Posted inଜାତୀୟ

ଆଜି ହୋଇପାରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୫୪।୮: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଶୁକ୍ରବାର ହୋଇପାରେ । ଶିବସେନାର ଶିନ୍ଦେ ଗୋଷ୍ଠୀ ମୁଖପାତ୍ର ଦୀପକ କେସର୍କାର ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ଭାଜପାରୁ ୭ ଏବଂ ଶିନ୍ଦେ ଗୋଷ୍ଠୀରୁ ୭ ବରିଷ୍ଠ ବିଧାୟକ ସ୍ଥାନ ପାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ଗତ ଜୁନ୍‌ରେ ଶିବସେନାରେ ବିଦ୍ରୋହ ଦେଖାଦେବା ସହ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡି ସରକାରର ପତନ ଘଟିଥିଲା। ଭାଜପା ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଜୁନ୍‌ ୩୦ରେ ସରକାର ଗଢ଼ିଥିଲେ ଓ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳରେ କାହାକୁ ସାମିଲ କରାଯାଇ ନାହିଁ। ଭାଜପାରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗେନ୍ତିଓ୍ବାର, ଗିରୀଶ ମହାଜନ, ପ୍ରବୀଣ ଡାରେକର, ରାଧାକ୍ରିଷ୍ଣ ଭିଖେ ପାଟିଲ, ଗଣେଶ ନାଏକ ଏବଂ ରବୀନ୍ଦ୍ର ଚଭନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା ଥିବାବେଳେ ଶିନ୍ଦେ କ୍ୟାମ୍ପ୍‌ରୁ ଦାଦା ଭୁସେ, ଉଦୟ ସାମନ୍ତ, ଗୁଲାବ୍ରାଓ ପାଟିଲ, ଶମ୍ଭୁ ରାଜେ ଦେଶାଇ, ସନ୍ଦିପନ ଭୁମ୍ରେ, ସଞ୍ଜୟ ଶିର୍ଶାଥ, ଅବଦୁଲ ସତ୍ତାର ଏବଂ ସ୍ବାଧୀନ ବିଧାୟକ ବଛୁ କାଡ଼ୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି। ଶିନ୍ଦେ ଅସୁସ୍ଥ ଥିବାରୁ ଉପମୁଖ୍ୟମନ୍ତ୍ରୀ ଫଡ୍‌ନବିସ ରାଜ୍ୟ କ୍ୟାବିନେଟର ଚୂଡ଼ାନ୍ତ ତାଲିକା ନେଇ ଗୁରୁବାର ଦିଲ୍ଲୀ ଯାଇଛନ୍ତି। ଭାଜପା କେନ୍ଦ୍ରୀୟ ନେତୃତ୍ୱ ଅନୁମୋଦନ କଲେ ଶୁକ୍ରବାର ଶିନ୍ଦେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଜଣାପଡ଼ିଛି। ଜୁଲାଇ୨୭ରେ ଶିନ୍ଦେ ଏବଂ ଫଡ୍‌ନବିସ ଗତ ଜୁଲାଇ ୨୯ରେ ମନ୍ତ୍ରିମଣ୍ଡଳର ଚିଠା ତାଲିକା ନେଇ ଦିଲ୍ଲୀ ଯାଇଥିଲେ। ତେବେ ମନ୍ତ୍ରୀ ପଦ ଲାଗି ବହୁ ଆଶାୟୀ ଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?