ନିଜଠୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ, ପରିବାରରେ ପ୍ରଥମେ ଜଣାଇଥିଲେ ….

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ନିଜର ଦୃଢ଼ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚଳିତ ବର୍ଷ ମହେଶ ବାବୁ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ତେବେ ଆଜିର ଏହି ବିଶେଷ ଦିନରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କିଛି କଥା ଜାଣନ୍ତୁ। ନମ୍ରତା ଶିରୋଦକର ଏବଂ ମହେଶଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ ନୁହେଁ । ମହେଶଙ୍କ ଜନ୍ମଦିନ ଅବସରରେ, ଏହି ଦୁଇ କଳାକାରଙ୍କ ପ୍ରେମ କାହାଣୀ ବିଷୟରେ ଜାଣନ୍ତୁ। ନମ୍ରତା ସ୍ବାମୀ ମହେଶଙ୍କଠାରୁ ଚାରି ବର୍ଷ ବଡ଼ କିନ୍ତୁ ବୟସ ପ୍ରତିବନ୍ଧକ ଏହି ଦୁଇଜଣଙ୍କ ମଧ୍ୟରେ କେବେ ଆସି ନ ଥିଲା।

ନମ୍ରତା ହିନ୍ଦୀ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ । ସେ ସଲମାନ ଖାନଙ୍କ ବିପକ୍ଷରେ ଫିଲ୍ମ ‘ଜବ ପ୍ୟାର କିସି ସେ ହୋତା ହ ’ ରେ ଅଭିନୟ ଆରମ୍ଭ କରିଥିଲେ। ୧୯୯୩ରେ ନମ୍ରତା ‘ଫେମିନା ମିସ ଇଣ୍ଡିଆ’ ମୁକୁଟ ଅର୍ଜନ କରିଥିଲେ। ତେଲୁଗୁ ଚଳଚ୍ଚିତ୍ର ‘ଭାମସି’ର ଶୁଟିଂ ସମୟରେ ନମ୍ରତା ଶିରୋଦକର ଏବଂ ମହେଶ ବାବୁଙ୍କ ପ୍ରଥମେ ସାକ୍ଷାତ ହୋଇଥିଲା।

ପ୍ରଥମ ସାକ୍ଷାତ ପରେ ନମ୍ରତା ଏବଂ ମହେଶ ବାବୁ ବହୁତ ଭଲ ବନ୍ଧୁ ହୋଇଥିଲେ ଏବଂ ଫିଲ୍ମର ଶୁଟିଂ ଶେଷ ହେବା ବେଳକୁ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଫିଲ୍ମ ‘ଭାମସି’ର ଶୁଟିଂ ସମୟରେ ଦୁହେଁ ପ୍ରେମରେ ପଡିଥାଇ ପାରନ୍ତି, କିନ୍ତୁ ଗଣମାଧ୍ୟମ ଆଗରେ ସେମାନେ ନିଜ ସମ୍ପର୍କକୁ ସ୍ବୀକାର କରି ନ ଥିଲେ। ଏପରିକି ମହେଶ ନମ୍ରତାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପରିବାର ଲୋକଙ୍କୁ କହି ନ ଥିଲେ।

ମହେଶ ପ୍ରଥମେ ତାଙ୍କ ଭଉଣୀଙ୍କୁ ତାଙ୍କର ଏବଂ ନମ୍ରତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ମହେଶ ଏବଂ ନମ୍ରତା ପ୍ରାୟ ଚାରି ବର୍ଷ ପରସ୍ପରକୁ ଡେଟ କରିଥିଲେ। ଏହା ପରେ, ଉଭୟ ଫେବୃଆରୀ ୧୦ରେ ବିବାହ କରିଥିଲେ। ବିବାହ ପୂର୍ବରୁ ନମ୍ରତା ନିଷ୍ପତ୍ତି ନେଇଥିଲେ ଯେ , ସେ ଫିଲ୍ମ ଜଗତ ଛାଡିବେ, ତେଣୁ ସେ ବିବାହ ପୂର୍ବରୁ ତାଙ୍କର ସମସ୍ତ ପ୍ରୋଜେକ୍ଟ ଶେଷ କରିଥିଲେ।

ବିବାହର ଏକ ବର୍ଷ ପରେ ନମ୍ରତା ପୁଅ ଗୌତମଙ୍କୁ ଜନ୍ମ ଦେଇଥିଲେ। ବିବାହର ତିନି ବର୍ଷ ପରେ, ଖବର ଆସିଥିଲା ଯେ, ନମ୍ରତା ଏବଂ ମହେଶଙ୍କ ସମ୍ପର୍କ ଭଲରେ ଚାଲି ନ ଥିଲା, କିନ୍ତୁ ଦୁହେଁ ଏ ବିଷୟରେ ଖୋଲାଖୋଲି ଭାବେ କହି ନ ଥିଲେ। ଏହା ପରେ, ନମ୍ରତା ଶିରୋଦକର ୨୦୧୨ ମସିହାରେ ଝିଅ ସୀତାରଙ୍କୁ ଜନ୍ମ ଦେଇଥିଲେ। ନମ୍ରତା ଶିରୋଦକର ଏବଂ ମହେଶ ବାବୁ ବର୍ତ୍ତମାନ ସେମାନଙ୍କର ସୁଖମୟ ଦାମ୍ପତ୍ୟ ଜୀବନକୁ ଆଗେଇ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri