Posted inଜାତୀୟ

‘ମହାରାଜାମାନେ ବର୍ତ୍ତମାନର ସରକାରଠାରୁ ବହୁଗୁଣରେ ଭଲ’

ଜମ୍ମୁ, ୨୫।୧୨: ଜମ୍ମୁ-କଶ୍ମୀରରେ ଗତ ଅଢ଼େଇ ବର୍ଷ ହେବ ବ୍ୟବସାୟ ଏବଂ ବିକାଶମୂଳକ କାର୍ଯ୍ୟ ଅଟକିଯାଇଛି। ଜନସାଧାରଣଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦିଆଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି।

କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରି ଗୁଲାମ ନବୀ କହିଛନ୍ତି, ମହାରାଜାମାନଙ୍କ ସ୍ବେଚ୍ଛାଚାରୀ ଶାସନ ବର୍ତ୍ତମାନର ବ୍ୟବସ୍ଥାଠାରୁ ବହୁତ ଭଲ ଥିଲା। ଜମ୍ମୁ-କଶ୍ମୀରରେ ଦୀର୍ଘବର୍ଷରୁ ଚଳିଆସୁଥିବା ଦରବାର ପରିବର୍ତ୍ତନ ପରମ୍ପରାକୁ ବର୍ତ୍ତମାନର ସରକାର ଉଚ୍ଛେଦ କରିଦେଇଛନ୍ତି। ଦରବାର ପରିବର୍ତ୍ତନରେ ସଚିବାଳୟ ଓ ଅନ୍ୟ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକ ଗ୍ରୀଷ୍ମ ୬ ମାସ ଶ୍ରୀନଗରରେ ଏବଂ ବର୍ଷର ଅବଶିଷ୍ଟ ସମୟ ଜମ୍ମୁରେ କାର୍ଯ୍ୟ କରୁଥିଲା। ୧୮୭୨ରେ ମହାରାଜା ଗୁଲାବ ସିଂ ଏହି ପରମ୍ପରା ଆରମ୍ଭ କରିଥିଲେ। ଗତ ଜୁନ୍‌ ୨୦ରେ ଉପରାଜ୍ୟପାଳ ମନୋଜ ସିହ୍ନା ଉକ୍ତ ପରମ୍ପରା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ। ମହାରାଜାମାନେ ୩ଟି ବ୍ୟବସ୍ଥା ଛାଡ଼ିଯାଇଥିଲେ, ଯାହା ଉଭୟ ଜମ୍ମୁ ଓ କଶ୍ମୀର ଅଞ୍ଚଳର ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିଲା। ସେଥିରୁ ଗୋଟିଏ ଦରବାର ପରିବର୍ତ୍ତନ ବୋଲି ଗୁଲାମ ନବୀ କହିଛନ୍ତି। ସେହିପରି ମହାରାଜା ହରି ସିଂ ରାଜ୍ୟ ବାହାର ଲୋକଙ୍କଠାରୁ ଜମି ଓ ନିଯୁକ୍ତି ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନର ସରକାର ଦରବାର ପରିବର୍ତ୍ତନ, ଜମି ଓ ନିଯୁକ୍ତି ସୁରକ୍ଷା ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦ ରାଜ୍ୟବାସୀଙ୍କଠାରୁ ଛଡ଼ାଇ ନେଇଛନ୍ତି। ସେତେବେଳେ ଏକଚ୍ଛତ୍ରବାଦୀ କୁହାଯାଉଥିବା ଏହି ମହାରାଜାମାନେ ବର୍ତ୍ତମାନର ସରକାରଠାରୁ ବହୁଗୁଣରେ ଭଲ ଥିଲେ ବୋଲି ଏବେ ଅନୁଭୂତ ହେଉଥିବା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?