ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ ଲୋକେ ବାହାରେ ଖାଇବାଠାରୁ ଘରେ ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରୁଛନ୍ତି। ଏମିତିରେ ଆପଣ ମଧ୍ୟ ଅତି ସହଜରେ ଆମ୍ବର କୁଲ୍‌ଫି ପ୍ରସ୍ତୁତ କରି ଘର ଲୋକଙ୍କୁ ଖୁଆଇପାରିବେ। ଆସନ୍ତୁ ଜାଣିବା ଏଥିଲାଗି ଆବଶ୍ୟକୀୟ ସାମଗ୍ରୀ ଏବଂ ପ୍ରସ୍ତୁତି ପ୍ରଣାଳୀ କ’ଣ ରହିଛି…

ମ୍ୟାଙ୍ଗୋ କୁଲ୍‌ଫି:

ଆବଶ୍ୟକ ସାମଗ୍ରୀ: ପାଚିଲା ଆମ୍ବ-୨ଟି, କ୍ଷୀର- ୧ ଲିଟର, ଚିନି- ଅଧା କପ୍‌, କଷ୍ଟାଡ୍‌ ମିଲ୍କ- ଅଧା କପ୍‌, କାଜୁ ଓ ପିସ୍ତା ବାଦାମ- ୪ ବଡ଼ ଚାମଚ, ଗୁଜୁରାତି ଗୁଣ୍ଡ- ୧ଛୋଟ ଚାମଚ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆମ୍ବରୁ ରସ ବାହାରକରି ଗ୍ରାଇଣ୍ଡିଂକରି ରଖନ୍ତୁ। ଏହାପରେ କ୍ଷୀରକୁ ଚୁଲିରେ ବସାଇ ସିଝାନ୍ତୁ। କୁଲ୍‌ଫି ତିଆରି ପାଇଁ ସବୁବେଳେ କ୍ଷୀରକୁ ଅଧିକ ସମୟ ସିଝାଇ ଗାଢ଼ା କରିବେ। ସିଝିବାବେଳେ କ୍ଷୀର ଯେତେବେଳେ ଅଧା ହୋଇଆସିବ ସେଥିରେ ଚିନି ଓ କଷ୍ଟାଡ୍‌ ମିଲ୍କ ମିଶାନ୍ତୁ। ଏହାକୁ ଲଗାତର କିଛି ସମୟ ଗୋଳାନ୍ତୁ। ବହଳିଆ ହୋଇ ଆସିଲେ ସେଥିରେ ଗ୍ରାଇଣ୍ଡିଂ ହୋଇଥିବା ଆମ୍ବରସ ମିଶାନ୍ତୁ। ଏହା ପରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ଶେଷରେ ଏଥିରେ କାଜୁ ଓ ପିସ୍ତା ବାଦାମକୁ ଛୋଟ ଛୋଟ କରି କାଟି ପକାନ୍ତୁ। କିଛି ସମୟ ଗୋଳାଇବା ପରେ ଗ୍ୟାସ୍‌ ବନ୍ଦ କରିଦେଇ ମିଶ୍ରଣକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହି ମିଶ୍ରଣକୁ କୁଲ୍‌ଫି ମୋଲ୍‌ଡ କିମ୍ବା ଛୋଟ ପାତ୍ରରେ ଭର୍ତ୍ତିକରି ଫ୍ରିଜରରେ ରଖିଦିଅନ୍ତୁ। ପ୍ରାୟ ୮-୯ ଘଣ୍ଟା ପରେ ଏହା ବରଫ ହୋଇଯାଇଥିବ। ତେଣୁ ପ୍ରିଜରରୁ ବାହାରକରି ଖାଇବାକୁ ଦିଅନ୍ତୁ ପ୍ରସ୍ତୁତ ହୋଇଥିବା କୁଲ୍‌ଫି। ଖରାଦିନେ ଏହା ବେଶ୍‌ ସ୍ବାଦିଷ୍ଟ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି...

ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ...

ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍‌ ସମୟରେ ହିଁ ଶେଷ ହୋଇଗଲା…

ଇସ୍ତାନବୁଲ୍‌,୧୬ା୫ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍‌ରେ ଶୁକ୍ରବାର ପ୍ରଥମ...

ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ, କହିଲା ମେ ୧୮ ପରେ ଭାରତ ସହ…

ଇସଲାମବାଦ,୧୬।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼ ବୟାନ ସାମ୍ନାକୁ ଆସିଛି।...

ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ବାଲୋଚିସ୍ତାନ ପରି ବାଂଲାଦେଶରୁ ଅଲଗା ହୋଇଯିବ ଚିଟାଗଙ୍ଗ, ଭାରତକୁ ମାଗିଲା ସାହାଯ୍ୟ!

ନୂଆଦିଲ୍ଲୀ, ୧୬।୫: ପାକିସ୍ତାନ ପରି ପୁଣି ବାଂଲାଦେଶରେ ବଡ଼ ବିଭାଜନ ଆଶଙ୍କା ଦେଖାଦେଇଛି। ୧୯୭୧ ମସିହାରେ ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ସ୍ବଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri