ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, କଂଗ୍ରେସର ବରିଷ୍ଠ ନେତା ଆପଲସ୍ୱାମୀ କାଡ୍ରାକା ଓ ଭାଜପାର ବସନ୍ତ ଉଲାକାଙ୍କୁ ପଛରେ ପକାଇ ଦେଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଥିଲା । ନିର୍ବାଚନରେ ୫୨୮୪୪ ଖଣ୍ଡ ଭୋଟ ପାଇ ବିଜେଡ଼ି ପ୍ରାର୍ଥି ଲାଲବିହାରୀ ହିମିରିକାଙ୍କୁ ୪୮୭୦ଭୋଟରେ ପରାସ୍ତ କରିଥିଲେ ।

ଏହାପୂର୍ବରୁ ସେ ୨୦୧୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥି ହୋଇ ୬୧୩୪୩ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ରହି ବିଜେଡ଼ି ପ୍ରାର୍ଥି ଲାଲ ବିହାରୀ ହିମିରିକାଙ୍କ ଠାରୁ ୮୨୮୬ ଭୋଟରେ ପରାସ୍ତ ହୋଇଥିଲେ । ତେବେ ୨୦୧୯ରେ ବିଧାୟକ ହେବା ପରେ କିନ୍ତୁ ପରବର୍ତି ସମୟରେ ଦଳରେ ସାମିଲ ହୋଇନଥିଲେ ମଧ୍ୟ ବିଜେଡ଼ି ଶିବିରରେ ଦେଖିବାକୁ ମିଳିଥିଲା ମକରନ୍ଦଙ୍କୁ । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥି ହେବା ନେଇ ବିଜେଡ଼ି କର୍ମୀ ମହଲରେ ଚର୍ଚ୍ଚା ମଧ୍ୟ ଉଠିଥିଲା ।

ତେବେ ବର୍ତମାନ ଆଗାମୀ ସାଧାରଣ ନିର୍ବାଚନରେ ମକରନ୍ଦଙ୍କୁ ପଛରେ ପକାଇ ବିଜେଡ଼ିରୁ ପ୍ରାର୍ଥିନୀ ହୋଇଛନ୍ତି ଅନୂସୟା ମାଝି । ଯାହାଫଳରେ ବର୍ତମାନ ମକରନ୍ଦଙ୍କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଚା’ ଖଟି ଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ନିର୍ବାଚନ ଆଲୋଚନାରେ ଗୋଟିଏ କଥା ଆଲୋଚନା ଧରିଛି ଯେ, ଏଥର କଣ କରିବେ ମକରନ୍ଦ । ବିଜେଡ଼ି ପ୍ରାର୍ଥିଙ୍କୁ ସମର୍ଥନ କରିବେ ନା ସ୍ୱାଧୀନ ଭାବେ ଲଢ଼ିବେ । ଅନ୍ୟପଟେ ଅନୂସୟାଙ୍କୁ ପ୍ରାର୍ଥି ଘୋଷଣା କରିବା ପରେ ଦଳରେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ତୀବ୍ର ବିରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି ।

ପ୍ରାର୍ଥି ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ନିର୍ବାଚନମଣ୍ଡଳୀର କର୍ମୀ, ଦଳୀୟ ନେତା ଓ ନିର୍ବାଚିତ ପ୍ରତିନିଧି । ବର୍ତମାନ ଅନୂସୟାଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳରେ ବିଦ୍ରୋହ ସୃଷ୍ଟି ହୋଇଥିବାରୁ ମକରନ୍ଦ ଏହାର ଲାଭ ଉଠାଇବାକୁ ପୁଣି ଥରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଏନେଇ ମକରନ୍ଦଙ୍କୁ ପଚାରିବାରୁ ଜନସାଧାରଣ ଓ ସମର୍ଥକ ଚାହିଁଲେ ଜନମାନସ ସେବା ପାଇଁ ପୁଣି ଥରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri