍ତ୍ର ଡିଜାଇନ ସାମିଲ ରହିଛି। ଏହି ସମସ୍ତ ଡିଜାଇନ୍‌ରେ ଭାରତୀୟ କଳା ସଂସ୍କୃତି ଓ ଐତିହ୍ୟର ଛାପା ମଧ୍ୟ ରହିଛି। ଏହି ପ୍ରଦର୍ଶନ କମ୍ପାନୀର ଶହୀଦନଗରସ୍ଥିତ ଶୋ’ରୁମ୍‌ ପରିସରରେ ଫେବୃୟାରୀ ୧୨ରୁ ୨୦ ପର୍ଯ୍ୟନ୍ତ ରହିବ। ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ୱାନ୍‌ ଇଣ୍ଡିଆ ୱାନ୍‌ ଗୋଲ୍ଡ ରେଟ୍‌ ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଗ୍ରାହକଙ୍କୁ ଭାରତର ଯେକୌଣସି ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଷ୍ଟୋରରେ ଏହାର ସୁବିଧା ପ୍ରଦାନ କରାଯିବ। ସେହିଭଳି ମାଲାବାର ପକ୍ଷରୁ ବିବାହ ଋତୁ ପାଇଁ ଆଡ୍‌ଭାନ୍ସ କ୍ରୟ ସ୍କିମ୍‌ ମଧ୍ୟ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକଙ୍କୁ ମୋଟ୍‌ କ୍ରୟ ପରିମାଣର ୫% ଅଗ୍ରିମ ଦେଇ ଆବଶ୍ୟକ ସୁନାର ବୁକିଂ ଲାଭ ପାଇପାରିବେ ବୋଲି ଶୋ’ରୁମ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ହେଉଛି ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ବ୍ୟବସାୟ। କମ୍ପାନୀ ଖାଲି ଯେ ବ୍ୟବସାୟ କରେ ତା’ ନୁହେଁ, ବରଂ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଓ ଗରିବଙ୍କ ପାଇଁ ଗୃହ, ମହିଳା ସଶକ୍ତୀକରଣ ଏବଂ ପରିବେଶ ସଂରକ୍ଷଣ ପାଇଁ ଆବଶ୍ୟକ କାର୍ଯ୍ୟ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ ଶୋ’ରୁମ୍‌ର ଷ୍ଟୋର ମୁଖ୍ୟ ଅସନାଫ୍‌ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଷ୍ଟୋରର ମୁଖ୍ୟ ବାଣିଜ୍ୟ ଅଧିକାରୀ ସିଦ୍ଧେଶ୍ୱର ରଥ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?