ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୫।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦି କାମଧେନୁ ଖଦି ଊଲ ପାନିପଥ ପକ୍ଷରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆ (ଗେଟ୍‌ ନମ୍ବର-୩) ଠାରେ ‘ନ୍ୟୁ ରାଜସ୍ଥାନ କଟନଫାବ୍‌ ମେଳା’ର ଆୟୋଜନ କରାଯାଇଛି। ବିଶେଷ କରି ଉକ୍ତ ମେଳାରେ ସାରା ଦେଶର ବୁଣାକାର ଓ କାରିଗରଙ୍କ ଭିନ୍ନ ଭିନ୍ନ ସାମଗ୍ରୀ ଉଭୟ ବିକ୍ରି ଓ ପ୍ରଦର୍ଶନ ହେଉଛି। ଏପରିକି ପ୍ରତି କ୍ରୟ ଉପରେ ୨୦% ର ବିଶେଷ ରିହାତି ସାଙ୍ଗକୁ ୫୦୦୦ ଟଙ୍କାରୁ ଅଧିକ ବିଲିଂ (କାରବାର) ଉପରେ ଏକ ଲକି କୁପନ ମଧ୍ୟ ଗ୍ରାହକ ମାଗଣାରେ ପାଉଛନ୍ତି। ଉକ୍ତ କୁପନ ମେଳାର ଉଦ୍‌ଯାପନୀ ଉତ୍ସବରେ ମେଗା ଲକି ଡ୍ର ଜରିଆରେ ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ଉପହାର ଯଥା ପ୍ରଥମ ପୁରସ୍କାର ଭାବେ ଓ୍ବାଶିଂ ମେଶିନ ଜିତିବାର ସୁଯୋଗ ରହିଥିବାବେଳେ ୨ୟ ପୁରସ୍କାର ଡବଲ ଡୋର ରେଫ୍ରିଜେଟର ଏବଂ ୩ୟ ପୁରସ୍କାର ସ୍ମାର୍ଟ ଏଲ୍‌ଇଡି ଟିଭି ସମେତ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ଗ୍ରାହକମାନେ ଜିତିପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବିବାହ ଋତୁ ସାଙ୍ଗକୁ ଆକର୍ଷଣୀୟ ୃପର ଗ୍ରାହକଙ୍କୁ ମେଳା ପ୍ରତି ଆକୃଷ୍ଟ କରାଉଛି। ଗୋଟିଏ ପଟରେ ଲକ୍ଷ୍ନୌ (ୟୁପି)ର ଚିକନ ଓ୍ବାର୍କ ଡ୍ରେସ୍‌ ମ୍ୟାଟେରିଆଲ୍ସ,ଶାଢି, କୁର୍ତ୍ତା ପାଇଜାମା, ଟପ୍‌ସ ଆଦି ଉପଲବ୍ଧ। ସେହିଭଳି ରାଜସ୍ଥାନର ବ୍ଲକ ପ୍ରିଣ୍ଟେଡ, କୋଟା ଡୋରିଆ ଡ୍ରେସ ମ୍ୟାଟେରିଆଲ୍ସ, ଲେଡିସ କୁର୍ତ୍ତା, ଲେହେଙ୍ଗା-ଚୁଲି, ମାଲାମାଲ, ବନ୍ଦେଇ ସୁଟ, ସ୍କ୍ରିିଟ୍‌ ଟପ୍‌, ସାଲଓ୍ବାର ଆଣ୍ଡ ଦୁପଟା ସମେତ ପଶ୍ଚିମବଙ୍ଗର ଶାନ୍ତନିକେତନ ତନ୍ତ, ଖନ୍ତା, ଡାକେଇ ଜାମଦାନୀ ଶାଢି, ଟସର ଡ୍ରେସ ମ୍ୟାଟେରିଆଲ୍ସ, ସିଫନ ଆଣ୍ଡ କ୍ରେପ୍‌ ଉପଲବ୍ଧ। ସେହିପରି ଆନ୍ଧ୍ରପ୍ରଦେଶର କଳାମକାରୀ ଭେଜିଟେବଲ ଡାଏଡ, ମଙ୍ଗଳଗିରି, ଗଡଓ୍ବାଲ ଜରି ବଡର ଡ୍ରେସ ମ୍ୟାଟେରିଆଲ୍ସ ସମେତ ଉତ୍ତରପ୍ରଦେଶର ବନାରସ ସିଲ୍କ ଆଣ୍ଡ କଟନ ଶାଢି, ସୁଟ ମ୍ୟାଟେରିଆଲ୍ସ ସହିତ ବିଭିନ୍ନ ରାଜ୍ୟର କାରୁକାର୍ଯ୍ୟ ଭରା ଅଳଙ୍କାର ଓ ଷ୍ଟୋନ ଏବଂ ଆର୍ଟିଫିସିଆଲ ଜୁଏଲେରି ଭଳି ଅନେକ ସୌଖୀନ ସାମଗ୍ରୀ ଉପଲବ୍ଧ। ଏହି ମେଳା ପ୍ରତିଦିନ ପୂର୍ବାହ୍ନ ୧୧ ରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସାଙ୍ଗକୁ ଉକ୍ତ ମେଳା ୨୦୨୩ ଅଗଷ୍ଟ ୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?