ମହାସମ୍ଭୂତି

ଡ. ଆଦିତ୍ୟ କୁମାର ମହାନ୍ତି

 

ସମାଜରେ ମୂଲ୍ୟବୋଧର ଅବକ୍ଷୟ ଘଟିଲେ ମଣିଷକୁ ଏକ ନୂତନ ଦିଗ୍‌ଦର୍ଶନ ଦେବା ପାଇଁ ଧରାପୃଷ୍ଠରେ ଅବତୀର୍ଣ୍ଣ ହୁଅନ୍ତି ତାରକ ବ୍ରହ୍ମ। ୨୧ ମେ ୧୯୨୧ ମସିହାରେ ବିହାର ପ୍ରଦେଶର ଜମାଲପୁରଠାରେ ଲକ୍ଷ୍ମୀନାରାୟଣ ସରକାର ଓ ଆଭାରାଣୀ ସରକାରଙ୍କ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଭାତ ରଞ୍ଜନ ସରକାର। ପରବର୍ତ୍ତୀ କାଳରେ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତି ନାମରେ ସେ ବିଶ୍ୱବିଦିତ ହୋଇଥିଲେ। ଶୈଶବ କାଳରୁ ହିଁ ତାଙ୍କର ଅସାମାନ୍ୟତା ପରିଲକ୍ଷିତ ହୋଇଥିଲା। ଦର୍ଶନ, ବିଜ୍ଞାନ, ଇତିହାସ, ନୃବିଜ୍ଞାନ, ସାମାଜିକ ବିଜ୍ଞାନ ଆଦି ପ୍ରତ୍ୟେକ ଶାସ୍ତ୍ରରେ ତାଙ୍କର ଅସାଧାରଣ ଜ୍ଞାନ ଥିଲା। ପଶୁପକ୍ଷୀଙ୍କର ଭାଷା ଓ ଗତିକୁ ବୁଝିପାରିବାର ଅଲୌକିକ ଶକ୍ତି ତାଙ୍କର ଥିଲା। ସେ ନିର୍ଜନତାକୁ ଭଲ ପାଉଥିଲେ।
ବିଦ୍ୟାସାଗର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ସେ କାଶୀମିତ୍ର ଘାଟଠାରେ ନିୟମିତ ସାଧନା କରୁଥିଲେ। ଶ୍ରାବଣୀ ପୂର୍ଣ୍ଣିମା ଦିନ ସେ କୁଖ୍ୟାତ ଡକାୟତ କାଳୀ ଚରଣ ବାନାର୍ଜୀକୁ ଆଧ୍ୟାମତ୍ିକ ଦୀକ୍ଷା ପ୍ରଦାନ କରିଥିଲେ। ସାଧନାରେ ପ୍ରତିଷ୍ଠିତ ହୋଇ ସେ ପରବର୍ତ୍ତୀ କାଳରେ କାଳିକାନନ୍ଦ ଅବଧୂତ ନାମରେ ପରିଚିତ ହୋଇଥିଲେ। ଏହି ସମୟରେ ପ୍ରଭାତ ଷ୍ଟେଟ୍‌ସ୍‌ମ୍ୟାନ, ସର୍ଚ୍ଚଲାଇଟ, ପ୍ରବାସୀ, ଇତେଫାକ୍‌ ଆଦି ଅନେକ ପତ୍ରିକାରେ ସ୍ତମ୍ଭ ରଚନା କରୁଥିଲେ। ଅନ୍ୟ ଏକ ଖବରକାଗଜରେ ସେ ସହସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ଭାରତ ସ୍ବାଧୀନତା ସଂଗ୍ରାମର ଦୁଇ ମହାନାୟକ ସୁଭାଷ ଚନ୍ଦ୍ର ବୋଷ ଓ ଏମ୍‌.ଏନ୍‌. ରୟ ଅନେକ ସମୟରେ ତାଙ୍କର ପରାମର୍ଶ ଲୋଡୁଥିଲେ। ଏକଦା ଉଭୟଙ୍କ ମଧ୍ୟରେ ଅର୍ଥନୈତିକ ସ୍ବାଧୀନତା ଓ ରାଜନୈତିକ ସ୍ବାଧୀନତାକୁ ନେଇ ବିତର୍କ ହୋଇଥିଲା। ପ୍ରଭାତ ସେମାନଙ୍କୁ ବୁଝାଇ କହିଥିଲେ ଯେ, ଅର୍ଥନୈତିକ ସ୍ବାଧୀନତା ବିନା ରାଜନୈତିକ ସ୍ବାଧୀନତା ମୂଲ୍ୟହୀନ। ନୈତିକତା ଆଧାର, ସାଧନା ମାଧ୍ୟମ, ଦେବତ୍ୱରେ ପ୍ରତିଷ୍ଠିତ ହେବା ଜୀବନର ଲକ୍ଷ୍ୟ- ଏହା ଥିଲା ତାଙ୍କର ମୂଳମନ୍ତ୍ର।
‘ଆମତ୍ମୋକ୍ଷାର୍ଥଂ ଜଗତ ହିତାୟ ଚ’- ଏହି ଆଦର୍ଶକୁ ପ୍ରଚାର କରିବା ପାଇଁ ୧୯୫୫ରେ ସେ ‘ଆନନ୍ଦମାର୍ଗ ପ୍ରଚାରକ ସଂଘ’ ପ୍ରତିଷ୍ଠା କରିଥିଲେ। ୧୯୫୮ରେ ଏକ କୁସଂସ୍କାର ଓ ଭାବଜଡ଼ତାମୁକ୍ତ ସମାଜ ପାଇଁ ସେ ରେନାସାଁ ୟୁନିଭର୍ସାଲ ମାଧ୍ୟମରେ ବୁଦ୍ଧିଜୀବୀମାନଙ୍କୁ ଆହ୍ବାନ ଜଣେଇଥିଲେ। ୧୯୫୯ ମସିହାରେ ଆତ୍ମକୈନ୍ଦ୍ରିକ ତତ୍ତ୍ୱ ‘ପୁଞ୍ଜିବାଦ’ ଓ ବସ୍ତୁକୈନ୍ଦ୍ରିକ ତତ୍ତ୍ୱ ‘ସାମ୍ୟବାଦ’କୁ ଅସମ୍ପୂର୍ଣ୍ଣ ଦର୍ଶାଇ ସେ ଏହାର ବିକଳ୍ପ ଭାବରେ ପ୍ରଗତିଶୀଳ ଉପଯୋଗ ତତ୍ତ୍ୱ ନାମକ ଏକ ନୂତନ ସମାଜ-ଅର୍ଥନୈତିକ ତତ୍ତ୍ୱର ଅବତାରଣା କରିଥିଲେ। ଏହି ତତ୍ତ୍ୱ ଏକ ଶୋଷଣମୁକ୍ତ, ବୈଷମ୍ୟମୁକ୍ତ ସୁସନ୍ତୁଳିତ ସମାଜ ଗଠନର ଲକ୍ଷ୍ୟ ରଖେ। ଏହି କାରଣରୁ ଆନନ୍ଦମାର୍ଗ ପୁଞ୍ଜିବାଦୀ ଓ ସାମ୍ୟବାଦୀ ଗୋଷ୍ଠୀଙ୍କର ଆକ୍ରୋଶର ଶିକାର ହୁଏ। ୧୯୬୨ ମସିହାରେ ଆନନ୍ଦନଗରଠାରେ ଆନନ୍ଦମାର୍ଗର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ସ୍ଥାପନ କରାଗଲା। ସ୍ଥାନୀୟ ଗ୍ରାମବାସୀଙ୍କୁ ଶିକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଶିକ୍ଷାନୁଷ୍ଠାନ, ବିବିଧ ଚିକିତ୍ସାକେନ୍ଦ୍ର, ଦିବ୍ୟାଙ୍ଗମାନଙ୍କ ପାଇଁ ନିୟୁଲାଇଟ୍‌ ଆସୀଲମ୍‌, କୃଷକମାନଙ୍କ ଲାଗି ବିହନ ବିତରଣ କେନ୍ଦ୍ର ଆଦି ଅନେକ ଜନକଲ୍ୟାଣକାରୀ ଅନୁଷ୍ଠାନ ଗଢ଼ିଉଠିଲା। ଦେଶବିଦେଶରେ ଆନନ୍ଦମାର୍ଗର ପ୍ରଚାର ଓ ପ୍ରସାର ପୁଞ୍ଜିବାଦୀ ଓ ସାମ୍ୟବାଦୀ ଗୋଷ୍ଠୀଙ୍କ ନିଦ ହଜାଇଦେଲା। ଆନନ୍ଦମାର୍ଗକୁ ମୂଳପୋଛ କରିବା ପାଇଁ ସେମାନେ ଚକ୍ରାନ୍ତ କଲେ। ମିଥ୍ୟା ଅଭିଯୋଗରେ ଆନନ୍ଦମୂର୍ତ୍ତିଙ୍କୁ ବାଙ୍କିପୁର କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଗଲା। ଔଷଧରେ ବିଷ ପ୍ରୟୋଗ କରାଗଲା। କିନ୍ତୁ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା। ଶରୀରରେ ଏହାର ତୀବ୍ର ପ୍ରତିକ୍ରିୟା ସତ୍ତ୍ୱେ ସେ ଜୀବିତ ରହିଥିଲେ ଏବଂ ନ୍ୟାୟାଳୟରୁ ନିର୍ଦ୍ଦୋଷରେ ମୁକ୍ତ ହୋଇଥିଲେ।
ଆନନ୍ଦମୂର୍ତ୍ତିଙ୍କ ପ୍ରଦତ୍ତ ପ୍ରମାତତ୍ତ୍ୱ ଶାରୀରିକ, ମାନସିକ ଓ ଆଧ୍ୟାମତ୍ିକ ସ୍ତରରେ ସମନ୍ବିତ ବିକାଶକୁ ପ୍ରାଧାନ୍ୟ ଦିଏ। ସେ ନବ୍ୟମାନବତାବାଦର ଅବତାରଣା କରିଛନ୍ତି। ତାଙ୍କ ମତରେ ମଣିଷ କେବଳ ମଣିଷ ସହିତ ନୁହେଁ, ଅନ୍ୟାନ୍ୟ ମନୁଷ୍ୟୋତ୍ତର ସତ୍ତାଗୁଡ଼ିକ ସହ ସହାବସ୍ଥାନ କରିବା ଆବଶ୍ୟକ। ସଂସ୍କୃତ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ଭୋଜପୁରୀ, ମୈଥିଳୀ, ଅଙ୍ଗିକା ଓ ଇଂଲିଶ ଭାଷାରେ ସେ ୫୦୧୮ଟି ସଙ୍ଗୀତ ରଚନା କରିବା ସଙ୍ଗେ ସଙ୍ଗେ ତାହାର ସ୍ବର ସଂଯୋଜନା କରିଥିଲେ; ଯାହା ପ୍ରଭାତ ସଙ୍ଗୀତ ନାମରେ ନାମିତ। ୧୯୮୩ରେ ସେ ଅଣୁଜୀବତ୍‌ ପ୍ରସଙ୍ଗରେ କହିଥିଲେ ଯେ, ଏହା ବିଶ୍ୱବ୍ରହ୍ମାଣ୍ଡର ସୂକ୍ଷ୍ମତମ ସତ୍ତା। ମଣିଷର ଅସ୍ବାଭାବିକ ଓ ତ୍ରୁଟିପୂର୍ଣ୍ଣ ଜୀବନଚର୍ଯ୍ୟା ଯୋଗୁ ପୃଥିବୀରେ ଋଣାମତ୍କ ଅଣୁଜୀବତ୍‌ର ପ୍ରାଦୁର୍ଭାବରୁ ଅନେକ ଅଜଣା ଦୁଃସାଧ୍ୟ ରୋଗ ଦେଖାଦେବ ବୋଲି ସେ ସୂଚନା ଦେଇଥିଲେ। ଏତଦ୍‌ବ୍ୟତୀତ ସେ ପୃଥିବୀରେ ମେରୁଚଳନ, ଜଳବାୟୁ ପରିବର୍ତ୍ତନ, ଚୁମ୍ବକୀୟ ମେରୁ ପରିବର୍ତ୍ତନ ଆଦି ବିଷୟରେ ମଧ୍ୟ ସୂଚିତ କରିଥିଲେ। ୧୯୯୦ରେ ସେ ଆନନ୍ଦମାର୍ଗ ଗୁରୁକୁଳର ପରିକଳ୍ପନା କରିଥିଲେ। ତାଙ୍କ ମତରେ ଶିକ୍ଷାର ବିଷୟବସ୍ତୁ ଓ ଶିକ୍ଷାପଦ୍ଧତି ମୂଲ୍ୟବୋଧଭିତ୍ତିକ ହେବା ଆବଶ୍ୟକ। ସେ କହୁଥିଲେ କଳା ଓ ସାହିତ୍ୟ ମାନବ ସମାଜର ସେବା ଓ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ସେ ଅନେକ ପୁସ୍ତକ ରଚନା କରିଯାଇଛନ୍ତି। ସେଗୁଡ଼ିକ ମଧ୍ୟରୁ ନମଃ ଶିବାୟ ଶାନ୍ତାୟ, ନମାମି କୃଷ୍ଣ ସୁନ୍ଦରମ୍‌, ଆନନ୍ଦ ମୂତ୍ରମ୍‌, ଆନନ୍ଦମାର୍ଗ ପ୍ରାରମ୍ଭିକ ଦର୍ଶନ, ପ୍ରାଉଟ୍‌, ନବ୍ୟମାନବତାବାଦ, ଶବ୍ଦ ଚୟନିକା, ବର୍ଣ୍ଣ ବିଜ୍ଞାନ, ବର୍ଣ୍ଣ ବିଚିତ୍ରା, ଲଘୁ ନିରୁକ୍ତ, ଆଦର୍ଶ କୃଷି ପଦ୍ଧତି, ସୁଭାଷିତ ସଂଗ୍ରହ, ଆନନ୍ଦବଚନାମୃତମ୍‌ ଆଦି ଅନ୍ୟତମ।
ଆନନ୍ଦମୂର୍ତ୍ତି ତାଙ୍କର ମରଶରୀରକୁ ତ୍ୟାଗ କରିଯାଇଛନ୍ତି ସତ, କିନ୍ତୁ ମାନବ ସମାଜକୁ ସେ ଯେଉଁ ଅମୂଲ୍ୟ ସମ୍ପଦ ଦେଇଯାଇଛନ୍ତି ତାହାର ପ୍ରଚାର ଓ ପ୍ରସାର କରିବାର ଦାୟିତ୍ୱ ଉତ୍ତରସୂରୀର।
ପ୍ରଫେସର ଦର୍ଶନ ବିଭାଗ
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଅଗରତାଲା), ତ୍ରିପୁରା, ମୋ: ୯୧-୯୪୩୮୪୭୧୪୮୮
adityaphilosophy@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri