‘ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖ’

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲୁଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଭର୍ଚୁଆଲ ମୋଡ୍‌ରେ ସ୍ଥିତି ସମୀକ୍ଷା କରିଛନ୍ତି। ଓମିକ୍ରନ ବୃଦ୍ଧିକୁ ରୋକିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ଟିକାକରଣ ସହ ହସ୍ପିଟାଲଗୁଡ଼ିକରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା, ଶଯ୍ୟା ପ୍ରସ୍ତୁତ ରଖିବା ଏବଂ ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ଆବଶ୍ୟକୀୟ ଔଷଧ ତଥା ସରଞ୍ଜାମ ମହଜୁଦ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକ ପରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଓମିକ୍ରନ ମୁକାବିଲା ନିମନ୍ତେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୧୭୯ ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ଏଥିମଧ୍ୟରେ ୯୩୭ ସାଧାରଣ, ୨୪୨ ଆଇସିୟୁ ଏବଂ ୧୧୦ଟି ଭେଣ୍ଟିଲେଟର ଶଯ୍ୟା ରହିଛି। ଏହାପରେ ଯଦି ଆବଶ୍ୟକ ପଡ଼େ ତା’ହେଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ଲାଗି ପ୍ରଶାସନକୁ କୁହାଯାଇଛି। ସେହିପରି ରାଜ୍ୟରେ ବୟସ୍କଙ୍କ ଲାଗି ୫,୩୧୧ ସାଧାରଣ ଶଯ୍ୟା, ୧,୩୭୪ ଆଇସିୟୁ ଶଯ୍ୟା ଓ ୬୨୪ଟି ଭେଣ୍ଟିଲେଟର ଶଯ୍ୟା ରହିଛି। ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ହେବ ନାହିଁ। ଜିନୋମ ସିକ୍ୱେନ୍ସିଂ ଏବେ କେବଳ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)ରେ ହେଉଛି। ଅନ୍ୟ କେଉଁଠି ଜିନୋମ ସିକ୍ୱେନ୍ସିଂ କରାଯାଇପାରିବ ସେ ନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଜାତୀୟ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଢ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ କରୋନା ଏବଂ ଓମିକ୍ରନ୍‌ ସଂକ୍ରମଣ ବଢ଼ିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ କରାଯାଉଛି। ପଜିଟିଭ ବାହାରିଲେ ଜିନୋମ ସିକ୍ବେନ୍ସିଂ କରାଯାଉଛି। ରବିବାର ଚିହ୍ନଟ ହୋଇଥିବା ୨୩ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣଙ୍କଠାରେ ଲକ୍ଷଣ ନାହିଁ। ଲକ୍ଷଣ ବହୁତ କମ୍‌ ଲୋକଙ୍କ ପାଖରେ ରହିଛି। ଅନ୍ୟମାନଙ୍କଠାରେ ସାଧାରଣ ଲକ୍ଷଣ ରହିଛି। ସେମାନଙ୍କ ମଧ୍ୟରେ ସ୍ଥାନୀୟ ଲୋକ ରହିଛନ୍ତି। ଅର୍ଥାତ୍‌ କମ୍ୟୁନିଟିରେ ଭାଇରସ୍‌ ଅଛି। ଗୋଷ୍ଠୀରେ ଓମିକ୍ରନ ରହିଛି। ତେଣୁ ସଂକ୍ରମଣ ହେବ। ଏ ନେଇ ସମସ୍ତେ ସଚେତନ ହେବା ଦରକାର। ଓମିକ୍ରନ୍‌ ଅଧିକ ସଂକ୍ରମଣ କରିବ, କିନ୍ତୁ ଗୁରୁତର ହେବାର ଆଶଙ୍କା ନାହିଁ। ତେବେ ଏହାକୁ ମୁକାବିଲା କରିବା ଲାଗି ଭିଡ଼ ଜମାନ୍ତୁ ନାହିଁ, କୋଭିଡ୍‌ ନିୟମ ମାନନ୍ତୁ। ନଚେତ୍‌ ସଂଖ୍ୟା ବଢ଼ିଯିବ। ଏହାର ମୁକାବିଲା ଲାଗି ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଜିଲାପାଳମାନେ ଗାଇଡ୍‌ଲାଇନ ଅନୁସାରେ କଟକଣା ଜାରି କରିବେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ସହରର ବ୍ୟବସାୟୀଙ୍କ ମିଳୁନି ପତ୍ତା : କଲ୍ କଲେ ଫୋନ ସ୍ୱିଚ୍‌ ଅଫ୍‌

ବଲାଙ୍ଗୀର, ୧୩।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପ୍ୟାଲେସ ଲାଇନ୍ ଅଞ୍ଚଳର ବାସିନ୍ଦା ତଥା ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାରଠାରୁ ନିଖୋଜ ଥିବା ନେଇ ଅଭିଯୋଗ…

ଅସୁସ୍ଥ ମା’, ଗ୍ରୁପ୍ ଋଣ ଚିନ୍ତାରେ ଏମିତି କାଣ୍ଡ କରିଦେଲେ ପୁଅ

ଭଞ୍ଜନଗର,୧୩।୭ (ବାବୁଲା ପ୍ରଧାନ): ଆର୍ଥିକ ଅନାଟନରେ ପଡ଼ି ମଣିଷ ଅନେକ ସମୟରେ ଭୁଲ ପଦକ୍ଷେପ ନେଇଥାଏ। ପରବର୍ତ୍ତୀ ସମୟରେ ତାହାର ପରିଣାମ ଭୟାବହ ହୋଇଥାଏ। ଏଭଳି ଏକ…

କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ରଥଯାତ୍ରାରେ ଦେବେ ଯୋଗ

ଦାରିଙ୍ଗବାଡ଼ି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ  ୨ ଦିନିଆ ଦାରିଙ୍ଗବାଡି ଗସ୍ତ  କାର୍ଯ୍ୟକ୍ରମ ରହିଛି | ଏହାକୁ ନେଇ କନ୍ଧମାଳ ଜିଲାର…

ଇସ୍କନ ରଥଯାତ୍ରା ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା: ୟୁନିଟ୍-୮ରୁ ସିଆରପି ଛକ ପର୍ଯ୍ୟନ୍ତ…

ଭୁବନେଶ୍ୱର, ୧୨।୭: ରାଜଧାନୀ ଭୁବନେଶ୍ୱରରେ ଇସ୍କନ ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍‌…

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri