Posted inଜାତୀୟ

ବଦଳିବ କି ଔରଙ୍ଗାବାଦ ଏୟାରପୋର୍ଟର ନାମ: ସିନ୍ଧିଆଙ୍କୁ ଭେଟିଲେ ମହାରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ଶିବସେନା ନେତା ତଥା ମହାରାଷ୍ଟ୍ର ଶିଳ୍ପ ମନ୍ତ୍ରୀ ସୁଭାଷ ଦେଶାଇ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ସେ ସିନ୍ଧିଆଙ୍କୁ ଔରଙ୍ଗାବାଦ ବିମାନବନ୍ଦରର ନାମ ଖୁବ୍‌ଶୀଘ୍ର ଛତ୍ରପତି ସମ୍ଭାଜୀ ମହାରାଜ ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଏଥିସହ ଦେଶାଇ ବିମାନବନ୍ଦରର ପ୍ରବେଶ ଦ୍ୱାରରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିିବାକୁ ଦାବି କରିଛନ୍ତି। ଏତଦ୍‌ ବ୍ୟତୀତ ସିନ୍ଧିଆଙ୍କ ସହିତ ସାକ୍ଷାତ ସମୟରେ ସୁଭାଷ ଦେଶାଇ ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ସ୍ତରର ନେବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ନାମରେ ଔରଙ୍ଗାବାଦ ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ଏମ୍‌ଭିଏ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। କିନ୍ତୁ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସବୁଜ ସଙ୍କେତ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲେ ମୋଦି, ପ୍ରତିକ୍ରିୟା ରଖିଲେ ଦିଦି, କହିଲେ ‘ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ…’

କୋଲକାତା,୧୯।୪: ସଂସଦରେ ମହିଳା ସଂରକ୍ଷଣ ବିଲ ବିଫଳ ହେବା ପରେ, ପ୍ରଧାନମନ୍ତ୍ରୀ ମୋଦି ଶନିବାର କଂଗ୍ରେସ ଏବଂ ଟିଏମସି ସମେତ ଅନେକ ଦଳ ଉପରେ କଠୋର ଆକ୍ରମଣ…

ହଜିଯାଇଥିବା ୧୧୪ ଫୋନ୍‌ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ପୋଲିସ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ ଜବତ…

ଏବେ ବି ବଞ୍ଚିଛି ମାନବିକତା: ରାସ୍ତାରୁ ମିଳିଥିବା ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ନାଏବ ସରପଞ୍ଚ

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତର ନାଏବ ସରପଞ୍ଚ ନରସିଂହପୁର ଗ୍ରାମର ଜି.ଶେଖର ଦୋରା ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ମନିପର୍ସକୁ…

IPL 2026 Points Table: ଚେନ୍ନାଇ ବିପକ୍ଷରେ ବିଜୟ ପରେ ପଏଣ୍ଟ ଟେବୁଲରେ ଲମ୍ଫ ମାରିଲା ହାଇଦ୍ରାବାଦ,ବାଦ ପଡ଼ିବ କି ଏହି ଦଳ?ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୪: ଗତ ଶନିବାର, IPL 2026 ର ୨୭ତମ ଲିଗ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ…

ଅଗରକରଙ୍କ ବଡ଼ ସଫଳତା, BCCI ଦେବ ବଡ଼ ପୁରସ୍କାର!

ନୂଆଦିଲ୍ଲୀ,୧୯।୪: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିବାକୁ ଯାଉଛି।…

ଫେଲ୍‌ ମାରିଛି କୁକୁଡ଼ାଚାଷ, ସରକାରୀ ସହାୟତା ଅର୍ଥ ଆତ୍ମସାତ୍‌ ଅଭିଯୋଗ

କେସିଙ୍ଗା,୧୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ରାଜ୍ୟ ଯୋଜନା ଅଧୀନରେ ବିଭିନ୍ନ ମହିଳା ଗ୍ରୁପ୍‌କୁ ରୋଜଗାର କ୍ଷମତା ବଢାଇବା ପାଇଁ ତତ୍କାଳୀନ ରାଜ୍ୟ ସରକାର କୁକୁଡ଼ା…

କ୍ରମାଗତ ୫ ପରାଜୟ ପରେ ଖୋଲିବ KKR ର ଭାଗ୍ୟ? ଦଳରେ ସାମିଲ ହେଲେଣି ଏତେ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୧୯।୪: IPL 2026 ରେ ବର୍ତ୍ତମାନ ସୁଦ୍ଧା, କୋଲକାତା ନାଇଟ ରାଇଡର୍ସ (KKR) ଏକମାତ୍ର ଦଳ ଭାବରେ ଏପର୍ଯ୍ୟନ୍ତ ଗୋଟିଏ ବି ବିଜୟ ହାସଲ କରିପାରି ନାହିଁ।…

ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡ଼ି କଚାଡ଼ି ମାରିଲା ଦନ୍ତା

ରିଆମାଳ,୧୯ା୪(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜରେ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଆଉଁଳି କୁଡ଼ାସାହିର ମହିଆ ଜଙ୍ଗଲରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri