ନିଜଠୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ, ପରିବାରରେ ପ୍ରଥମେ ଜଣାଇଥିଲେ ….

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ନିଜର ଦୃଢ଼ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚଳିତ ବର୍ଷ ମହେଶ ବାବୁ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ତେବେ ଆଜିର ଏହି ବିଶେଷ ଦିନରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କିଛି କଥା ଜାଣନ୍ତୁ। ନମ୍ରତା ଶିରୋଦକର ଏବଂ ମହେଶଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ ନୁହେଁ । ମହେଶଙ୍କ ଜନ୍ମଦିନ ଅବସରରେ, ଏହି ଦୁଇ କଳାକାରଙ୍କ ପ୍ରେମ କାହାଣୀ ବିଷୟରେ ଜାଣନ୍ତୁ। ନମ୍ରତା ସ୍ବାମୀ ମହେଶଙ୍କଠାରୁ ଚାରି ବର୍ଷ ବଡ଼ କିନ୍ତୁ ବୟସ ପ୍ରତିବନ୍ଧକ ଏହି ଦୁଇଜଣଙ୍କ ମଧ୍ୟରେ କେବେ ଆସି ନ ଥିଲା।

ନମ୍ରତା ହିନ୍ଦୀ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ । ସେ ସଲମାନ ଖାନଙ୍କ ବିପକ୍ଷରେ ଫିଲ୍ମ ‘ଜବ ପ୍ୟାର କିସି ସେ ହୋତା ହ ’ ରେ ଅଭିନୟ ଆରମ୍ଭ କରିଥିଲେ। ୧୯୯୩ରେ ନମ୍ରତା ‘ଫେମିନା ମିସ ଇଣ୍ଡିଆ’ ମୁକୁଟ ଅର୍ଜନ କରିଥିଲେ। ତେଲୁଗୁ ଚଳଚ୍ଚିତ୍ର ‘ଭାମସି’ର ଶୁଟିଂ ସମୟରେ ନମ୍ରତା ଶିରୋଦକର ଏବଂ ମହେଶ ବାବୁଙ୍କ ପ୍ରଥମେ ସାକ୍ଷାତ ହୋଇଥିଲା।

ପ୍ରଥମ ସାକ୍ଷାତ ପରେ ନମ୍ରତା ଏବଂ ମହେଶ ବାବୁ ବହୁତ ଭଲ ବନ୍ଧୁ ହୋଇଥିଲେ ଏବଂ ଫିଲ୍ମର ଶୁଟିଂ ଶେଷ ହେବା ବେଳକୁ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଫିଲ୍ମ ‘ଭାମସି’ର ଶୁଟିଂ ସମୟରେ ଦୁହେଁ ପ୍ରେମରେ ପଡିଥାଇ ପାରନ୍ତି, କିନ୍ତୁ ଗଣମାଧ୍ୟମ ଆଗରେ ସେମାନେ ନିଜ ସମ୍ପର୍କକୁ ସ୍ବୀକାର କରି ନ ଥିଲେ। ଏପରିକି ମହେଶ ନମ୍ରତାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପରିବାର ଲୋକଙ୍କୁ କହି ନ ଥିଲେ।

ମହେଶ ପ୍ରଥମେ ତାଙ୍କ ଭଉଣୀଙ୍କୁ ତାଙ୍କର ଏବଂ ନମ୍ରତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ମହେଶ ଏବଂ ନମ୍ରତା ପ୍ରାୟ ଚାରି ବର୍ଷ ପରସ୍ପରକୁ ଡେଟ କରିଥିଲେ। ଏହା ପରେ, ଉଭୟ ଫେବୃଆରୀ ୧୦ରେ ବିବାହ କରିଥିଲେ। ବିବାହ ପୂର୍ବରୁ ନମ୍ରତା ନିଷ୍ପତ୍ତି ନେଇଥିଲେ ଯେ , ସେ ଫିଲ୍ମ ଜଗତ ଛାଡିବେ, ତେଣୁ ସେ ବିବାହ ପୂର୍ବରୁ ତାଙ୍କର ସମସ୍ତ ପ୍ରୋଜେକ୍ଟ ଶେଷ କରିଥିଲେ।

ବିବାହର ଏକ ବର୍ଷ ପରେ ନମ୍ରତା ପୁଅ ଗୌତମଙ୍କୁ ଜନ୍ମ ଦେଇଥିଲେ। ବିବାହର ତିନି ବର୍ଷ ପରେ, ଖବର ଆସିଥିଲା ଯେ, ନମ୍ରତା ଏବଂ ମହେଶଙ୍କ ସମ୍ପର୍କ ଭଲରେ ଚାଲି ନ ଥିଲା, କିନ୍ତୁ ଦୁହେଁ ଏ ବିଷୟରେ ଖୋଲାଖୋଲି ଭାବେ କହି ନ ଥିଲେ। ଏହା ପରେ, ନମ୍ରତା ଶିରୋଦକର ୨୦୧୨ ମସିହାରେ ଝିଅ ସୀତାରଙ୍କୁ ଜନ୍ମ ଦେଇଥିଲେ। ନମ୍ରତା ଶିରୋଦକର ଏବଂ ମହେଶ ବାବୁ ବର୍ତ୍ତମାନ ସେମାନଙ୍କର ସୁଖମୟ ଦାମ୍ପତ୍ୟ ଜୀବନକୁ ଆଗେଇ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri