Posted inଜାତୀୟ

ମହାରାଷ୍ଟ୍ର ଏମ୍‌ଏଲ୍‌ସି ନିର୍ବାଚନ: ଭାଜପାକୁ ୫, ଶାସକ ମେଣ୍ଟକୁ ମିଳିଲା ୪ ଆସନ

ମୁମ୍ବାଇ,୨୧।୬: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶାସକ ମେଣ୍ଟର ୪ ପ୍ରାର୍ଥୀ ଏବଂ ଭାଜପାର ୫ ଜଣ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ସଦସ୍ୟ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗ ହୋଇଛି। ଗୋଟିଏ ଆସନର ଫଳାଫଳ ଘୋଷିତ ହୋଇନାହିଁ। ଉକ୍ତ ଆସନ ଲାଗି ଦୁଇଜଣ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ରାଜ୍ୟ ସଭା ନିର୍ବାଚନରେ ଭାଜପା ଓ ଶାସକ ମେଣ୍ଟକୁ ୩ଟି ଲେଖାଏ ଆସନ ମିଳିଥିଲା ଏବଂ ଶିବସେନା ପ୍ରାର୍ଥୀ ହାରିଯାଇଥିଲେ। ତେଣୁ ଏମ୍‌ଏଲ୍‌ସି ନିର୍ବାଚନରେ ଦଶମ ଆସନ ଶାସକ ମେଣ୍ଟ ପାଇଁ ସମ୍ମାନର ପ୍ରସଙ୍ଗ ହୋଇଛି। ବିଧାନ ପରିଷଦ ନିର୍ବାଚନରେ ଶିବସେନାରୁ ସଚିନ ଅହିର, ଅମଶ୍ୟା ପଦନି, ଏନ୍‌ସିପିରୁ ଏକନାଥ ଖାଡ୍‌ସେ ଏବଂ ରାମରାଜେ ନିମ୍ବଲକର ଜିତିଛନ୍ତି। ସେହିପରି ଭାଜପାରୁ ଶ୍ରୀକାନ୍ତ ଭାରତୀ, ପ୍ରବୀଣ ଡାରେକର, ଉମା ଖାପ୍ରେ ଏବଂ ରାମ ଶିନ୍ଦେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହାଣ୍ଡୋର ଏବଂ ଭାଇ ଜଗତପଙ୍କ ଫଳାଫଳ ଘୋଷଣା ହୋଇନାହିଁ। ୩ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ବାଜପେୟୀଙ୍କ ଭାଣିଜୀଙ୍କ ପରଲୋକ

ରାୟପୁର, ୨୮ା୪: କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏମ୍‌ପି କରୁଣା ଶୁକ୍ଳାଙ୍କ ମଙ୍ଗଳବାର ରାୟପୁରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ...

ବିଜୟର ୬ ବଡ଼ କାରଣ

ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ନିର୍ବାଚନରେ ବଡ଼ ବିଜୟ ହାସଲ ସହ ଏଏପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଏଏପି ବିଜୟର କେତେକ କାରଣ...

‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି

ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ...

‘ବଳାତ୍କାରୀଙ୍କୁ ୬ ମାସରେ ଫାଶୀ ଲାଗି ଆଇନ ହେଉ’

ନୂଆଦିଲ୍ଲୀ,୪ା୧୨: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ି ମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବାବେଳେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ...

ରାଜ୍ୟପାଳଙ୍କୁ ଭେଟିବା ପାଇଁ ଇମ୍ଫାଲର ରାଜଭବନରେ ପହଞ୍ଚିଲେ ଇଣ୍ଡିଆ ଟିମ୍‌

ଇମ୍ଫାଲ,୩୦।୭: ମଣିପୁର ହିଂସାର ତଦନ୍ତ ପାଇଁ ଇଣ୍ଡିଆ ଟିମ୍‌ ମଣିପୁର ଗସ୍ତରେ ଅଛନ୍ତି। ତେବେ ସେମାନେ ରବିବାର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିବା ଲାଗି...

ଆଶିଷ ନେପାଳ ପଳାଇଥିବା ଆଶଙ୍କା

ଲକ୍ଷ୍ନୌ,୮।୧୦: ଲଖିମ୍‌ପୁର ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଶୁକ୍ରବାର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇ ନାହାନ୍ତି। ଆଶିଷ ଏବେ କେଉଁ ସେନେଇ ମଧ୍ୟ...

ମାସ୍କ୍‌ ପିନ୍ଧି ନ ଥିବା ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ…

କାନପୁର, ୨୮।୭: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶରେ ମାସ୍କ୍‌...

ଧ୍ୱଂସ ହେବ ଆତଙ୍କବାଦୀ ଶିବିର: ସତ୍ୟପାଲ ମଲିକ

ଜମ୍ମୁ,୨୧।୧୦: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତୀୟ ସେନା ଯେଉଁ ତୋପ ବ୍ୟବହାର କରିଥିଲା ତାକୁ ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ...

Advertisement
Archives

Model This Week