Posted inଜାତୀୟ

‘କୌଣସି ଝଡ଼ ଆସିବ ନାହିଁ’

ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଏକ ବଡ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ଏମ୍‌ଏଲସି ନିର୍ବାଚନ ଫଳାଫଳ ଆସିବା ପରଠାରୁ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଦଳ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନାର ବହୁ ସଂଖ୍ୟକ ବିଧାୟକ ଏହି ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଏହି ବିଧାୟକମାନେ ଏବେ ଏକନାଥଙ୍କ ସହ ଗୁଜରାଟର ସୁରତରେ ଥିବା ଚର୍ଚ୍ଚା ହେଉଛି। ଏହା ଉପରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଉଦ୍ଧବ ଠାକରେ ସରକାରଙ୍କ ଉପରେ କୌଣସି ସଙ୍କଟ ନାହିଁ। ସରକାରଙ୍କ ପାଇଁ ଝଡ଼ ଏବଂ ଭୂମିକମ୍ପ ହେବ ନାହିଁ। ଭାଜପା ପୂର୍ବରୁ ମଧ୍ୟ ଚେଷ୍ଟା କରିଛି, କିନ୍ତୁ ଏଥର ମଧ୍ୟ ଏହା ସଫଳ ହେବ ନାହିଁ। ଖୁବ ଶୀଘ୍ର ସମସ୍ତ ବିଧାୟକ ଫେରିବେ। ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରେ ସେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହାଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି।
ସୋମବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ୧୦ ଆସନରେ ହୋଇଥିବା ବିଧାନ ପରିଷଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଏଥିରେ ଭାଜପାର ୫ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏନ୍‌ସିପି ଓ ସିବସେନାର ୨ ଜଣ ଲେଖାଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଥିବା ପେଟ୍ରୋଲ-ଡିଜେଲ ଦର ଉପରେ ନିର୍ମଳା ସୀତାରାମନ୍‌ଙ୍କ ବଡ଼ ବୟାନ, କହିଲେ ଆଗକୁ…

ନୂଆଦିଲ୍ଲୀ, ୨୫।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ଦ୍ୱାରା ପ୍ରାୟ ୧…

ପ୍ରଶାସନର ଅବହେଳା, ଭତ୍ତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ବନ୍ତ,୨୫।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି…

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦେବାଶିଷ! ଖୋଲାଖୋଲି ଭାବେ କହିଲେ ମୁଁ ଏହି ଦିଳକୁ ଯିବି…

ଭୁବନେଶ୍ୱର, ୨୫।୫: ବରିଷ୍ଠ ବିଜୁ ଜନତା ଦଳ ନେତା ଏବଂ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ନବୀନ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଗଲା ଧନୁଯାତ୍ରା ତୋରଣ, ପାଣିରେ ମିଶିଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ଝଡବତାସ ହୋଇଥିଲା। ଏହାର ପ୍ରଭାବରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ…

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଦଳ ଛାଡିବାର ସାଂଘାତିକ କାରଣ କହିଦେଲେ ଦେବାଶିଷ, ପାଣ୍ଡିଆନଙ୍କୁ ନେଇ ସିଧା କହିଦେଲେ…

ଭୁବନେଶ୍ୱର, ୨୫।୫: ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି । ଏନେଇ ବିଜେଡି…

ଧୂମଧାମ୍‌ରେ ଚାଲିଛି ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ…

ଛତ୍ରପୁର,୨୫।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଚଳିତ ବର୍ଷ ବ ଧୂମଧାମରେ ଚାଲିଛି l ସହରରେ ଆଧ୍ୟାତ୍ମିକ…

ଆହୁରି ପ୍ରଚଣ୍ଡ ହେବ ତାତି, ଏହି ୩ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୨୫।୫: ରାଜ୍ୟରେ କିଛିଦିନ ହେବ ପ୍ରଚଣ୍ଡ ତାତି ଜାରି ରହିଛି । ତେବେ ଆଗକୁ ଆହୁରି ତାତି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri