କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!

ମୁମ୍ବାଇ,୮।୯: ତୁଟୁନି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍‌ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ ଅଡୁଆ ଯେମିତି ବଢିବାରେ ଲାଗିଛି। କଙ୍ଗନା ମୁମ୍ବାଇକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ବଢିବାରେ ଲାଗିଛି। ଏବେ ମହାରାଷ୍ଟ୍ର ସରକାର କହିଛନ୍ତି ସେ କଙ୍ଗନାଙ୍କ ଡ୍ରଗ୍ସ କନେକଶନକୁ ନେଇ ଯାଞ୍ଚ ଆରମ୍ଭ କରିବେ। ମହାରାଷ୍ଟ୍ରର ଗୃହମନ୍ତ୍ରୀ ମଙ୍ଗଳବାର ଏହା କହିଛନ୍ତି। ସେ କହିଛନ୍ତି ବିଧାୟକ ସୁନିଲ ପ୍ରଭୁ ଓ ପ୍ରତାପ ସରନାଇକଙ୍କ ଅନୁରୋଧ କ୍ରମେ ସେ ବିଧାନସଭାରେ କହିଥିଲେ କଙ୍ଗନା ରାନାଓ୍ବାତଙ୍କ ସମ୍ପର୍କ ଅଧ୍ୟୟନ ସୁମନଙ୍କ ସହ ଥିଲା। ଯିଏ ଏକ ସାକ୍ଷାତ୍‌କାରରେ କହିଥିଲେ କିସେ ନିଶା ନିଅନ୍ତି ଓ ତାଙ୍କୁ ନିଶା ସେବନ କରିବାକୁ ବାଧ୍ୟ ମଧ୍ୟ କରିଥିଲେ। ମୁମ୍ବାଇ ପୋଲିସ ଏହାର ଯାଞ୍ଚ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିଧାୟକ ସୁନିଲ ପ୍ରଭୁ ଓ ପ୍ରତାପ ସରନାଇକ ଅଧ୍ୟୟନ ସୁମନଙ୍କ ଏକ ପୁରୁଣା ସାକ୍ଷାତ୍‌କାରର ଏକ କପି ମହାରାଷ୍ଟ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହି ଆଧାରରେ ଏବେ ସରକାର ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏହା ଜାଣିବା ପରେ କଙ୍ଗନା ଏହାକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀଙ୍କୁ ଝଟ୍‌କା: ୫ ମନ୍ତ୍ରୀ ଦେଲେ ଇସ୍ତଫା

ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜନୈତିକ ହଟ୍ଟଚମଟ୍ଟ ସୃଷ୍ଟି ହୋଇଛି। ମଙ୍ଗଳବାର ୫ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ...

ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ...

ଚାରି ମହଲାରୁ ୨ପିଲାଙ୍କୁ ଫିଙ୍ଗିଦେଲେ: ଜଣେ ମୃତ

କୋଲକାତା,୧୬ା୬(ଆଇଏଏନ୍‌ଏସ୍‌): କୋଲକାତାର ବୁରାବଜାର ଅଞ୍ଚଳରେ ଏକ ବୀଭତ୍ସ ତଥା ହୃଦୟ ବିଦାରକ ଘଟଣା ଘଟିଛି। ପୂର୍ବ ଶତ୍ରୁତା କାରଣରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତି ରବିବାର...

୫ ମହଲା ହୋଟେଲରେ ଅଗ୍ନିକାଣ୍ଡ: ନିଆଁ ଘେରରେ କେତେକ ପରିବାର

ଲକ୍ଷ୍ନୌ, ୨୫।୫: ଉତ୍ତରପ୍ରଦେଶ କାନପୁରରେ ଏକ ୫ ମହଲା ହୋଟେଲ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କଲେକ୍ଟରଗଞ୍ଜ ଥାନା ଅଞ୍ଚଳରେ ଥିବା ଲକି ହୋଟେଲରେ କେତେକ ପରିବାର...

ହୋଲି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳନ କରାଯାଏ। ହୋଲି ଅବସରରେ ଲୋକମାନେ ରଙ୍ଗରେ ଭିଜୁଥିବା ଦେଖାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

କିଏ ହେବେ ପ୍ରଧାନ ବିଚାରପତି, ରମନାଙ୍କଠାରୁ ଉତ୍ତରାଧିକାରୀଙ୍କ ସୁପାରିଶ ମଗାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୪।୮ : କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ...

ଲୋକ ସଭା ବାଚସ୍ପତି କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୧।୩: ଲୋକ ସଭା ବାଚସ୍ପତି ଓମ୍‌ ବିରଳାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ୍‌ରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୪୮୮ ଜଣ ନୂଆ...

Advertisement
Archives

Model This Week