ମହାନଦୀ ସର୍ଭେ ଆରମ୍ଭ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ବୁଧବାର କ୍ଷେତ୍ରସ୍ତରୀୟ ସର୍ଭେ ଆରମ୍ଭ କରିଛନ୍ତି। ଟ୍ରିବ୍ୟୁନାଲ ଟିମ୍‌ ଛତିଶଗଡ଼ର ଫରସିୟା ଗ୍ରାମ ନିକଟରେ ମହାନଦୀର ଉତ୍ପତ୍ତି ସ୍ଥଳ ବୁଲି ଦେଖିଛନ୍ତି। ଏହି ଟିମ୍‌ରେ ଟ୍ରିବ୍ୟୁନାଲ ଖଣ୍ଡପୀଠ ଜଷ୍ଟିସ୍‌ ଏ.ଏମ୍‌. ଖାନଓ୍ବାଲିକର, ରବି ରଞ୍ଜନ ଏବଂ ଇନ୍ଦ୍ରମିତ କୌର କୋଚରଙ୍କ ସମେତ ମୂଲ୍ୟାୟନକାରୀ(ଆସେସର) ଏବଂ ରେଜିଷ୍ଟ୍ରାର ସର୍ଭେ ଆରମ୍ଭ କରିଛନ୍ତି। ଟ୍ରିବୁ୍ୟୁନାଲ ଫରସିୟା ଗ୍ରାମ ଓ ଶିହାଓ୍ବା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗୁରୁବାର ଟିମ୍‌ ସୋନ୍ଦୁର ଡ୍ୟାମ୍‌ ପରିଦର୍ଶନ କରିବେ। ତୃତୀୟ ଦିନରେ ମୁରୁମଶିଲି ଡ୍ୟାମ୍‌, ରବିଶଙ୍କର ସାଗର ଜଳ ଭଣ୍ଡାର ଓ ନବନିର୍ମାଣ ରୁଦ୍ରୀ ବ୍ୟାରେଜ ବୁଲି ସର୍ଭେ କରିବେ। ସେହିପରି ଟ୍ରିବ୍ୟୁନାଲ ଟିମ୍‌ ଚତୁର୍ଥ ଦିନରେ ଧାମଡ଼ାଠାରେ ଥିବା ତେମାରି, ଖଇରାଗଡ଼ଠାରେ ଥିବା ଉଦୟପୁର, ଛୁଇଖାଦାନଠାରେ ଥିବା ସିଧିବାବା ମାଇନର ଟ୍ୟାଙ୍କ୍‌ ଓ ପିପାରିଆ ଡ୍ୟାମ୍‌ ପର୍ଯ୍ୟବେକ୍ଷଣ କରିବା କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ଟ୍ରିବ୍ୟୁନାଲ ଟିମ୍‌ ରାଜୀବ ସମୋଦା ନିସଦା ଡାଇଭର୍ସନ ଏବଂ ସମୋଦା ବ୍ୟାରେଜ ପରିଦର୍ଶନ କରିବେ। ଛତିଶଗଡ଼ରେ ଟ୍ରିବ୍ୟୁନାଲ ଟିମ୍‌ ଦୁଇଟି ପର୍ଯ୍ୟାୟରେ ଅଣମୌସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ, ତଳମୁଣ୍ଡରେ ଗଚ୍ଛିତ ହେଉଥିବା ଜଳ ଓ ଏହାର ବିନିଯୋଗକୁ ଅନୁଧ୍ୟାନ କରିବେ। ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, ଜଳ ବିବାଦ ଯୋଗୁ ବ୍ୟାରେଜ ନିର୍ମାଣ କରିବାରେ ରାଜ୍ୟ ବିଫଳ ହୋଇଛି। ମହାନଦୀ ଛତିଶଗଡ଼ରୁ ଉତ୍ପତ୍ତି ହୋଇଛି। ରାଜ୍ୟରେ କୌଣସି ଡ୍ୟାମ୍‌ ନାହିଁ। କେବଳ ୭ଟି ଡ୍ୟାମ୍‌ ନିର୍ମାଣକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏହି ମାମଲା ଟ୍ରିବ୍ୟୁନାଲକୁ ଯିବା ପରେ ବ୍ୟାରେଜ ନିର୍ମାଣ ବନ୍ଦ ରହିଛି। ସମସ୍ତ ପାଣି ଓଡ଼ିଶାକୁ ଚାଲିଯାଉଥିବାରୁ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିବା ଦରକାର ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ଛୋଟ ବ୍ୟାରେଜ ନିର୍ମାଣ କରିବା ପାଇଁ କେନ୍ଦ୍ରର ଅନୁମତି ଦରକାର ନାହିଁ। ଓଡ଼ିଶା ସରକାର ଚାହିଁଲେ ମହାନଦୀ ଉପରେ ଛୋଟ ବ୍ୟାରେଜ ନିର୍ମାଣ କରିପାରିବେ। ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାର ମହାନଦୀକୁ ନେଇ ଡ୍ରାମା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri