Posted inଜାତୀୟ

କୋଶିୟାରୀଙ୍କ ମନ୍ତବ୍ୟକୁ ନେଇ ଆଲୋଡ଼ନ

ମୁମ୍ବାଇ, ୨ା୩: ଛତ୍ରପତି ଶିବାଜୀଙ୍କ ଗୁରୁ ଥିଲେ ସନ୍ଥ ସମର୍ଥ ରାମଦାସ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିକଟରେ ଔରଙ୍ଗାବାଦଠାରେ ଏକ କାର୍ଯ୍ୟକ୍ରମରେ ଏହା କହିବା ପରଠାରୁ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟତାବାଦୀ କଂଗ୍ରେସ (ଏନ୍‌ସିପି), ଶିବସେନା, କଂଗ୍ରେସ ଓ ଅନ୍ୟ କେତେକ ସଙ୍ଗଠନ ତାଙ୍କୁ ବିରୋଧ କରିବା ସହ ଇସ୍ତଫା ଦାବି କରିଛନ୍ତି।
କୋଶିୟାରୀ ଉକ୍ତ କାର୍ଯ୍ୟକ୍ରମରେ କହିଥିଲେ ଯେ, ଚାଣକ୍ୟଙ୍କ ବିନା ଚନ୍ଦ୍ରଗୁପ୍ତଙ୍କୁ ଯେଭଳି ଗୁରୁତ୍ୱ ଦିଆଯାଇପାରିବ ନାହିଁ, ସେହିପରିି ରାମଦାସଙ୍କ ବିନା ଶିବାଜୀଙ୍କୁ ଗୁରୁତ୍ୱ ଦେଇ ହେବ ନାହିଁ। କୋଶିୟାରୀ ଏହା ମଧ୍ୟ କହିଥିଲେ ଯେ, ଶିବାଜୀ ଓ ଚନ୍ଦ୍ରଗୁପ୍ତ ଛୋଟ ନୁହନ୍ତି। କିନ୍ତୁ ଆମ ସମାଜରେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟପାଳଙ୍କ ଏପରି ମନ୍ତବ୍ୟକୁ ମହାରାଷ୍ଟ୍ରରେ ଘୋର ସମାଲୋଚନା କରାଯାଇଛି। ଏନ୍‌ସିପି ଏମ୍‌ପି ସୁପ୍ରିୟା ସୁଲେ ଏହି ମର୍ମରେ ୧୬ ଜୁଲାଇ ୨୦୧୮ରେ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ ଦେଇଥିବା ରାୟକୁ ଉଲ୍ଲେଖ କରି ଟୁଇଟ୍‌ କରିଛନ୍ତି। ସେତେବେଳେ ଉକ୍ତ ବେଞ୍ଚ୍‌ ପକ୍ଷରୁ କୁହାଯାଇଥିଲା ଯେ ବହୁ ଗବେଷକ ଓ ଐତିହାସିକଙ୍କ ମତରେ ସମର୍ଥ ରାମଦାସ ଓ ଛତ୍ରପତି ଶିବାଜୀ କେବେ ପରସ୍ପରକୁ ଭେଟି ନ ଥିଲେ। ଉଭୟ ଗୁରୁ ଓ ଶିଷ୍ୟ ଥିଲେ ବୋଲି କୌଣସି ପ୍ରମାଣ ନାହିଁ। କୋଶିୟାରୀଙ୍କ ବକ୍ତବ୍ୟକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି ରାଜ୍ୟପାଳ ନିଜ ସାମ୍ବିଧାନିକ ପଦବୀକୁ ବ୍ୟବହାର କରି ଆର୍‌ଏସ୍‌ଏସ୍‌ର କାର୍ଯ୍ୟସୂଚୀକୁ ଧରି ଇତିହାସକୁ ବିକୃତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?