ବିଜେଡି ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ

ବ୍ରହ୍ମପୁର,୧୨ା୮(ନରସିଂହ ସାହୁ):ଗଞ୍ଜାମ ଜିଲା ବିଜେଡି ସାଙ୍ଗଠନିକ ପରିବର୍ତ୍ତନ ନେଇ ଯୋଜନା ଚାଲିଛି। ଦୁଇଟି ସାଙ୍ଗଠନିକ ଜିଲା କରାଯିବା ସକାଶେ ଚର୍ଚ୍ଚା ହେଉଥିବା ବିଷୟ ଏବେ ଜଣାପଡ଼ିଛି। ଫଳରେ ତୃଣମୂଳ ସ୍ତରରୁ ଦଳ ଅଧିକ ମଜଭୁତ ହୋଇପାରିବ। ଗତ ୮ ତାରିଖରେ ଅନୁଷ୍ଠିତ ରାଜ୍ୟ ବିଜେଡି ସମନ୍ବୟ କମିଟି ବୈଠକରେ ଏଭଳି ପ୍ରସ୍ତାବ ନେଇ ଆଲୋଚନା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ଭାଜପା ଓ କଂଗ୍ରେସର ଦୁଇଟି ଲେଖାଏ ସାଙ୍ଗଠନିକ ଜିଲା ଗଠନ କରାଯାଇଛି। ତେଣୁ ବିଜେଡି ମଧ୍ୟ ଏଭଳି କରିବା ପାଇଁ ପ୍ରସ୍ତାବ ରଖିଥିବା କର୍ମୀ ମହଲରେ ଚର୍ଚ୍ଚା ହେଉଛି। ୨୦୨୪ ନିର୍ବାଚନରେ ଜିଲାରେ ବିଜେଡି ଦୁର୍ଗ ଭୁଶୁଡ଼ି ଯାଇଛି। ଦୁଇଟି ଯାକ ଲୋକ ସଭା ଏବଂ ୧୩ ବିଧାନସଭା ଆସନ ମଧ୍ୟରୁ ୧୨ଟି ହାତଛଡ଼ା ହୋଇଯାଇଛି। ଫଳରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ବିଜେଡି ନୂଆ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଜିଲାରେ ୩ ସବ୍‌ଡିଭିଜନ, ୨୨ ବ୍ଲକ, ୫୦୩ ଗ୍ରାମପଞ୍ଚାୟତ, ବ୍ରହ୍ମପୁର ମହାନଗର ଓ ହିଞ୍ଜିଳି ପୌରପାଳିକା ସହ ୧୮ ସହରାଞ୍ଚଳ ରହିଛି। ତେଣୁ ଏହି ବୃହତ୍ତମ ଜିଲାରେ ବିଜେଡି ସଙ୍ଗଠନକୁ ବିଭାଜିତ କରିବା ଜରୁରୀ ହୋଇପଡ଼ିଛି ବୋଲି କେତେଜଣ ପୁରୁଖା ନେତା ଓ କର୍ମୀ ମତ ରଖିଛନ୍ତି। ବିଜେଡି ଗଠନ ପରେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ୍‌ କରିଥିଲା। ୨୦୨୪ ନିର୍ବାଚନରେ ଦଳର କାହିଁକି ବିପର୍ଯ୍ୟୟ ହେଲା ତାହା ରାଜନୈତିକ ମହଲକୁ ଚକିତ କରିଛି। କେତେଜଣ କର୍ମୀ ଜିଲା ନେତୃତ୍ୱ ଦୁର୍ବଳ ଯୋଗୁ ଘଟିଥିବା ସମାଲୋଚନା କରୁଥିବା ବେଳେ ଆଉ କେତେଜଣ ଦଳର ସଙ୍ଗଠନରେ ଅମଲାତନ୍ତ୍ରୀରାଜକୁ ଦାୟୀ କରୁଛନ୍ତି। କର୍ମୀଙ୍କୁ ସକ୍ରିୟ ରଖିବା ଲାଗି ନିୟମିତ ବ୍ୟବଧାନରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଜିଲାସ୍ତରୀୟ କର୍ମୀ ସମ୍ମିଳନୀ କରାଯାଇ ନ ଥିବାରୁ ନିର୍ବାଚନରେ ତାହାର ପ୍ରତିଫଳିତ ହୋଇଥିବା ଆଲୋଚନା ହେଉଛି। ଯୁବ ନେତୃତ୍ୱକୁ ସଂଗଠନ ଦାୟିତ୍ୱ ନ ଦେବା ଏବଂ ଗତ ନିର୍ବାଚନ ବେଳେ ରାଜ୍ୟ ସଭାପତି ପୂର୍ବଭଳି ପ୍ରଚାର ପାଇଁ ନ ଆସିବା ବିଜେଡିକୁ ମହଙ୍ଗା ପଡ଼ିଥିବା କଟାକ୍ଷ କରାଯାଇଛି। ଭୋଟ ଫଳାଫଳ ଘୋଷଣାର ଦୁଇ ମାସ ବିତିଛି। ଶୋଚନୀୟ ପରାଜୟର କାରଣ ନେଇ ଅଦ୍ୟାବଧି ଜିଲା ବିଜେଡି ପକ୍ଷରୁ ସମୀକ୍ଷା ମଧ୍ୟ କରାଯାଇନାହିଁି। ଏଭଳି ସ୍ଥିତିରେ ଜିଲା ବିଜେଡି ସଂଗଠନକୁ ଦୁଇଟି ସାଙ୍ଗଠନିକ ଜିଲା କରାଯିବା ପ୍ରସ୍ତାବ ସ୍ବାଗତଯୋଗ୍ୟ ବୋଲି କିଛି ଯୁବ ନେତା ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?