Posted inଜାତୀୟ

ମୁଁ ସମୁଦ୍ର, ପୁଣି ଫେରିବି: ଭାଇରାଲ ହେଉଛି ଫଡନବିଶଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୩୦ ।୬: ୨୦୧୯ରେ ଯେତେବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମିଶି ନିର୍ବାଚନ ଲଢିଥିଲେ ସେତେବେଳେ ଅନୁମାନ ଲଗାଯାଇଥିଲା କି ଏହି ଦୁଇ ଦଳ ସରକାର ଗଠନ କରିବେ । ଏମିତିକି ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିଲା । ହେଲେ ଦୁଇ ଦଳ ମଧ୍ୟରେ ମତ ପାର୍ଥକ୍ୟ ଯୋଗୁ ମେଣ୍ଟ ସରକାର ହୋଇ ପାରିଲା ନାହିଁ । ଶିବସେନା ଚାହୁଁଥିଲା ତାଙ୍କ ଦଳର ପ୍ରାର୍ଥି ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ହେଲେ ଭାଜପା ବଡ ଦଳ ହୋଇଥିବାରୁ ଭାଜପା ଚାହୁଁଥିଲା ତାଙ୍କ ଦଳର ପ୍ରାର୍ଥି ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ହେଲେ ଏହା ସମ୍ଭବ ହେଲା ନାହିଁ ମେଣ୍ଟ ଭାଙ୍ଗିଗଲା । ଏହାପରେ ଏନସିପି ଓ କଂଗ୍ରେସ ଶିବସେନାକୁ ସମର୍ଥନ ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିନେଲେ । ଏହାସହ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ।
ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶାୟରି ମାଧ୍ୟମରେ ଶିବସେନାକୁ ଟାର୍ଗେଟ କଲେ । ସେତେବେଳେ ଫଡନବିଶ କହିଥିଲେ ମୋର ପାଣି ଖସିଯାଇଥିବା ଦେଖି ମୋ କୂଳରେ ଘର କରନ୍ତୁ ନାହିଁ, ମୁଁ ସମୁଦ୍ର ପୁଣି ଫେରିବି । ସୂଚନାଯୋଗ୍ୟ, ଯେଉଁଦିନ ମୁଖ୍ୟମନ୍ତ୍ରୀ ପଦରୁ ଫଡନବିଶ ଇସ୍ତଫା ଦେଥିଲେ ସେତେବେଳେ ତାଙ୍କ ପତ୍ନୀ ଅମୃତା ଫଡନବିଶ ବି ଶାୟରି ମାଧ୍ୟମରେ ଫେରିବା କଥା କହିଥିଲେ । ଏବେ ଏହି ପୁରୁଣା କଥା ଭାଇରାଲ ହେବାରେ ଲାଗିଛି । କାରଣ ଫଡନବିଶ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri