ପୋଷଣ ଅଭିଯାନକୁ ଫଳପ୍ରଦ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯ା୧୨(ବ୍ୟୁରୋ): ରାଜ୍ୟରେ ପୋଷଣ ଅଭିଯାନକୁ ପୂର୍ଣ୍ଣ ଫଳପ୍ରଦ କରିବା ପାଇଁ ପ୍ରଶାସନିକ ପ୍ରଚେଷ୍ଠା ଆରମ୍ଭ ହୋଇଛି। ଏଥିପାଇଁ ଲକ୍ଷ୍ୟଭେଦୀ ଏବଂ ସଂଯୋଜିତ କାର୍ଯ୍ୟକ୍ରମ ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଶିଶୁ, ଗର୍ଭବତୀ ମହିଳା, ପ୍ରସୂତୀ ଏବଂ କିଶୋରୀମାନଙ୍କ ପୁଷ୍ଟି ସାଧନ ଓ ସ୍ବାସ୍ଥ୍ୟ ଯତ୍ନ ନିମନ୍ତେ ଏକ ବ୍ୟାପକ କାର୍ଯ୍ୟ- ଖସଡା ପ୍ରସ୍ତୁତ କରାଯିବ। ଶିଶୁ ଗେଡାପଣ, ପୁଷ୍ଟିହୀନତା ଓ ରକ୍ତହୀନତା ରୋକିବା ସହ ମାତୃ ସ୍ତନ୍ୟପାନ, ଶୁଦ୍ଧ ପାନୀୟ ଜଳ, ପରିମଳ, କୃମିନାଶ, ଟୀକାକରଣ, ଭିଟାମିନ୍‌ ବଟିକା ଗ୍ରହଣକୁ ପ୍ରୋତ୍ସାହିତ କଲାଭଳି ଲକ୍ଷ୍ୟଭେଦୀ କାର୍ଯ୍ୟାନୁଷ୍ଠାନ ଖସଡା ପ୍ରସ୍ତୁତ କରିବାକ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଓ ଶିଶୁ ଗେଡାପଣ ବାର୍ଷିକ ଦୁଇ ପ୍ରତିଶତ ହ୍ରାସ ସହ ୫ ବର୍ଷ ବୟସରୁ କମ୍‌ ଶିଶୁ, କିଶୋରୀ, ଓ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ବାର୍ଷିକ ୩ ପ୍ରତିଶତ ହ୍ରାସ ନିମନ୍ତେ ବଠକରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବିଦ୍ୟାଳୟ,ଘର ପଛପଟ ବଗିଚା, କମ୍ୟୁନିଟ୍‌ କେନ୍ଦ୍ର ପରିପାର୍ଶ୍ୱରେ ପନିପରିବା ଚାଷ ଏବଂ ନର୍ସରୀ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ଚଳନ୍ତା କାର୍‌: ଅଗ୍ନିଶମ ବିଭାଗକୁ ଦୋଷ ଦେଲେ ମାଲିକ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲା କୁର୍ଲୁଘାଟି ନିକଟରେ ମଙ୍ଗଳବାର ଏକ ଚଳନ୍ତା କାର୍‌ ଜଳିଯାଇଛି। ତେବେ ଗାଡ଼ିଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ଏଥିରେ କେହି...

ବରଗଡ଼ରେ ଅଲୋଡ଼ା ଶିଶୁକନ୍ୟା: ପ୍ଲାଷ୍ଟିକ୍‌ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଡ୍ରେନ୍‌ରୁ ଉଦ୍ଧାର

ବରଗଡ ଅଫିସ/ପଦ୍ମପୁର,୧୪।୧୨- ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ବରଗଡ଼ ଜିଲା ପଦ୍ମପୁର ୱାର୍ଡ ନଂ -୬ ଶାସ୍ତ୍ରୀଛକ ନିକଟ ସାହିର ଏକ ଡ୍ରେନ୍‌ ଭିତରୁ ଶନିବାର...

ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ହାଇକୋର୍ଟ

କଟକ ଅଫିସ,୨୩ା୫: ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହଁ ବୋଲି ଶନିବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋରାପୁଟ ଜିଲା ପଟାଙ୍ଗୀ...

ଭିଜିଲାନ୍ସ ଟାର୍ଗେଟରେ ଦୁର୍ନୀତିଗ୍ରସ୍ତ ଅଧିକାରୀ: ପୋଲିସ ଇନ୍ସପେକ୍ଟରଙ୍କୁ ୫ବର୍ଷ ଜେଲ୍‌, ଜରିମାନା

କଟକ ଅଫିସ, ୨୪।୧୦: ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବୁଧବାର ଏକ ଲାଞ୍ଚ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅଭିଯୁକ୍ତ ପୋଲିସ ଇନ୍ସପେକ୍ଟରଙ୍କୁ ୫ବର୍ଷ ସଶ୍ରମ...

ଖବରଦାତାଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ, (ଡି.ଏନ.ଏ)/ପୁରୀ ଅଫିସ, ୨୫ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ନଂ ୱାର୍ଡର ବାଲିସାହିସ୍ଥିତ ବାସଭବନକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ...

ପିଏମ୍‌ କିଷାନ ଯୋଜନା ଲାଗି ତାଲିକା ଦେଲେ ଟଙ୍କା ମିଳିବ: ତୋମାର

ଭୁବନେଶ୍ୱର,୨ା୯(ବ୍ୟୁରୋ): ପିଏମ୍‌ କିଷାନ ଯୋଜନାକୁ ନେଇ ପୁଣିଥରେ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି। ଦିନିକିଆ ରାଜ୍ୟ ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ...

ବନ୍ଦ ଘରୁ ମିଳିଲା ୩ ମୃତଦେହ

ସମ୍ବଲପୁର,୧୩ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଘର ଭିତରୁ ଶନିବାର ସନ୍ଧ୍ୟାରେ ୩...

ସିମୁଳିଆରେ ବିଧାୟକଙ୍କ ଦ୍ୱିତୀୟ ପାଳି ରେକର୍ଡ: ‘ଜଳସେଚନ ଓ ଗମନାଗମନକୁ ଗୁରୁତ୍ୱ ଦେବି’

ଖଇରା/ସିମୁଳିଆ, ୨୪।୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି...

Advertisement
Archives

Model This Week