କାଳୀଜାଈଙ୍କ ପୀଠରେ ମକର ମେଳା: ଭକ୍ତଙ୍କ ପ୍ରବଳ ଭିଡ଼

କୃଷ୍ଣପ୍ରସାଦ,୧୪।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳୀଜାଈଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଏହି ମେଳାକୁ ପାରିକୁଦ ରାଜସାହେବ ଉଦଘାଟିତ କରିଥାନ୍ତି। ମତ୍ସ୍ୟଜୀବୀଙ୍କ ସେ ହେଉଛନ୍ତି ଆରାଧ୍ୟl ଦେବୀ। ଚିଲିକାକୁ ମାଛ ଧରିବା ପାଇଁ ଯାଉଥିବାବେଳେ ପ୍ରଥମେ ମା’ଙ୍କୁ ମୁଣ୍ଡିଆ ମାରି ଯାଇଥାନ୍ତି। ଏହି ମେଳାକୁ ଧୀରେ ଧୀରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ଅସହ୍ୟ ଶୀତରେ ମଧ୍ୟ ମା’ଙ୍କ ଦର୍ଶନ ପାଇଁ କୃଷ୍ଣପ୍ରସାଦ, ସାତପଡା, ରମ୍ଭା, ବଡକୁଳ, ବାଲୁଗାଁ, ନଈରୀ, ବଉଳବନ୍ଧ ଆଦି ଚିଲିକାରୁ ଡ଼ଙ୍ଗା, ଲଞ୍ଚ ଆଦିରେ ଭକ୍ତମାନେ ଧାଡି ବାନ୍ଧି ଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ହୋଇଛି। ଦମକଳ ବାହିନୀ, ପୋଲିସ ସୁରକ୍ଷା, ଓଡ୍ରାଫ ଟିମ, ସ୍ବାସ୍ଥ୍ୟ ବିଭାଗ, ସମସ୍ତେ ସଚେତନ ରହିଛନ୍ତି। ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ବାରିକେଟରେ ଧାଡି ବାନ୍ଧି ଦର୍ଶନ କରିବା ସହ ଭୋଗ ମଧ୍ୟ କରୁଛନ୍ତି। ମାନସିକ ପୂରଣ ନିମନ୍ତେ ଉକ୍ତ ପୀଠରେ କୁକୁଡ଼ା, ଛେଳି ଆଦି ଜୀବଙ୍କୁ ହତ୍ୟା ନ କରି ଛାଡିଥାନ୍ତି। ରାତିରେ ମନୋରଞ୍ଜନ ନିମନ୍ତେ ଭଜନର ବ୍ୟବସ୍ଥା ଥିବା ଜଣାପଡିଛି। ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଥିବାବେଳେ ପାରିକୁଦ ରାଜସାହେବ ସନ୍ତୋଷ କୁମାର ମାନସିଂହ ଦିବା ୧୨ ସମୟରେ ଉତ୍ସବକୁ ଉଦଘାଟନ କରିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଲା ରାଇସ୍‌ ମିଲ୍‌, ଧୂପ କାରଖାନା

ବନ୍ତ,୧୦।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ  ନିଳୋକ କୁମ୍ଭାରିଆ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ସର୍ଟ…

କର୍ନାଟକ କ୍ୟାବିନେଟ ମନ୍ତ୍ରୀ ଡି. ସୁଧାକରଙ୍କ ଦେହାନ୍ତ, ହସ୍ପିଟାଲରେ ହେଉଥିଲା ଚିକିତ୍ସା

ବେଙ୍ଗାଲୁରୁ,୧୦।୫: କର୍ନାଟକର ମନ୍ତ୍ରୀ ଏବଂ କଂଗ୍ରେସ ନେତା ଡି. ସୁଧାକରଙ୍କ ଦେହାନ୍ତ ହୋଇଛି। ସେ ବହୁ ସମୟ ଧରି ଚିକିତ୍ସାଧୀନ ଥିଲେ। ଏହି ଅବସରରେ, ଉପମୁଖ୍ୟମନ୍ତ୍ରୀ ଡି.କେ.…

ପୂର୍ବତନ IAS ସୁବ୍ରତ ଗୁପ୍ତା ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ, ନିର୍ବାଚନରେ ଗ୍ରହଣ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଲକାତା,୧୦।୫: ଶନିବାର (୯ ମଇ, ୨୦୨୬) ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ନବନିର୍ବାଚିତ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ…

ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା…

ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri