ମହାନଦୀ ସର୍ଭେ ଆରମ୍ଭ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ବୁଧବାର କ୍ଷେତ୍ରସ୍ତରୀୟ ସର୍ଭେ ଆରମ୍ଭ କରିଛନ୍ତି। ଟ୍ରିବ୍ୟୁନାଲ ଟିମ୍‌ ଛତିଶଗଡ଼ର ଫରସିୟା ଗ୍ରାମ ନିକଟରେ ମହାନଦୀର ଉତ୍ପତ୍ତି ସ୍ଥଳ ବୁଲି ଦେଖିଛନ୍ତି। ଏହି ଟିମ୍‌ରେ ଟ୍ରିବ୍ୟୁନାଲ ଖଣ୍ଡପୀଠ ଜଷ୍ଟିସ୍‌ ଏ.ଏମ୍‌. ଖାନଓ୍ବାଲିକର, ରବି ରଞ୍ଜନ ଏବଂ ଇନ୍ଦ୍ରମିତ କୌର କୋଚରଙ୍କ ସମେତ ମୂଲ୍ୟାୟନକାରୀ(ଆସେସର) ଏବଂ ରେଜିଷ୍ଟ୍ରାର ସର୍ଭେ ଆରମ୍ଭ କରିଛନ୍ତି। ଟ୍ରିବୁ୍ୟୁନାଲ ଫରସିୟା ଗ୍ରାମ ଓ ଶିହାଓ୍ବା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗୁରୁବାର ଟିମ୍‌ ସୋନ୍ଦୁର ଡ୍ୟାମ୍‌ ପରିଦର୍ଶନ କରିବେ। ତୃତୀୟ ଦିନରେ ମୁରୁମଶିଲି ଡ୍ୟାମ୍‌, ରବିଶଙ୍କର ସାଗର ଜଳ ଭଣ୍ଡାର ଓ ନବନିର୍ମାଣ ରୁଦ୍ରୀ ବ୍ୟାରେଜ ବୁଲି ସର୍ଭେ କରିବେ। ସେହିପରି ଟ୍ରିବ୍ୟୁନାଲ ଟିମ୍‌ ଚତୁର୍ଥ ଦିନରେ ଧାମଡ଼ାଠାରେ ଥିବା ତେମାରି, ଖଇରାଗଡ଼ଠାରେ ଥିବା ଉଦୟପୁର, ଛୁଇଖାଦାନଠାରେ ଥିବା ସିଧିବାବା ମାଇନର ଟ୍ୟାଙ୍କ୍‌ ଓ ପିପାରିଆ ଡ୍ୟାମ୍‌ ପର୍ଯ୍ୟବେକ୍ଷଣ କରିବା କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ଟ୍ରିବ୍ୟୁନାଲ ଟିମ୍‌ ରାଜୀବ ସମୋଦା ନିସଦା ଡାଇଭର୍ସନ ଏବଂ ସମୋଦା ବ୍ୟାରେଜ ପରିଦର୍ଶନ କରିବେ। ଛତିଶଗଡ଼ରେ ଟ୍ରିବ୍ୟୁନାଲ ଟିମ୍‌ ଦୁଇଟି ପର୍ଯ୍ୟାୟରେ ଅଣମୌସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ, ତଳମୁଣ୍ଡରେ ଗଚ୍ଛିତ ହେଉଥିବା ଜଳ ଓ ଏହାର ବିନିଯୋଗକୁ ଅନୁଧ୍ୟାନ କରିବେ। ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, ଜଳ ବିବାଦ ଯୋଗୁ ବ୍ୟାରେଜ ନିର୍ମାଣ କରିବାରେ ରାଜ୍ୟ ବିଫଳ ହୋଇଛି। ମହାନଦୀ ଛତିଶଗଡ଼ରୁ ଉତ୍ପତ୍ତି ହୋଇଛି। ରାଜ୍ୟରେ କୌଣସି ଡ୍ୟାମ୍‌ ନାହିଁ। କେବଳ ୭ଟି ଡ୍ୟାମ୍‌ ନିର୍ମାଣକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏହି ମାମଲା ଟ୍ରିବ୍ୟୁନାଲକୁ ଯିବା ପରେ ବ୍ୟାରେଜ ନିର୍ମାଣ ବନ୍ଦ ରହିଛି। ସମସ୍ତ ପାଣି ଓଡ଼ିଶାକୁ ଚାଲିଯାଉଥିବାରୁ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିବା ଦରକାର ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ଛୋଟ ବ୍ୟାରେଜ ନିର୍ମାଣ କରିବା ପାଇଁ କେନ୍ଦ୍ରର ଅନୁମତି ଦରକାର ନାହିଁ। ଓଡ଼ିଶା ସରକାର ଚାହିଁଲେ ମହାନଦୀ ଉପରେ ଛୋଟ ବ୍ୟାରେଜ ନିର୍ମାଣ କରିପାରିବେ। ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାର ମହାନଦୀକୁ ନେଇ ଡ୍ରାମା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?