ପୋଲିସରେ ବଡ଼ ଧରଣର ବଦଳି: ୨୬ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ

ବରଗଡ ଅଫିସ,୧୧।୫- ବରଗଡ ଜିଲା ପୋଲିସରେ ବଡ଼ ଧରଣର ବଦଳି ହୋଇଛି। ଜିଲାରେ କାର୍ଯ୍ୟରତ ୨୬ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୭ଜଣ ଇନ୍ସପେକ୍ଟର, ୧୧ଜଣ ସବ ଇନ୍ସପେକ୍ଟର ଏବଂ ୮ଜଣ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଅଛନ୍ତି। ଭେଡେନ ଥାନା ଅଧିକାରୀଙ୍କୁ ବୁଡେନ, ବରଗଡ ଡିସିଆରବିର ସଙ୍ଗୀତା ମହାପାତ୍ରଙ୍କୁ ଭେଡେନ, ବିଜେପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲଙ୍କୁ ପଦ୍ମପୁର, ବରଗଡ ଟାଉନ ଥାନାର ଇନ୍ସପେକ୍ଟର ସୁଷମା କୁଅଁରଙ୍କୁ ଗାଇସିଲେଟ, ବୁଡେନ ଥାନା ଅଧିକାରୀ ବୀରବର ଭଗତଙ୍କୁ ଜଗଦଲପୁର, ଗାଇସିଲେଟ ଥାନା ଅଧିକାରୀ ହରିବନ୍ଧୁ ଗଡତିଆଙ୍କୁ ସୋହେଲା, ପୋଲିସ ମୁଖ୍ୟାଳୟର ଅନିଲ କୁମାର ପ୍ରଧାନଙ୍କୁ ଝାରବନ୍ଧ ଥାନା ଅଧିକାରୀଭାବେ ବଦଳି ହୋଇଛି। ସେହିପରି ସବ ଇନ୍ସପେକ୍ଟର କ୍ଷେତ୍ରରେ ପୋଲିସ ମୁଖ୍ୟାଳୟର ଦିଲ୍ଲିପ କୁମାର ବେହେରାଙ୍କୁ ଅତାବିରା, ବରଗ ଟାଉନ ଥାନାର ସନୟ କୁମାର ନାଏକଙ୍କୁ ବିଜେପୁର, ପୋଲିସ ମୁଖ୍ୟାଳୟର ମଙ୍ଗଳ କିସ୍କୁଙ୍କୁ ବରଗ ଟାଉନ ଥାନା, ଭେଡେନ ଥାନାର ମନୋଜ ପ୍ରଧାନଙ୍କୁ ଗାଇସିଲେଟ, ପଦ୍ମପୁର ଥାନାର ପ୍ରକାଶ ପାତ୍ରଙ୍କୁ ସଦର କୋର୍ଟ, ଗୋଡଭଗା ଫାଣ୍ଡିର ବାଲୁଙ୍କେଶର ନାଏକଙ୍କୁ ଅତାବିରା, ବରଗଡ ଟାଉନ ଥାନାର ଅରୁପ କୁମାର ବାରିକଙ୍କୁ ରୁଷୁଡା ଫାଣ୍ଡି, ପାଇକମାଲ ଥାନାର ବିପିନ ବାଗଙ୍କୁ ଗୋଡଭଗା, ବିଜେପୁର ଥାନାର ସୁନିଲ କୁମାର ଦୋରାଙ୍କୁ ପାଇକମାଲ, ମେଲଛାମୁଣ୍ଡା ଥାନାର ପ୍ରମୋଦ ସାହୁଙ୍କୁ ବିଜେପୁର, ଅତାବିରା ଥାନାର କାମାକ୍ଷା କମଳେଶ୍ବର ହେମ୍ବ୍ରମଙ୍କୁ ମେଲଛାମୁଣ୍ଡା, ବରଗଡ ଟାଉନ ଥାନାର ଘାସିରାମ କେର୍କେଟାଙ୍କୁ ଭଟଲି, ଭଟଲି ଥାନାର ପ୍ରେମରାଜ ସାହୁଙ୍କୁ ବରଗଡ ଟାଉନ ଥାନା, ଅତାବିରା ଥାନାର ରାମଚନ୍ଦ୍ର ଦାଶଙ୍କୁ ଭେଡେନ, ବିଜେପୁର ଥାନାର ନିରଞ୍ଜନ ପ୍ରଧାନଙ୍କୁ ବରପାଲି, ବରପାଲି ଥାନାର ତାରାବତୀ କିଶାନଙ୍କୁ ବିଜେପୁର, ବରଗଡ ଏସଡିପିଓ ଅଫିସର ସନ୍ତୋଷ କୁମାର ସାହୁଙ୍କୁ ପଦ୍ମପୁର, ସଦର କୋର୍ଟର ଦୁର୍ଯ୍ୟୋଧନ ପଟେଲଙ୍କୁ ବରଗଡ ଏସଡିପିଓ ଅଫିସ ଏବଂ ରୁଷୁଡା ଫାଣ୍ଡିର ଗଣେଶ ପ୍ରସାଦ କଲେତଙ୍କୁ ଭେଡେନ ଥାନାକୁ ବଦଳି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri