Posted inଜାତୀୟ

 ସିଡିଏସ୍‌ ବିପିନ ରାଓ୍ବତଙ୍କ ନାମରେ ହେବ ମେନ୍‌ପୁରୀ ସୈନିକ ସ୍କୁଲର ନାମ

ଲକ୍ଷ୍ନୌ,୬।୧: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ(ସିଡିଏସ୍‌) ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ଏବେ ଏହାର ରିପୋର୍ଟ ମଧ୍ୟ ଆସିଛି। ବାୟୁସେନା ହେଲିକପ୍ଟର ଏମ୍‌ଆଇ-୧୭ଭି୫ ଦୁର୍ଘଟଣାରେ କୌଣସି ବୈଷୟିକ ତ୍ରୁଟି କିମ୍ବା ଷଡଯନ୍ତ୍ର ନଥିଲା। ବରଂ ଖରାପ ପାଗ ହେତୁ ସିଏଫ୍‌ଆଇଟି ଅବସ୍ଥା ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛ। ଏହି ରିପୋର୍ଟ ଆସିବାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାୱତଙ୍କ ନାମରେ ମେନ୍‌ପୁରୀସ୍ଥିତ ସୈନିକ ସ୍କୁଲର ନାମକରଣ କରାଯିବା ନେଇ ଘୋଷଣା କରିଛନ୍ତି। ‘ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ, ମାତା ଭାରତୀଙ୍କ ଅମର ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମେନ୍‌ପୁରୀରେ ଥିବା ସୈନିକ ସ୍କୁଲର ନାମ ‘ଜେନେରାଲ ବିପିନ ରାୱତ ସୈନିକ ସ୍କୁଲ’ ରଖାଯାଇଛି’ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ପାଇଁ ସ୍ବାମୀ ମନା କରିବାରୁ …

ପାଟନା, ୧।୮: ଆଇଟିଆଇ କରିଛି। ନିଜ ଗୋଡ଼ରେ ଛିଡ଼ା ହେବା ସହ ଉଚ୍ଚ ଶୀକ୍ଷିତ ହେବାକୁ ଚାହୁଁଛି। କିନ୍ତୁ ପରିବାର ଲୋକେ ଜୋର ଜବରଦସ୍ତ ମୋ...

ପିତାଙ୍କ ଚାକିରିରେ ବିବାହିତା କନ୍ୟାଙ୍କର ବି ରହିବ ଅଧିକାର: ହାଇକୋର୍ଟ

ବେଙ୍ଗାଲୁରୁ,୧୭।୧୨: ଏଣିକି ପିତାଙ୍କ ଚାକିରିରେ ବି ବିବାହିତା କନ୍ୟାଙ୍କର ବି ଅଧିକାର ରହିବ। ଆବଶ୍ୟକସ୍ଥଳେ ସେ ପିତାଙ୍କ ଅନ୍ତେ ନିଯୁକ୍ତି ପାଇପାରିବେ। ଏସମ୍ପର୍କିତ ଏକ ମାମଲାର...

୧୪ ଦିନ ପୂର୍ବରୁ ସରିଲା ଅମରନାଥ ଯାତ୍ରା: ନିରାଶ ହୋଇ ଫେରିଲେ ଶ୍ରଦ୍ଧାଳୁ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହରେ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ଅଗଷ୍ଟ ୧୫ ଏହି ଯାତ୍ରା ଶେଷ ହେବାକୁ ଥିବା ବେଳେ ଏହାକୁ ୧୩...

ପରିବାରର ୫ଜଣଙ୍କ ଜୀବନ ନେଲା ହିମସ୍ଖଳନ

ଇସ୍‌ଲାମାବାଦ,୨୬ା୩: ପାକିସ୍ତାନ ଅଧିକୃତ କଶ୍ମୀରରେ ହିମସ୍ଖଳନ ଯୋଗୁ ଗୁରୁବାର ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୪...

ଦିନକୁ ଦିନ ଦୁର୍ବଳ ହେଉଛି ପାକିସ୍ତାନ: ଇନ୍ଦ୍ରେଶ କୁମାର

ନୂଆଦିଲ୍ଲୀ,୧୩।୯: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ପ୍ରଚାରକ ଇନ୍ଦ୍ରେଶ କୁମାର ଶୁକ୍ରବାର ପାକିସ୍ତାନକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଦିଦକୁ...

ଦେଶପ୍ରେମର କାହାଣୀ ଶୁଣିବେ ଲୋକେ

ଗ୍ବାଲିଅର,୧୧।୧: ହିନ୍ଦୁ ମହାସଭାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉପରେ ଏକ ଅଧ୍ୟୟନ କେନ୍ଦ୍ର ଖୋଲିଛି। ହିନ୍ଦୁ ମହାସଭା ସୂଚନା ଅନୁସାରେ ଏହା...

ମୌସୁମୀକୁ ସକ୍ରିୟ କରୁଛି ବିଶ୍ୱ ତାପନ

ନୂଆଦିଲ୍ଲୀ, ୧୫।୪(ପି.ଟି.): ଜଳବାୟୁ ପରିବର୍ତ୍ତନ ଭାରତରେ ମୌସୁମୀକୁ ଅଧିକ ସକ୍ରିୟ କରିବା ସହ ବର୍ଷାରେ ଅନିୟମିତତା ଦେଖାଦେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦେଶର ୧୩୦...

ଚାଷୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ବିରୋଧ କରିବା ଅଧିକାର, କିନ୍ତୁ ରାସ୍ତାକୁ ଦୀର୍ଘଦିନ ବନ୍ଦ କରି ହେବ ନାହିଁ…

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଚାଷୀଙ୍କୁ ତାଗିଦ୍‌ କରିଛନ୍ତି।...

Advertisement
Archives

Model This Week