Posted inଜାତୀୟ

ଶରଦ ପାଓ୍ବାରଙ୍କୁ ଦିଆଯାଉଛି ଧମକ

ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି ନାଁରେ ଏକ ବଡ ଅଭିଯୋଗ ଆଣିଛନ୍ତି। ରାଉତ ଟୁଇଟ୍‌ ଯୋଗେ କହିଛନ୍ତି ଯେ, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଧମକ ଦିଆଯାଇଛି। ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଧମକ ଦେଇଛନ୍ତି ଯେ, ମହା ବିକାଶ ଅଘାଡି ସରକାରକୁ ବଞ୍ଚାଇବା ପାଇଁ ଉଦ୍ୟମ କଲେ ଶରଦ ପାୱାରଙ୍କୁ ଘରକୁ ଯିବାକୁ ଦିଆଯିବ ନାହିଁ। ମହା ବିକାଶ ଅଘାଡି ସରକାର ରହିବ ନ ରହିବ ସେଟା ଭିନ୍ନ କଥା, କିନ୍ତୁ ଶରଦ ପାୱାରଙ୍କ ପାଇଁ ଏହିପରି ଭାଷାର ବ୍ୟବହାର ଗ୍ରହଣୀୟ ନୁହେଁ। ଏଭଳି ଧମକରେ ମୋଦି ଜୀ ଏବଂ ଅମିତ ଶାହା ଜୀଙ୍କର ସମର୍ଥନ ଅଛି କି?
ସଞ୍ଜୟ କହିଛନ୍ତି, ଆମକୁ ବିଧାନସଭାରେ ଆମର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ, ସେତେବେଳେ ଆମେ ଜିତିବୁ। ସିନ୍ଦେ ଦଳ ଆମକୁ ଚ୍ୟାଲେଞ୍ଜ କରୁଛନ୍ତି, ସେମାନେ ବୁଝିବା ଉଚିତ୍‌ ଯେ, ଶିବସେନା କର୍ମୀ ଏପର୍ଯ୍ୟନ୍ତ ରାସ୍ତାକୁ ଆସିନାହାଁନ୍ତି। ଶିବସେନା ଏକ ମହାସାଗର। ତରଙ୍ଗ ଆସେ ଏବଂ ଯାଏ, କିନ୍ତୁ ଆମେ ଏପରି ତରଙ୍ଗକୁ ଭୟ କରୁନାହୁଁ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ବିଦ୍ରୋହୀ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ପ୍ରାୟ ୧୨ ଜଣ ସ୍ବାଧୀନ ସହ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?